Categories
ଆଜିର ଖବର

ନିତ୍ୟାନନ୍ଦଙ୍କ ପାସପୋର୍ଟ ଋଦ୍ଦ କଲା ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ,6/12: ଆତ୍ମଘୋଷିତ ବିବାଦୀୟ ବାବା ନିତ୍ୟାନନ୍ଦଙ୍କ ପାସପୋର୍ଟକୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଋଦ୍ଦ କରାଯାଇଛି। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର ଏ ନେଇ ସୂଚନା ଦେଇଛନ୍ତି। ନିତ୍ୟାନନ୍ଦ ଦକ୍ଷିଣ ଆମେରିକାର ଇକ୍ୱେଡର ଦେଶରେ ଥିବା ଏକ ଦ୍ୱୀପ କିଣି ନିଜର ଏକ ସ୍ୱାଧୀନ ହିନ୍ଦୁ ରାଷ୍ଟ୍ର ଘୋଷଣା କରିଥିଲେ। ଏହି ସ୍ୱାଧୀନ ରାଷ୍ଟ୍ରର ନାମ କୈଳାସା ରଖିବା ସହିତ ଏଥିପାଇଁ ଏକ ଓ୍ୱେବସାଇଟ୍ ମଧ୍ୟ ତିଆରି କରାଯାଇଛି। ନିଜର ହିନ୍ଦୁ ରାଷ୍ଟ୍ର ଗଠନ କରିବା ପରେ ଭାରତୀୟ ନାଗରିକତ୍ବ ହରାଇଥିବାରୁ ନିତ୍ୟାନନ୍ଦଙ୍କ ପାସପୋର୍ଟ ଋଦ୍ଦ କରାଯାଇଥିବା ନେଇ ରବୀଶ କୁମାର ସୂଚନା ଦେଇଛନ୍ତି।

Categories
ଆଜିର ଖବର

ଆତ୍ମଘୋଷିତ ବାବା ନିତ୍ୟାନନ୍ଦ ଅହମ୍ମଦାବାଦରୁ ଗିରଫ

ନାବାଳିକାଙ୍କୁ ନିର୍ଯାତନା ଅଭିଯୋଗରେ ଆତ୍ମଘୋଷିତ ବାବା ନିତ୍ୟାନନ୍ଦଙ୍କୁ ପୋଲିସ୍‌ ଗିରଫ କରିଛି । ଅହମ୍ମଦାବାଦ ପୋଲିସ୍‌ ନିତ୍ୟାନନ୍ଦଙ୍କ ସମେତ ଆଶ୍ରମର ଅନ୍ୟ ଦୁଇ ଜଣ ପରିଚାଳକଙ୍କୁ ଗିରଫ କରିଛି । ଏହା ସହିତ ଗୁଜରାଟ ହାଇକୋର୍ଟଙ୍କ ପକ୍ଷରୁ ନିତ୍ୟାନନ୍ଦଙ୍କୁ ଏକ ନୋଟିସ୍‌ ଜାରି କରାଯାଇଛି । ତିନି ଜଣଙ୍କୁ ନାବାଳିକାଙ୍କୁ ନିର୍ଯାତନା ଏବଂ ଆଶ୍ରମରେ ଅଟକ ରଖିବା ଅଭିଯୋଗରେ ଗଗିରଫ କରାଯାଇଛି । ନିତ୍ୟାନନ୍ଦଙ୍କ ସହିତ ଗିରଫ ଦୁଇ ପରିଚାଳକ ହେଉଛନ୍ତି ହରିଣୀ ଚେଲାପ୍ପାନ ଏବଂ ରିଦ୍ଧି ରବିକିରଣ । ଉଭୟ ମହୀଶୂରର ବାସିନ୍ଦା ଏବଂ ଉଭୟଙ୍କୁ ଅହମ୍ମଦାବାଦର ହୀରାପୁର ଆଶ୍ରମରୁ ଗିରଫ କରାଯାଇଛି । ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟଙ୍କ ପକ୍ଷରୁ 5 ଦିନିଆ ରିମାଣ୍ଡରେ ପଠାଯାଇଛି । ପୂର୍ବରୁ 2010ରେ ନିତ୍ୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିବା ବେଳେ 2014ରେ ତାଙ୍କ ଆଶ୍ରମରେ ଜଣେ ମହିଳା ପ୍ରାଣ ହରାଇଥିଲେ ।