Categories
ଆଜିର ଖବର ଜାତୀୟ ଖବର

ନିର୍ଭୟା ମାମଲା : ବିନୟର ରାଜକ୍ଷମା ଖାରଜ, ରାଜକ୍ଷମା ଆବେଦନ କଲା ଅକ୍ଷୟ

ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦିଲ୍ଲୀର ପଟିଆଲା କୋର୍ଟ ଚାରି ଅଭିଯୁକ୍ତଙ୍କୁ ଫେବୃଆରୀ 1 ତାରିଖରେ ଫାଶୀ ଦିଆଯିବା ନେଇ ଡେଥ୍‌ ଓ୍ବାରେଣ୍ଟ ଜାରି କରିଥିଲେ । କିନ୍ତୁ ବିନୟ ଦୟା ଯାଚିକା ଆବେଦନ କରିଥିବାରୁ ଫାଶୀ ଦଣ୍ଡାଦେଶକୁ ଘୁଞ୍ଚାଯାଇଛି । ଅପରପକ୍ଷେ ଆଜି ଏହି ମାମଲାର ଅନ୍ୟତମ ଦୋଷୀ ମୁକେଶ ଅକ୍ଷୟ ଠାକୁର୍‌ ମଧ୍ୟ ରାଜକ୍ଷମା ଆବେଦନ କରିଛନ୍ତି । ଗତ ସାତ ବର୍ଷ ଧରି ନ୍ୟାୟ ପାଇବା ପାଇଁ ପୀଡ଼ିତାଙ୍କ ପରିବାର ଲଢେଇ କରୁଥିବାବେଳେ ଦୋଷୀମାନେ ସବୁବେଳେ କିଛି ନା କିଛି ଚାଲ ପକାଇ ଫାଶୀ ତାରିଖକୁ ଘୁଞ୍ଚାଇ ଚାଲିଛନ୍ତି । ତେବେ ନିର୍ଭୟା ଦୋଷୀଙ୍କୁ କେବେ ଦଣ୍ଡ ମିଳିବ, ତାହା ଏବେ ଚର୍ଚ୍ଚାର ବିଷୟ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ନିର୍ଭୟାଙ୍କ ମା’ଙ୍କୁ ଭ୍ରମିତ କରାଯାଇ ରାଜନୀତି କରାଯାଉଛି : ଅରବିନ୍ଦ କେଜରୀଓ୍ବାଲ

