Categories
ଆଜିର ଖବର ଖେଳ ଜାତୀୟ ଖବର

ମୁମ୍ବାଇ ଇଣ୍ଡିଆନ୍ସ ଯୁବ କ୍ରିକେଟରଙ୍କୁ ପ୍ରସ୍ତୁତ କରିବାର ପରମ୍ପରା ଜାରି ରଖିବ: ନୀତା ଅମ୍ବାନୀ

ମୁମ୍ବାଇ: ସୋମବାର ଦିନ ଅନୁଷ୍ଠିତ ଆଇପିଏଲ ଖେଳାଳି ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅନେକ ଯୁବ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ନୀତା ଏମ ଅମ୍ବାନୀ। ସେ ନୂତନ ପ୍ରତିଭା ପ୍ରତିପୋଷଣ ଏବଂ ଭାରତୀୟ କ୍ରିକେଟ୍ ପାଇଁ ବିଶ୍ୱ ସ୍ତରୀୟ ଖେଳାଳି ପ୍ରସ୍ତୁତ କରିବା ଦିଗରେ ଦଳର ରହିଆସିଥିବା ପରମ୍ପରା ଉପରେ ଆଲୋକପାତ କରିଛନ୍ତି।

ନୀତା ଅମ୍ବାନୀ କହିଛନ୍ତି, “ମେଗା ନିଲାମର ଅର୍ଥ ହେଉଛି ଏକ ନୂତନ ଆରମ୍ଭ ଏବଂ ଏକ ନୂତନ ଦଳ, କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସର ଉତ୍ସାହ ଏବଂ ଆତ୍ମା​​ସର୍ବଦା ପୂର୍ବ ଭଳି ରହିଛି। କିଛି ନୂତନ ପ୍ରତିଭାବାନ ଚେହେରାକୁ ସ୍ୱାଗତ କରି ଆମେ ଗର୍ବିତ ଏବଂ ଆମର ପୁରୁଣା ଖେଳାଳିଙ୍କୁ ଫେରାଇ ଆଣିବାରେ ମଧ୍ୟ ଆମେ ସଫଳ ହୋଇଛୁ। ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମରା, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମାଙ୍କ ପରି ମଜଭୁତ ମୂଳ ଖେଳାଳିଙ୍କୁ କେନ୍ଦ୍ରରେ ରଖି ନେଇ ଏକ ନୂତନ ଦଳ ଗଠନ କରାଯାଇଛି।”

ସେ କହିଛନ୍ତି, “ଏହା ଆମ ପାଇଁ ଗର୍ବର ବିଷୟ ଯେ, ଜସପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମାଙ୍କ ଭଳି ଖେଳାଳି ମୁମ୍ବାଇ ଇଣ୍ଡିଆନ୍ସରୁ ବାହାରି ଭାରତୀୟ ଦଳରେ ନିଜ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ଆମ ପାଖରେ ନମନ ଧୀର, ରବିନ୍ ମିଞ୍ଜ, ଅଶ୍ୱିନୀ କୁମାର ଏବଂ ରାଜ ଅଙ୍ଗଦ ବାୱାଙ୍କ ଭଳି ଯୁବ ଖେଳାଳି ଅଛନ୍ତି, ଯାହାଙ୍କୁ ଆମେ ପ୍ରସ୍ତୁତ କରି ସଫଳତାର ନୂତନ ଶିଖରରେ ପହଞ୍ଚିବା ପାଇଁ ସୁଯୋଗ ଦେବୁ।”

Categories
ଆଜିର ଖବର ଖେଳ ଜାତୀୟ ଖବର

ପାରାଅଲିମ୍ପିକ୍ସ ଆଥଲେଟଙ୍କ ଅସାଧାରଣ ସଫଳତା ଲକ୍ଷ ଲକ୍ଷ ଭାରତୀୟଙ୍କୁ ପ୍ରେରଣା ଯୋଗାଇଛି: ନୀତା ଅମ୍ବାନୀ

ମୁମ୍ବାଇ: ସଦ୍ୟ ସମାପ୍ତ ହୋଇଥିବା ପ୍ୟାରିସ୍ ୨୦୨୪ ପାରାଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନଙ୍କ ଅସାଧାରଣ ସଫଳତା ଲକ୍ଷ ଲକ୍ଷ ଭାରତୀୟଙ୍କୁ ପ୍ରେରଣା ଯୋଗାଇଥିବା କହିଛନ୍ତି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ।

