Categories
ଆଜିର ଖବର ଜାତୀୟ ଖବର

ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ଇଡିଆଇଓ ଲ୍ୟାଣ୍ଡ କଷ୍ଟମ୍ କେନ୍ଦ୍ର ଉଦ୍‌ଘାଟନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଉତ୍ତର ପୂର୍ବଞ୍ଚଳ ରାଜ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ଲ୍ୟାଣ୍ଡ କଷ୍ଟମ୍ସ କେନ୍ଦ୍ର ଓ ଏଥିରେ ଥିବା ଇଲେକ୍‌ଟ୍ରୋନିକ ଡାଟା ଇଣ୍ଟରଚେନ (ଇଡିଆଇ) ବ୍ୟବସ୍ଥାକୁ ଉଦ୍‌ଘାଟନ କରିବେ। ଆଭାସୀ ବ୍ୟବସ୍ଥାରେ ଏହି ଉଦ୍‌ଘାଟନ କାର୍ଯ୍ୟ ସମାପନ ହେବ। ଏହା ଫଳରେ ଉତ୍ତର ପୂର୍ବାଞ୍ଚଳରେ ବ୍ୟାବସାୟିକ ସୁଗମତା ବଢିବା ସହିତ ଆଞ୍ଚଳିକ ବାଣିଜ୍ୟ କାରବାର ସୁବିଧା ବୃଦ୍ଧି ପାଇବ।

ଏହି କାର୍ଯ୍ୟକ୍ରମ ପରେ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଏକ ଉତ୍ସବର ଆୟୋଜନ କରିବ। ଏଥିରେ ସୀମା ଶୁଳ୍କ ବିଭାଗ ଦ୍ୱାରା ଜବତ ହୋଇଥିବା ମୂଲ୍ୟବାନ କଳାକୃତିଗୁଡିକୁ ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ହସ୍ତାନ୍ତର କରାଯିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମ ମଧ୍ୟ ଆଭାସୀ ବ୍ୟବସ୍ଥାରେ ଅନୁଷ୍ଠିତ ହେବ।

କେନ୍ଦ୍ରୀୟ ସୀମା ଶୁଳ୍କ ବିଭାଗ ଦେଶର ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଯାଇଥିବା ଅନେକ ପ୍ରାଚୀନ କଳାକୃତିକୁ ଜବତ କରିଛି। ସେଥିମଧ୍ୟରୁ ୧୦୧ଟି ପ୍ରାଚୀନ କଳାକୃତ୍ତିକୁ  ଏସଏସ୍‌ଆଇର ସାତୋଟି ଆଞ୍ଚଳିକ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯିବ। ଏହି ଆଞ୍ଚଳିକ କାର୍ଯ୍ୟାଳୟଗୁଡିକ ହେଲା, ଭୁବନେଶ୍ୱର, ଭୋପାଳ, ବେଙ୍ଗାଲୁରୁ, ଗୁଆହାଟୀ, ପୁଣେ, ମୁମ୍ବାଇ ଓ ଦିଲ୍ଲୀ।

Categories
ଆଜିର ଖବର ଜାତୀୟ ଖବର

୨୦୨୩ ସୁଦ୍ଧା ନର୍ଥ ଇଷ୍ଟର ସବୁ ରାଜ୍ୟର ରାଜଧାନୀକୁ ରେଳ ସଂଯୋଗ

ନୂଆଦିଲ୍ଲୀ: ୨୦୨୩ ସୁଦ୍ଧା ନର୍ଥ ଇଷ୍ଟ ରାଜ୍ୟଗୁଡିକର ସବୁ ରାଜଧାନୀକୁ ରେଳପଥରେ ସଂଯୋଗ କରାଯିବ। ଏଥିପାଇଁ ଭାରତୀୟ ରେଳବାଇ ପକ୍ଷରୁ ଯୋଜନା ଆରମ୍ଭ ହୋଇଯାଇଛି। ଆଜି ରେଳବାଇ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ବିନୋଦ କୁମାର କହିଛନ୍ତି, ‘ଆମେ ଏକ ପ୍ରକଳ୍ପ ଆରମ୍ଭ କରିଛୁ ଯାହାକି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିର ସମସ୍ତ ରାଜଧାନୀକୁ ସଂଯୋଗ କରିବ। ଆସାମର ରାଜଧାନୀ ତ୍ରିପୁରା ଓ ଅରୁଣାଚଳ ଦେଶକୁ ଯୋଡ଼ା ଯାଇସାରିଛି। ମଣିପୁର, ମିଜୋରାମ ନାଗାଲାଣ୍ଡ ଏବଂ ମେଘାଳୟ ଆଦିକୁ ଯୋଡ଼ିବା ପାଇଁ କାମ ଆରମ୍ଭ ହୋଇଛି। ୨୦୨୨ ସୁଦ୍ଧା ମଣିପୁର, ମେଘାଳୟ ,ସିକିମ ସହ ସଂଯୋଗ ହେବ ହେବ ବୋଲି ଆଶା ରହିଥିବା ବେଳେ ୨୦୨୩ ସୁଦ୍ଧା ମିଜୋରାମ, ନାଗାଲାଣ୍ଡକୁ ସଂଯୋଗ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି। ସେ ଆହୁରି କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ରେଳ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଅନେକ କାମ କରି ସାରିଛି ।