ନୂଆଦିଲ୍ଲୀ : ନିର୍ଭୟା ମା’ଙ୍କ ଅଭିଯୋଗ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ଭାରତୀୟ ଜନତା ଦଳକୁ ଟାର୍ଗେଟ କରିଛନ୍ତି। କେଜ୍‌ରୀଓ୍ବାଲ କହିଛନ୍ତି ଯେ, ନିର୍ଭୟା ଦୋଷୀଙ୍କ ଫାଶୀ ବିଳମ୍ବ ପ୍ରସଙ୍ଗରେ ନିର୍ଭୟାଙ୍କ ମା’କୁ କେହି ଭ୍ରମିତ କରି ରାଜନୀତି କରୁଛନ୍ତି। ଦିଲ୍ଲୀ ସରକାର ନିଜ କାମକୁ କିଛି ଘଣ୍ଟାରେ ପୂରା କରିଛି। କିଛି ଦିନ ପୂର୍ବରୁ ଯେତେବେଳେ ପ୍ରଥମେ ଦୟା ଯାଚିକା ଆସିଥିଲା, କିଛି ଘଣ୍ଟା ଭିତରେ ଏହାକୁ ଖାରଜ କରି ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦିଆଯାଇଥିଲା। ଦୋଷୀଙ୍କ ଫାଶୀ ବିଳମ୍ବରେ ଦିଲ୍ଲୀ ସରକାରଙ୍କ କିଛି ରୋଲ୍‌ ନାହିଁ ବୋଲି କହିଛନ୍ତି କେଜରୀଓ୍ବାଲ। ଏହି ଘଟଣାରେ ପ୍ରକାଶ ଜାଭେଡକର ରାଜନୀତି କରୁଛନ୍ତି । କେଜରୀଓ୍ବାଲ କହିଛନ୍ତି ଯେ, ନିର୍ଭୟା ମା’ଙ୍କୁ କେହି ମିସ୍‌ ଗାଇଡ୍‌ କରୁଛନ୍ତି । ଆମେ ତ ଯଥାଶୀଘ୍ର ଦୋଷୀଙ୍କୁ ଫାଶୀ ମିଳୁ ବୋଲି ଚାହୁଁଛୁ। କେଜରୀଓ୍ବାଲା କହିଛନ୍ତି ଯେ, ଦିଲ୍ଲୀ ପୋଲିସ୍‌ ଆମ ପାଖରେ ଅଛନ୍ତି ନା ଲଆଣ୍ଡ ଅର୍ଡର । ଆମ ପାଖକୁ ତ କେବଳ ଫାଇଲ୍‌ ଆସିଥାଏ, ଯାହାକୁ ଆମେ ଏଠାରୁ ସେଠାକୁ ପଠାଇଥାଉ । ଏଥିରେ କେବଳ କେନ୍ଦ୍ର ସରକାରଙ୍କର ହିଁ ରୋଲ୍‌ ରହିଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ୩ ନମ୍ବର ଜେଲକୁ ସ୍ଥାନାନ୍ତର ହେଲେ ଦୋଷୀ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୪ ଅପରାଧୀଙ୍କୁ ଗୁରୁବାର ତିହାର ଜେଲ୍‌ କମ୍ପ୍ଲେକ୍ସର ୩ ନମ୍ବର ଜେଲ୍‌କୁ ନିଆଯାଇଛି, ଯେଉଁଠି ସେମାନଙ୍କୁ ଫାଶୀ ଦିଆଯିବ। ଅପରାଧୀ ବିନୟ ଶର୍ମା, ଅକ୍ଷୟ କୁମାର ସିଂ, ମୁକେଶ ସିଂ ଓ ପଓ୍ବନ ଗୁପ୍ତାଙ୍କୁ 22 ତାରିଖ ସକାଳ 7ଟାରେ ରେ ଫାଶୀ ଦିଆଯିବାକୁ ଥିଲା। ତେବେ ମୁକେଶ ରାଜକ୍ଷମା ଆବେଦନ କରିବାରୁ ଫାଶୀ ବିଳମ୍ବ ହେବ ବୋଲି ଦିଲ୍ଲୀ ସରକାର ବୁଧବାର ହାଇକୋର୍ଟଙ୍କୁ ଜଣାଇଥିଲେ। ଏପର୍ଯ୍ୟନ୍ତ ବିନୟ ଶର୍ମା ୪ ନମ୍ବର ଜେଲ୍‌ରେ ରହିଥିବାବେଳେ ଅନ୍ୟ ୩ ଜଣଙ୍କୁ ୨ ନମ୍ବର ଜେଲ୍‌ରେ ରଖାଯାଇଥିଲା। ୪ ଅପରାଧୀଙ୍କୁ ଫାଶୀଦେବା ସମ୍ପର୍କିତ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀର ଏକ ଅଦାଲତ ଗୁରୁବାର ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅପରପକ୍ଷରେ ଫାଶୀ ବିଳମ୍ବକୁ ନେଇ ଭାଜପା – ଆପ୍‌ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଛି। ଉଭୟ ଦଳ ପରସ୍ପରକୁ ସମାଲୋଚନା କରିଛନ୍ତି। ଦିଲ୍ଲୀ ସରକାରଙ୍କ ଅବହେଳାରୁ ଅପରାଧୀଙ୍କୁ ଫାଶୀ ଦିଆଯାଇପାରିଲାନି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର କହିଥିବାବେଳେ ବିଜେପି ନେତା ଏହି ପ୍ରସଙ୍ଗରେ ମିଛ କହି ଅଣସମ୍ବେଦନଶୀଳ ମନ୍ତବ୍ୟ ଦେଉଛନ୍ତି ବୋଲି ଆପ୍‌ ନେତା ସଞ୍ଜୟ ସିଂହ କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜାନୁଆରୀ ୨୨, ସକଳ ୭ ଟାରେ ନିର୍ଭୟା ଦୋଷୀଙ୍କୁ ମିଳିବ ଫାଶୀ