ଏହି ଅବସରରେ ସମସ୍ତ ଆଥଲେଟଙ୍କ ପ୍ରଶଂସାରେ ଶ୍ରୀମତୀ ଅମ୍ବାନୀ କହିଛନ୍ତି ଯେ “ପ୍ୟାରିସ୍ ୨୦୨୪ ପାରାଅଲିମ୍ପିକ୍ସ ଶେଷ ହୋଇଥିବା ବେଳେ ମୁଁ ଭାରତର ଅସାଧାରଣ ଆଥଲେଟମାନଙ୍କ ପାଇଁ ବେଶ ଗର୍ବିତ ଅନୁଭବ କରୁଛି। ରେକର୍ଡ ୭ଟି ସ୍ବର୍ଣ୍ଣ ପଦକ ସହିତ ଏବେଯାଏଁ ସର୍ବାଧିକ ୨୯ ଟି ପଦକ ଏବଂ ଆମର ସର୍ବଶ୍ରେଷ୍ଠ ମେଡାଲ ତାଲିକା ରାଙ୍କିଙ୍ଗ (ସ୍ଥାନ) ସହ ଆପଣମାନେ କେବଳ ରେକର୍ଡ ଭାଙ୍ଗି ନାହାଁନ୍ତି, ବରଂ ଅନେକ ପ୍ରତିବନ୍ଧକ ଦୂର କରିଛନ୍ତି। ଆପଣମାନଙ୍କର ଦୃଢ଼ତା, ପ୍ରତିଭା ଏବଂ ସଫଳତା ଯୋଗୁଁ ଭାରତ ଆଜି ଉଚ୍ଚ ଭାବରେ ଛିଡା ହୋଇଛି।

ଏହି ସଫଳତାକୁ ପାଳନ କରିବାରେ ଆପଣମାନେ ସାରା ଦେଶକୁ ଏକତ୍ର କରିଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ କିଛି ବଡ କରିବା ପାଇଁ ସ୍ବପ୍ନ ଦେଖିବାକୁ ପ୍ରେରିତ କରିଛନ୍ତି। ମୁଁ ଆପଣ ସମସ୍ତଙ୍କ ଯାତ୍ରାକୁ ସଲାମ କରୁଛି ଏବଂ ଆଗାମୀ ବର୍ଷ ମାନଙ୍କରେ ଆପଣମାନେ ସଫଳତାର ଆହୁରି ଉଚ୍ଚତର ସ୍ଥାନରେ ପହଞ୍ଚିବାର କାମନା କରୁଛି । ଜୟ ହିନ୍ଦ!”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଇଣ୍ଡିଆ ହାଉସରେ ଭାରତୀୟ ଆଥଲେଟମାନଙ୍କୁ ସମ୍ମାନିତ କଲେ ନୀତା ଅମ୍ବାନୀ

ପ୍ୟାରିସ୍: ପ୍ରଥମ କିଛି ଦିନରେ ଦୁଇଟି ପଦକ ଜିତି ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଏକ ଭଲ ଆରମ୍ଭ କରିଛି। ଭାରତୀୟ ଖେଳାଳିମାନେ ଡେ ଲା ୱିଲେଟ୍ ପାର୍କରେ ଥିବା ଇଣ୍ଡିଆ ହାଉସରେ ପହଞ୍ଚିଥିଲେ, ଯେଉଁଠାରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବ୍ରୋଞ୍ଜ ପଦକ ବିଜେତା ସରବଜୋତ ସିଂ, ରୋହନ ବୋପାନ୍ନା, ଶରତ କମଲ, ମନିକା ବାତ୍ରା ଏବଂ ଅର୍ଜୁନ ବବୁତାଙ୍କ ପରି ଶ୍ରେଷ୍ଠ ଭାରତୀୟ ଆଥଲେଟ୍ ମାନଙ୍କୁ ଇଣ୍ଡିଆ ହାଉସରେ ସମ୍ମାନିତ କରାଯାଇଥିଲା।

