Categories
ଆଜିର ଖବର

କଂଗ୍ରେସ କ୍ଷମତାକୁ ଆସିଲେ ଉଚ୍ଛେଦ ହେବ ନିତି ଆୟୋଗ : ରାହୁଲ୍‌ ଗାନ୍ଧି

ସରକାରକୁ ଆସିଲେ ନିତି ଆୟୋଗକୁ ଉଚ୍ଛେଦ କରିବେ ବୋଲି ରାହୁଲ୍‌ ଗାନ୍ଧି କହିଛନ୍ତି । ସେ କହିଛନ୍ତି ଯେ, ନିତି ଆୟୋଗ କୌଣସି ଉଦ୍ଦେଶ୍ୟ ସାଧନ କରୁନାହିଁ। ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରଚାର କାର୍ଯ୍ୟ କରୁଛି ଏବଂ ଭୁଲ ତଥ୍ୟ ପ୍ରଦାନ କରୁଛି। କଂଗ୍ରେସ କ୍ଷମତାକୁ ଆସିଲେ ଏହାକୁ ହଟାଇ ଯୋଜନା ଆୟୋଗରେ ବଦଳାଇବ । ଏଥିରେ ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞମାନଙ୍କୁ ସଦସ୍ୟ ଭାବେ ରଖାଯିବ। ସଦସ୍ୟ ସଂଖ୍ୟା ୧୦୦ରୁ କମ୍‌ ରହିବ। ସୂଚନାଯୋଗ୍ୟ, ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ରାହୁଲଙ୍କ ସର୍ବନିମ୍ନ ନିଶ୍ଚିତ ରୋଜଗାର ଯୋଜନା ‘ନ୍ୟାୟ’ ଉପରେ ମନ୍ତବ୍ୟ ଦେଇ କହିଥିଲେ ଯେ, ଏହା କାର୍ଯ୍ୟକାରୀ ହେଲେ ରାଜକୋଷ ୩.୫ ପ୍ରତିଶତରୁ ବଢି ୬ ପ୍ରତିଶତ ହୋଇଯିବ । ଏହି ଯୋଜନା ଆକାଶ କଇଁଆ ଭଳି, ଯାହାକୁ ପୂରା କରିବା ଅସମ୍ଭବ । ତେବେ ରାଜୀବ କୁମାରଙ୍କ ଏପରି ବୟାନକୁ ନିର୍ବାଚନ ଆୟୋଗ ନୋଟିସ୍‌ କରି ତାଙ୍କୁ ଜବାବ ତଲବ କରିଛନ୍ତି ।