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତା ଜାନୁଆରୀ ୨୨ ତାରିଖ ସକାଳ ୭ ଟାରେ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚାରି ଅପରାଧୀଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରାଯିବ। ଏଥିପାଇଁ ଦିଲ୍ଲୀର ଏକ ଅଦାଲତ ଅନ୍ତିମ ତାରିଖ ଓ ସମୟ ନିର୍ଦ୍ଧାରଣ କରିଛନ୍ତି। ଡିସେମ୍ବର ୨୦୧୨ରେ ନୂଆଦିଲ୍ଲୀର ଏକ ଚଳନ୍ତା ବସରେ ଡାକ୍ତରୀ ଛାତ୍ରୀ ଜ୍ୟୋତି ସିଂଙ୍କୁ ଗଣ ବଳାତ୍କାର ଓ ହତ୍ୟା କରା ଯାଇଥିଲା। ଏହାର ପ୍ରତିବାଦରେ ସେତେବେଳେ ସାରଦେଶ ଏକାଠି ହୋଇଥିଲା। ସାତ ବର୍ଷ ପରେ ଏହି ଅପରାଧ ସହ ସମ୍ପୃକ୍ତ  ଚାରି ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଅନ୍ତିମ ନିଷ୍ପତ୍ତି ନିଆଯାଇଛି।  ନିର୍ଭୟା କାଣ୍ଡର ଚାରି ଅଭିଯୁକ୍ତ ଅକ୍ଷୟ, ମୁକେଶ, ପବନ ଓ ବିନୟଙ୍କୁ ତିହାଡ଼ ଜେଲ୍‌ରେ ଫାଶୀ ଦିଆଯିବ । ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏହି ମାମଲା ନେଇ ଶୁଣାଣି ଆରମ୍ଭ ହୋଇଥିଲା । ଏହାପୂର୍ବରୁ ଗତ ଡିସେମ୍ବର ମାସରେ ପଟିଆଲା ହାଉସ କୋର୍ଟରେ ଡେଥ ୱାରେଣ୍ଟ ଶୁଣାଣି କରାଯାଇଥିଲେ ମଧ୍ୟ ରାୟ ପ୍ରକାଶ ପାଇନଥିଲା। ତେବେ ଏହାପୂର୍ବରୁ ସୁପ୍ରିମକୋର୍ଟ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ମାମଲାରେ 6ଜଣ ଦୋଷୀ ରହିଥିବାବେଳେ ଜଣେ ଅଭିଯୁକ୍ତ ଜେଲ ଭିତରେ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ନାବାଳକ ଥିବାରୁ ସୁଧାର ଗୃହରେ ସଜା କାଟିବା ପରେ ଛାଡି ଦିଆଯାଇଥିଲା । ଅନ୍ୟ ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । (ଏଜେନ୍ସି)