ସମସ୍ତ ଆଥଲେଟ୍ ମାନଙ୍କୁ ଉତ୍ସାହର ସହ ଭେଟି ଆଇଓସି ସଦସ୍ୟା ଏବଂ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ ଅମ୍ବାନୀ କହିଛନ୍ତି ଯେ “ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ନିର୍ମିତ ଇଣ୍ଡିଆ ହାଉସକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଭାରତକୁ ପ୍ରତିନିଧିତ୍ୱ କରୁଥିବା ଅନେକ ଭାରତୀୟ ଆଥଲେଟ୍ ଆଜି ଏଠାରେ ଉପସ୍ଥିତ ଅଛନ୍ତି। ଆପଣ ସମସ୍ତେ ଆମ ମାନଙ୍କୁ ଗର୍ବିତ କରିଛନ୍ତି । ଦ୍ଵିତୀୟ ପଦକ ଜିତି ଆମକୁ ଗୌରବାନ୍ୱିତ କରିଥିବା ମନୁ ଭାକର ଏବଂ ସରବଜୋତ ସିଂଙ୍କୁ ବିଶେଷ ଧନ୍ୟବାଦ । ସରବଜୋତ ସିଂ ଆଜି ଆମ ସହିତ ଇଣ୍ଡିଆ ହାଉସରେ ଅଛନ୍ତି ଏବଂ ଆମ ସମସ୍ତେ ଛିଡ଼ାହୋଇ ତାଙ୍କୁ ଅଭିବାଦନ ଜଣାଇବା ଉଚିତ।”

ଖେଳାଳିମାନଙ୍କୁ ପାରମ୍ପରିକ ଭାରତୀୟ ଟିକା ସହିତ ଢୋଲ ବଜାଇ ସ୍ୱାଗତ କରାଯାଇଥିଲା। ବିଶ୍ୱର ସର୍ବବୃହତ କ୍ରୀଡ଼ା ମଞ୍ଚରେ ଦେଶକୁ ପ୍ରତିନିଧିତ୍ୱ କରିଥିବାରୁ ସମସ୍ତ ଖେଳାଳିଙ୍କୁ ନୀତା ଅମ୍ବାନୀ କୃତଜ୍ଞତା ଜଣାଇଛନ୍ତି। ଅଲିମ୍ପିକ୍ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଇଣ୍ଡିଆ ହାଉସରେ ଏକ ଡିଜିଟାଲ୍ ଅଗ୍ନି ପ୍ରଜ୍ବଳନ ମଧ୍ୟ କାରକରାଯାଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଇଣ୍ଡିଆ ହାଉସ୍ ହେଉଛି ଭାରତର ଅଲିମ୍ପିକ୍ ଆକାଂକ୍ଷାର ପ୍ରତୀକ- ନୀତା ଅମ୍ବାନୀ

ମୁମ୍ବାଇ / ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସର ବିଶାଳ ଉଦଘାଟନର ଗୋଟିଏ ଦିନ ପରେ ପ୍ୟାରିସରେ ଭାରତର ପ୍ରଥମ କଣ୍ଟ୍ରି ହାଉସ ଅର୍ଥାତ୍ ଇଣ୍ଡିଆ ହାଉସ୍ ଉଦଘାଟନ ହୋଇଛି। ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ ଅମ୍ବାନୀ ପାରମ୍ପାରିକ ଭାରତୀୟ ଶୈଳୀରେ ଦୀପ ଜାଳି ଇଣ୍ଡିଆ ହାଉସର ଉଦଘାଟନ କରିଥିଲେ।

 ଏହି ଉଦ୍ଘାଟନୀ ସମାରୋହରେ ଭାରତ ତଥା ବିଦେଶର ବିଶିଷ୍ଟ ଅତିଥିଆଇଓସି ଅଧିକାରୀ ତଥା ଭାରତର ସେଲିବ୍ରିଟିମାନେ ଯୋଗ ଦେଇଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ରହିଥିଲେ ଆଇଓସି ସମିତି ସଦସ୍ୟ ସେର ମିଆଙ୍ଗ ଏନଜିଭାରତୀୟ ଅଲିମ୍ପିକ ଆସୋସିଏସନ ସଭାପତି ପି ଟି ଉଷାଫ୍ରାନ୍ସରେ ଭାରତର ରାଷ୍ଟ୍ରଦୂତ ଜାଭେଦ୍ ଅଶରଫବିସିସିଆଇର ସଚିବ ଜୟ ଶାହା ଏବଂ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନାଭ ବିନ୍ଦ୍ରା।

