Categories
ଆଜିର ଖବର

ନୀରବ ମୋଦିଙ୍କ ଜାମିନ ଆବେଦନ ଖାରଜ : ମେ ୨୪ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ

୧୩ ହଜାର କୋଟି ଟଙ୍କାର ପିଏନ୍‌ବି ଋଣ ନେଇ ବିଦେଶ ପଳାୟନ କରିଥିବା ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜାମିନ ଆବେଦନ ଲଣ୍ଡନର ଏକ କୋର୍ଟ ଖାରଜ କରି ଦେଇଛନ୍ତି। ମୋଦିଙ୍କ ଜାମିନ ଆବେଦନ ଖାରଜ ହେବା ସହିତ ତାଙ୍କୁ ମେ ୨୪ ପର୍ଯ୍ୟନ୍ତ ଜେଲ୍‌ରେ ରଖିବାକୁ ଆଦେଶ ଦେଇଛନ୍ତି ଓ୍ବେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟ। ଶୁକ୍ରବାର ମୋଦିଙ୍କ ଜାମିନ ଆବେଦନର ଶୁଣାଣି ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିଲା। କୋର୍ଟ କହିଥିଲେ, ଏକ ଭାରତୀୟ ବ୍ୟାଙ୍କରୁ ଆପଣ ଠକାମି କରିଛନ୍ତି ତେଣୁ ଆପଣଙ୍କ ଜାମିନ ଖାରଜ କରାଯାଉଛି। ଏହା ସହିତ ଭାରତୀୟ ଅଧିକାରୀଙ୍କ ପକ୍ଷରୁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି। ପୂର୍ବରୁ ମାର୍ଚ୍ଚ ୨୯ରେ ମାଜିଷ୍ଟ୍ରେଟ୍‌ ଏମ୍ମା ଆର୍ମବଥଣ୍ଟ ମଧ୍ୟ ପ୍ରମାଣ ନଷ୍ଟ ହେବା ଭୟରେ ନୀରବଙ୍କ ଜାମିନ ଆବେଦନ ଖାରଜ କରିଥିଲେ।

Categories
ଆଜିର ଖବର

ନୀରବ ମୋଦି ସେଣ୍ଟ୍ରାଲ ଲଣ୍ଡନର ହଲବର୍ଣ୍ଣ ଇଲାକାରୁ ଗିରଫ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ହଜାର କୋଟିର ଋଣ ନେଇ ବିଦେଶ ପଳାୟନ କରିଥିବା ଗହଣା ବ୍ୟବସାୟୀଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। ବ୍ରିଟିଶ ପୋଲିସ ପକ୍ଷରୁ ଏହି ଖବର ସ୍ପଷ୍ଟ କରାଯାଇଛି। ପୋଲିସର ସୂଚନା ଅନୁଯାୟୀ ମୋଦିଙ୍କୁ ସେଣ୍ଟ୍ରାଲ ଲଣ୍ଡନର ହଲବର୍ଣ୍ଣ ଇଲାକାରୁ ଗିରଫ କରାଯାଇଥିଲା। ବୁଧବାର ମୋଦିଙ୍କୁ ଲଣ୍ଡନର ଓ୍ବେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯିବ। ପ୍ରତ୍ୟର୍ପଣ ନିର୍ଦ୍ଦେଶାଳୟ ପକ୍ଷରୁ ମଧ୍ୟ ଏହି ଖବରକୁ ସ୍ବୀକାର କରାଯାଇଛି। ବର୍ତ୍ତମାନ ମୋଦିଙ୍କୁ ଓ୍ବେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯିବ। ପୁର୍ବରୁ ଓ୍ବେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟ ମୋଦିଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲେ। ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ପରି ନୀରବ ମୋଦିଙ୍କ ପ୍ରତ୍ୟପର୍ଣ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ ବୋଲି ୟୁକେ ଗୃହ ସଚିବ ସାଜିଦ ଜାଭିଦ୍‌ ସୂଚନା ଦେଇଛନ୍ତି।