Categories
ଆଜିର ଖବର

ନିର୍ଭୟା ମାମଲା ଶୁଣାଣି : ଡିସେମ୍ବର ୧୮ ପର୍ଯ୍ୟନ୍ତ ମୁଲତବୀ

ନୂଆଦିଲ୍ଲୀ, ୧୩/୧୨: ନିର୍ଭୟା ଗଣଦୁଷ୍କର୍ମ ମାମଲାକୁ ନେଇ ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ଏହାର ଶୁଣାଣିକୁ ମୁଲତବୀ ରଖିଛନ୍ତି। ଆସନ୍ତା ୧୬ରେ ଏହି ମାମଲାର ଦୋଷୀଙ୍କୁ ଫାଶୀ ଦିଆଯିବା କଥା ଆଲୋଚନା ହେଉଥିବା ବେଳେ ଶୁକ୍ରବାର ଉକ୍ତ କୋର୍ଟରେ ଏମାନଙ୍କ ଡେଥ୍‌ ଓ୍ବାରେଣ୍ଟକୁ ନେଇ ଶୁଣାଣି ହୋଇଥିଲା। ଏହି ସମୟରେ କୋର୍ଟ କହିଥିଲେ ଉକ୍ତ ମାମଲାର ଜଣେ ଦୋଷୀଙ୍କ ପୁନର୍ବିଚାର ଆବେଦନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା ରହିଛି। ଏହାପରେ ଯାଇ ମାମଲାର ଶୁଣାଣି କରାଯିବ। ଏହି ମାମଲାର ଚାରି ଦୋଷୀଙ୍କ ମଧ୍ୟରୁ ଅକ୍ଷୟ କୁମାର ସିଂହ ପୁନର୍ବିଚାର ଆବେଦନ ଉପରେ ଆସନ୍ତା ୧୭ ତାରିଖରେ ତିନି ସଦ୍ୟସୀୟ ବିଚାରକ ମଣ୍ଡଳୀ ଶୁଣାଣି କରିବେ। ଏହି ଶୁଣାଣି ପରେ ଯାଇ ଏହି ମାମଲାର ବିଚାର ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ତେବେ ଏହି ମାମଲାର ଶୁଣାଣିକୁ ମୁଲତବୀ ରଖାଯିବା ପରେ ନିର୍ଭୟାଙ୍କ ମା’ କହିଛନ୍ତି ଯେ, ଦୀର୍ଘ ୭ ବର୍ଷ ହେବ ସେ ଫାଶୀ ଦଣ୍ଡକୁ ଅପେକ୍ଷା ରଖିଛନ୍ତି ଆଉ ଶେଷରେ ତାଙ୍କୁ ନିଶ୍ଚୟ ନ୍ୟାୟ ମିଳିବ। ଅକ୍ଷୟଙ୍କ ପୁନର୍ବିଚାର ଯାଚିକା ଖାରଜ ହେବ ବୋଲି କହିବା ସହିତ ଆସନ୍ତା ୧୮ ତାରିଖରେ ଦୋଷୀଙ୍କ ଦଣ୍ଡ ମିଳିବ ବୋଲି କହିଛନ୍ତି ନିର୍ଭୟାଙ୍କ ମା’ । (ଏଜେନ୍ସି)

Categories
ଆଜିର ଖବର

ଆସନ୍ତା କାଲି କୋର୍ଟରେ ହାଜର ହେବେ ନିର୍ଭୟା ଅଭିଯୁକ୍ତ

ନୂଆଦିଲ୍ଲୀ, ୧୨/୧୨: ନିର୍ଭୟା ଗଣ ଦୁଷ୍କର୍ମର ଚାରି ଅଭିଯୁକ୍ତଙ୍କୁ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଦିନ ପଟିଆଲା ହାଉସ୍‌ କୋର୍ଟରେ ହାଜର କରାଯିବା । ଭିଡିଓ କନ୍‌ଫରେନ୍ସ ଜରିଆରେ ଅଭିଯୁକ୍ତମାନେ ହାଜର ରହିବେ । ଏହି ମାମଲାର ଶୁଣାଣି ଭିଡିଓ କନ୍‌ଫରେନ୍ସି ଜରିଆରେ କରାଯିବ ।