 ଏହି ଅବସରରେ ଆଇଓସି ସଦସ୍ୟା ନୀତା ଅମ୍ବାନୀ ଅଲିମ୍ପିକ୍ସକୁ ଭାରତକୁ ଆଣିବା ପାଇଁ ଓକିଲାତି କରିଥିଲେ, “ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ନିର୍ମିତ ଇଣ୍ଡିଆ ହାଉସକୁ ସ୍ୱାଗତ। ଆଜି ଆମେ ୨୦୨୪ ପ୍ୟାରିସ ଅଲିମ୍ପିକରେ ଏକ ନୂତନ ସ୍ୱପ୍ନ ଦେଖୁଛୁଯାହା ୧୪୦ କୋଟି ଭାରତୀୟଙ୍କ ମଧ୍ୟ ସ୍ବପ୍ନ। ଭାରତକୁ ଅଲିମ୍ପିକ୍ସକୁ ଆଣିବା ଏବଂ ଅଲିମ୍ପିକ୍ସକୁ ଭାରତକୁ ନେବାର ଏକ ନୂଆ ସ୍ବପ୍ନ। ବର୍ତ୍ତମାନ ସମୟ ଆସିଛି ଏଥେନ୍ସରେ ପ୍ରଥମଥର ପ୍ରଜ୍ବଳିତ ହୋଇଥିବା ଅଲିମ୍ପିକ ଜ୍ୟୋତି ଆମର ପ୍ରାଚୀନ ଦେଶରେ ଭାରତରେ ପ୍ରଜ୍ବଳିତ ହେବାର। ଏବେ ସେହିଦିନ ଆଉ ବେଶୀ ଦୂର ନାହିଁ ଯେବେ ଭାରତରେ ଅଲିମ୍ପିକ ଆୟୋଜିତ ହେବ। ପ୍ୟାରିସରେ ଇଣ୍ଡିଆ ହାଉସର ଉଦଘାଟନ ଅବସରରେ ଏହା ଆମର ସାମୂହିକ ସଂକଳ୍ପ।

 ଇଣ୍ଡିଆ ହାଉସର ମହତ୍ତ୍ୱ ଉପରେ ଶ୍ରୀମତୀ ଅମ୍ବାନୀ କହିଛନ୍ତି, “ଇଣ୍ଡିଆ ହାଉସକୁ ଭାରତର ଅଲିମ୍ପିକ୍ ଆକାଂକ୍ଷାର ପ୍ରତୀକ ଭାବରେ ଦେଖାଯାଏ। ଆମେ ଆଶା କରୁଛୁ ଏହା ଆମ ଆଥଲେଟମାନଙ୍କ ପାଇଁ ଘରଠାରୁ ଦୂରରେ ଏକ ଘର ହେବଯେଉଁଠାରେ ଆମେ ସେମାନଙ୍କୁ ସମ୍ମାନ ଦେଇଥାଉ ଏବଂ ସେମାନଙ୍କ ସଫଳତାକୁ ପାଳନ କରିଥାଉ। ଇଣ୍ଡିଆ ହାଉସ୍ ଶେଷ ଲକ୍ଷ୍ୟ ନୁହେଁଏହା ଭାରତ ପାଇଁ ଏକ ନୂତନ ଆରମ୍ଭ। ଆମେ ପ୍ୟାରିସର ହୃଦୟରେ ଇଣ୍ଡିଆ ହାଉସରେ ସାରା ବିଶ୍ୱକୁ ସ୍ୱାଗତ କରୁଛୁ।”

 ବଲିଉଡ ଗାୟକ ଶାନ ତାଙ୍କ ସୁମଧୁର ସଙ୍ଗୀତ ସହିତ ଇଣ୍ଡିଆ ହାଉସର ଉଦ୍ଘାଟନୀ ସମାରୋହକୁ ସ୍ୱତନ୍ତ୍ର କରିଥିଲେ। ଦର୍ଶକମାନେ ତାଙ୍କ ବଲିଉଡ ଗୀତରେ ମନଭରି ଝୁମି ଉଠିଥିଲେ। ଢୋଲ ବଜାଇ ପରିଦର୍ଶକମାନଙ୍କୁ ସ୍ୱାଗତ କରାଯାଇଥିଲା। ଏହା ପରେ ମୁମ୍ବାଇର ଦୃଷ୍ଟିବାଧିତ ପିଲାମାନେ ପାରମ୍ପରିକ ଭାରତୀୟ ଖେଳ ମାଲଖମ୍ବର ଚମତ୍କାର ପ୍ରଦର୍ଶନ କରିଥିଲେ। ଇଣ୍ଡିଆ ହାଉସ୍ ପାର୍କ ଅଫ୍ ନେସନ୍ସର ପାର୍କ ଦେ ଲା ଭିଲେଟରେ ଅବସ୍ଥିତ ଏବଂ ୨୭ ଜୁଲାଇରୁ ୧୧ ଅଗଷ୍ଟ ପର‌୍ୟ୍ୟନ୍ତ ଅଲିମ୍ପିକ୍ ଖେଳ ସମୟରେ ସ୍ଥାନୀୟ ସମୟ ଅନୁସାରେ ସକାଳ ୧୧ ଟାରୁ ୧୧ ଟା ପର‌୍ୟ୍ୟନ୍ତ ପରିଦର୍ଶକଙ୍କ ପାଇଁ ଖୋଲା ରହିବ।