ଭାରତର ପାଣିପାଗ ବିଭାଗ ମୌସୁମୀକୁ ନେଇ ନିଜର ଅଭିମତ ରଖିଛି। ଚଳିତ ଥର ମୌସୁମୀ ସ୍ବାଭାବିକ ହେବ ବୋଲି କୁହାଯାଇଛି। ଏହା ପୂର୍ବରୁ ଆମେରିକା ଓ ଅଷ୍ଟ୍ରେଲିଆ ସମେତ ଅନେକ ଦେଶର ପାଣିପାଗ ଏଜେନ୍ସି ସମେତ ଭାରତର ସ୍କାଇମେଟ୍ ମଧ୍ୟ ମୌସୁମୀ ଉପରେ ଏଲନିନୋର ପ୍ରଭାବ ରହିବ ବୋଲି ଆଶଙ୍କା ପ୍ରକାଶ କରିଥିଲେ। ମାତ୍ର ଭାରତୀୟ ପାଣିପାଗ ବିଭାଗ ମୁତାବକ ଚଳିତ ବର୍ଷ ମୌସୁମୀ ସ୍ଵାଭାବିକ ରହିବ। ମୌସୁମୀ ଉପରେ ଏଲନିନୋର ପ୍ରଭାବ ପଡ଼ିବ ନାହିଁ। ପାଣିପାଗ ବିଭାଗ ଅନୁମାନ ମୁତାବକ, ମୌସୁମୀ ସମୟରେ ଦେଶରେ ଲମ୍ବା ଅବଧିର ହାରାହାରି ୯୬ ପ୍ରତିଶତ ବର୍ଷା ହେବ। ତେବେ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ୪% କମ୍ ବର୍ଷା ହେବା ନେଇ ସୂଚନା ରହିଛି। ଦେଶରେ ୭୦ ଭାଗ ଜଳସେଚନ ବର୍ଷା ଉପରେ ହିଁ ନିର୍ଭରଶୀଳ।