ପଟିଆଲା ହାଉସ୍‌ କୋର୍ଟର ବିଚାରପତି ସତୀଶ କୁମାର କହିଛନ୍ତି ଯେ, ଆସନ୍ତାକାଲି ସକାଳ ୧୦ଟାବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶୁଣାଣୀ ହେବା ନେଇ ତିହାର୍‌ ଜେଲ୍‌କୁ ସୂଚନା ଦିଆଯାଇଛି । ଏହି ଶୁଣାଣୀ ସମୟରେ ନିର୍ଭୟାର ମାତା-ପିତା ଓ ତାଙ୍କ ଓକିଲ ମଧ୍ୟ ଉପସ୍ଥିତ ରହିବେ। ଗତ ଶୁଣାଣୀରେ ନିର୍ଭୟାଙ୍କ ମା’ ଦୋଷୀଙ୍କ ଫାଶୀ କେବେ ହେବ ବୋଲି ପ୍ରଶ୍ନ କରିଥିଲେ। ଏହି ଚାରି ଦୋଷୀଙ୍କ ମଧ୍ୟରୁ ଜଣେ ରାଷ୍ଟ୍ରପତିଙ୍କ ପାଖକୁ ଦୟା ଯାଚିକାର ନିବେଦନ କରିଛନ୍ତି । ରାଷ୍ଟ୍ରପତି ଏହା ଉପରେ ନିଷ୍ପତ୍ତି ନେବେ ।

ବିଚାରପତି ସମସ୍ତ ଦୋଷୀଙ୍କୁ ଡିସେମ୍ବର ୧୩ ତାରିଖରେ କୋର୍ଟରେ ହାଜର କରିବାକୁ ଆଦେଶ ଦେଇଛନ୍ତି। ଦୋଷୀମାନେ ନିଜ ପକ୍ଷ ରଖିପାରିବେ । ଏହି ମାମଲାରେ ସମସ୍ତଙ୍କୁ ଏକା ସାଙ୍ଗରେ ଡେଥ୍‌ ଓ୍ବାରେଣ୍ଟି ଜାରି ହେବା ନେଇ ବିଚାରପତି ପୂର୍ବରୁ ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ବିଶେଷ ଖବର

ସାତ ବର୍ଷ ପରେ ନିର୍ଭୟାଙ୍କୁ ମିଳିବ ନ୍ୟାୟ,  ଡିସେମ୍ବର ୧୬ରେ ନିର୍ଭୟା ଦୋଷୀଙ୍କୁ ହୋଇପାରେ ଫାଶୀ

ସମୀକ୍ଷା ବ୍ୟୁରୋ

ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଆସନ୍ତା ୧୬ ତାରିଖ ଦିନ ଫାଶୀ ଦିଆଯିବା ନେଇ ସୂଚନା ମିଳୁଛି। ଠିକ୍‌ ସାତ ବର୍ଷ ତଳେ ୧୬ ଡିସେମ୍ବର ୨୦୧୨ ମସିହାରେ ଭାରତର ରାଜଧାନୀରେ ଲୋମହର୍ଷଣକାରୀ ଘଟଣା ଘଟିଯାଇଥିଲା। ୭ ବର୍ଷ ହେବ ନିର୍ଭୟା ନ୍ୟାୟ ପାଇଁ ଭିକ୍ଷା ମାଗୁଥିବାବେଳେ ପରିଶେଷରେ ତାକୁ ନ୍ୟାୟ ଦିଆଯିବା ନେଇ ପ୍ରସ୍ତୁତି ଚାଲିଛି।  ନିକଟରେ ଘଟିଯାଇଥିବା ହାଇଦ୍ରାବାଦ ଗଣ ଦୁଷ୍କର୍ମ ମାମଲା, ଏନକାଉଣ୍ଟର ପରେ ନିର୍ଭୟା ମାମଲାର ନ୍ୟାୟ ପାଇଁ ଜେଲ୍‌ ପ୍ରଶାସନ ସକ୍ରିୟ ହୋଇଛନ୍ତି। ରାଷ୍ଟ୍ରପତି କ୍ଷମା ଆବେଦନକୁ ଖାରଜ କରିସାରିବା ପରେ ଏହି ଘଟଣାରେ ପୀଡ଼ିତା ଜଣକ ନ୍ୟାୟ ପାଇବା ନେଇ ଆଲୋଚନା ହୋଇଛି।

