Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ସରିଲା ରଥଯାତ୍ରା, ନଅ ଦିନର ଲୀଳା ଶେଷ କରି ଶ୍ରୀମନ୍ଦିରକୁ ବାହୁଡିଲେ ତିନି ଠାକୁର

ପୁରୀ: ଆଜି ନୀଳାଦ୍ରିବିଜେରେ ଶେଷ ହୋଇଛି ଚଳିତ ବର୍ଷର ରଥଯାତ୍ରା ପର୍ବ। ତିନିଠାକୁର ନଅ ଦିନ ଧରି ଶ୍ରୀମନ୍ଦିର ବାହାରେ ଭକ୍ତଙ୍କୁ ଦର୍ଶନ ଦେଇ ଶେଷରେ ନିଜ ରତ୍ନ ସିଂହାସନକୁ ବାହୁଡିଯାଇଛନ୍ତି। ଆସନ୍ତାକାଲି ଶ୍ରୀଜିୟୁ ରତ୍ନ ସିଂହାସନରେ ଭକ୍ତଗଣଙ୍କୁ ଦର୍ଶନ ଦେବେ।

ଆଜି ନିର୍ଦ୍ଧାରିତ ସମୟ ଅନୁସାରେ ଶ୍ରୀଜିୟୁଙ୍କ ପହଣ୍ଡି ବିଜେ କରାଯାଇଥିଲା। ନୀଳାଦ୍ରିବିଜେରେ ପ୍ରଭୃ ଗୋଟି ପହଣ୍ଡି ରେ ଯାଇଥାନ୍ତି। ହରିବୋଲ ହୁଳହୁଳି ଏବଂ ଘଣ୍ଟ କାହାଳୀ ମଧ୍ୟରେ ତିନିଠାକୁର ଜଣଙ୍କ ପରେ ଜଣେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଏହାପରେ ସିଂହଦ୍ବାର ବନ୍ଦ କରାଯାଇଥିଲା।

ଆଜି ରାତି ତମାମ ଚାଲିବ ମହାପ୍ରଭୃଙ୍କ ବିଭିନ୍ନ ନୀତିକାନ୍ତି। ଆଜି ବିଳମ୍ବିତ ରାତିରେ ତିନିରଥରୁ ଖୋଲାଯିବ ଚାରମାଳ। ମନ୍ଦିର ଭିତରେ ତିନିଠାକୁର ବିଜେ କରିବା ପରେ ରତ୍ନସିଂହାସନ ମାଜଣା କରାଯିବ। ଏହାପରେ ସିଂହାସନକୁ ଠାକୁର ବିଜେ କରିବା ପରେ ମହାସ୍ନାନ କରାଯିବ। ଭୋର ଚାରିଟାରେ ମହାପ୍ରଭୃଙ୍କ ବଡସିଂହାର ବେଶ କରାଯିବ।