ଡିସେମ୍ବର ୧୬ ତାରିଖ, ୨୦୧୨ :

ପୀଡ଼ିତା ଜଣକ ଫିଲ୍ମ ଦେଖି  ତାଙ୍କ ପୁରୁଷ ବନ୍ଧୁ ସହ ଏକ ବସରେ ଦକ୍ଷିଣ ଦିଲ୍ଲୀର ମୁନିରକାଠାରୁ ଦ୍ୱାରକାସ୍ଥ (ଦିଲ୍ଲୀର ଏକ ଅଞ୍ଚଳ) ଘରକୁ ଫେରୁଥିଲେ। ସେହି ସମୟରେ ବସଟିରେ ସେହି ବସର କର୍ମଚାରୀଙ୍କ ବ୍ୟତୀତ ପ୍ରାୟ ଅନ୍ୟ କେହି ନ ଥିଲେ। ଏହାର ସୁଯୋଗ ନେଇ ଛଅଜଣ ଅପରାଧୀ ପୀଡିତା ସହ ଦୁର୍ବ୍ୟବହାର କରିବାକୁ ଲାଗିଲେ। ଏଥିରେ ପୀଡିତାଙ୍କ ପୁରୁଷ ବନ୍ଧୁ ବିରୋଧ କରିବାରୁ ସେମାନେ ତାଙ୍କୁ ମାଡ ମଧ୍ୟ ମାରିଥିଲେ। ଏପରିକି ଚଳନ୍ତା ବସରେ ସେମାନେ ପୀଡିତାଙ୍କୁ ସାମୁହିକ ଦୁଷ୍କର୍ମ କରିବା ସହ ଶାରୀରିକ ନିର୍ଯ୍ୟାତନା ମଧ୍ୟ ଦେଇଥିଲେ। ନିର୍ଯ୍ୟାତନା ସହି ନ ପାରି ପୀଡିତା ଅଚେତ ହୋଇପଡିଲେ। ପରିଶେଷରେ ସେମାନେ ପୀଡିତା ଏବଂ ତାଙ୍କ ବନ୍ଧୁଙ୍କୁ ଦକ୍ଷିଣ ଦିଲ୍ଲୀସ୍ଥ ମହିପାଳପୁର ନିକଟସ୍ଥ ବସନ୍ତ ବିହାର ଅଞ୍ଚଳରେ ବସରୁ ତଳକୁ ଫୋପାଡିଦେଇଥିଲେ। ମୃତ୍ୟୁ ସହ ଲଢେଇ କରି କରି ଶେଷରେ ଡିସେମ୍ବର ୨୯ ତାରିଖ ଦିନ ପୀଡ଼ିତା ଜଣକ ଶେଷନିଃଶ୍ବାସ ତ୍ୟାଗ କରିିଥିଲେ।

ଏହି ଘଟଣାର ପ୍ରାୟ ଦୁଇ ଦିନ ପରେ ଦିଲ୍ଲୀ ପୋଲିସ କମିଶନର ଦେଇଥିବା ତଥ୍ୟ ଅନୁସାରେ ଘଟଣାର ଚାରିଜଣ ଅଭିଯୁକ୍ତ ଧରାପଡିଥିଲେ । ପୀଡିତାଙ୍କ ପୁରୁଷ ବନ୍ଧୁଙ୍କ ବୟାନ ଆଧାରରେ “ଯାଦବ” ନାମକ ଏହି ବସକୁ ପୋଲିସ ଠାବ କରି ଉକ୍ତ ବସକୁ ଜବତ କରିବାରେ ସକ୍ଷମ ହୋଇଥିଲା। ଡ୍ରାଇଭର ପୋଲିସ ଆଗରେ ଦୋଷ ସ୍ୱୀକାର କରିବା ପରେ ତା’ର ବୟାନ ଆଧାରରେ ତାର ଭାଇ ମୁକେଶ, ବିନୟ ଗୁପ୍ତା, ପବନ ଗୁପ୍ତା ନାମକ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା।

ମାମଲାର ଗମ୍ଭୀରତା ଦୃଷ୍ଟିରୁ ଉକ୍ତ ମାମଲାର ବିଚାର ସକାଶେ ଗଠିତ ସ୍ୱତନ୍ତ୍ର ଅଦାଲତ ୧୪ ସେପ୍ଟେମ୍ବର ୨୦୧୩ ଦିନ ଚାରିଜଣ ବୟସ୍କ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ସମସ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କଲେ। ବୟସ୍କ ଅପରାଧୀମାନେ କରିଥିବା ଅପିଲ ତଥା ସଂପୃକ୍ତ ମୃତ୍ୟୁଦଣ୍ଡ ସଂଦର୍ଭ ମାମଲାର ଶୁଣାଣି କରି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ।ପରେ ଉଚ୍ଚତମ ନ୍ୟାୟାଳୟରେ ମଧ୍ୟ ସମସ୍ତ ଚାରି ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଆଦେଶ କାଏମ ରହିଲାା। ରାଷ୍ଟ୍ରପତି ଏହି ଚାରି ଦାେଷୀଙ୍କ କ୍ଷମା ଆବେଦନକୁ ଅଗ୍ରାହ୍ୟ କରିଦେବା ପରେ  ଏବେ ଫାଶୀ ଖୁଣ୍ଟରେ ଝୁଲାଇବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ମାମଲାରେ ୬ ଜଣ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ରାମ ସିଂ ଜେଲରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ସେହିପରି ଅନ୍ୟ ଜଣେ ନାବାଳକଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ ବକ୍ସର ଜେଲ୍‌ରେ ଏହି ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବା ନେଇ ରଶି ପ୍ରସ୍ତୁତ ଚାଲିଛି। ୨୦୧୩ରେ ଅଫଜଲ୍‌ଗୁରୁଙ୍କୁ ଏହି ଜେଲ୍‌ରେ ପ୍ରସ୍ତୁତ ରଶି ଜରିଆରେ ଫାଶୀ ଦିଆଯାଇଥିଲା। ଏହି ଜେଲ୍‌ରେ ଫାଶୀ ପାଇଁ ସ୍ବତନ୍ତ୍ର ଦଉଡ଼ିକୁ ପ୍ରସ୍ତୁତ କରାଯାଇଥାଏ। ସାତ ଜଣ କଏଦୀ ୩ରୁ ୪ ଦିନ ମଧ୍ୟରେ ଏହି ଦଉଡ଼ିକୁ ପ୍ରସ୍ତୁତ କରିଥା’ନ୍ତି। ଅଫ୍‌ଜଲ୍‌କୁ ଫାଶୀ ଦିଆଯାଇଥିବା ଦଉଡ଼ିର ଦାମ୍‌ ୧୭୨୫ ଟଙ୍କା ରହିଥିଲା।

ସମ୍ପ୍ରତି ଦେଶରେ ବଢି ଚାଲିଥିବା ଦୁଷ୍କର୍ମ ପରି ଅପରାଧକୁ ରୋକିବା ପାଇଁ ତ୍ବରିତ ନ୍ୟାୟ ବ୍ୟବସ୍ଥା ନେଇ ଦାବି ଚାଲିଛି। ନିକଟରେ ଘଟିଥିବା ହାଇଦ୍ରାବାଦ ଗଣ ଦୁଷ୍କର୍ମ ଘଟଣା ଓ ପରବର୍ତ୍ତୀ ଏନକାଉଣ୍ଟରକୁ ନେଇ ସାରା ଦେଶରେ ଏକ ଭିନ୍ନ ମାହୋଲ୍‌ ଗଢି ଉଠିଛି। ନ୍ୟାୟ ପ୍ରଣାଳୀର ଶିଥିଳତା ପାଇଁ ସାଧାରଣ ଜନତା ଏନକାଉଣ୍ଟରକୁ ଏହାର ବିକଳ୍ପ ବୋଲି ଭାବିନେଇସାରିଲେଣି। ସେହିପରି ନ୍ୟାୟ ପ୍ରଦାନ ସମ୍ପର୍କିତ ସିଜେଆଇ ବୋବ୍‌ଡେଙ୍କ ମନ୍ତବ୍ୟକୁ ନେଇ ମଧ୍ୟ ଉପରାଷ୍ଟ୍ରପତି ଟିକେ ଭ୍ରୂକୁଞ୍ଚନ କରିଛନ୍ତି । କ୍ରମାଗତ ବିଳମ୍ବକୁ ନେଇ ସେ ଚିନ୍ତାପ୍ରକଟ କରିଛନ୍ତି। ନ୍ୟାୟ ବ୍ୟବସ୍ଥା ସହ ସମ୍ପୃକ୍ତ ସମସ୍ତେ ଦକ୍ଷତାପୂର୍ବକ ସେମାନଙ୍କ କର୍ତ୍ତବ୍ୟ ନିର୍ବାହ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଦୁଷ୍କର୍ମ ପରି ମାମଲାଗୁଡିକୁ କ୍ରମାଗତ ଭାବେ ବିଳମ୍ବ ନ କରି ସେଗୁଡିକର ତ୍ୱରିତ ବିଚାର କରିବାକୁ ନାଇଡୁ ପରାମର୍ଶ ଦେଇଛନ୍ତି। ଯୌନ ଅପରାଧ ମାମଲାଗୁଡିକରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବାରେ ବିଳମ୍ବକୁ ନେଇ ଦେଶବ୍ୟାପୀ ଉତ୍ତେଜନା ପ୍ରକାଶ ପାଇଛି।

ନିର୍ଭୟା ମାମଲା ପରେ ମହିଳାଙ୍କ ସୁରକ୍ଷା ପାଇଁ ଆଇନ୍‌ ମଧ୍ୟ ପ୍ରଣୟନ ହୋଇଛି । କିନ୍ତୁ ତାହାପରେ ବି ଦେଶରେ ଦୁଷ୍କର୍ମ, ନିର୍ଯ୍ୟାତନା ପରି ମାମଲାଗୁଡ଼ିକ କମିବା ବଦଳରେ ବଢି ବଢି ଚାଲିଛି । କେବଳ ଆଇନ୍‌ ଲାଗୁ କରାଗଲେ, ଯେ ଅପରାଧ ବନ୍ଦ ହୋଇଯିବ, ତାହା ନୁହେଁ, ଏଥିପାଇଁ ପ୍ରଶାସନିକ ଦକ୍ଷତାର ଆବଶ୍ୟକତା ମଧ୍ୟ ରହିଛି।

ଦୀର୍ଘ ସାତ ବର୍ଷ ପରେ ଠିକ୍‌ ସେଇଦିନ ଅପରାଧୀଙ୍କୁ ଫାଶୀ ଦଣ୍ଡରେ ଝୁଲାଇ ନିର୍ଭୟାକୁ ନ୍ୟାୟ ତ ଦିଆଯାଇପାରିବ, କିନ୍ତୁ ଦେଶରେ ରହିଥିବା ଅନ୍ୟ ସବୁ ନିର୍ଭୟାମାନଙ୍କୁ କେତେ ସୁରକ୍ଷା ଦିଆଯାଇପାରିବ, ତାହା ହେଉଛି ଆଜିର ସବୁଠୁ ବଡ଼ ପ୍ରଶ୍ନ।