Categories
ଆଜିର ଖବର

ନାବାଳିକା ଦୁଷ୍କର୍ମ ଉଦ୍ୟମ : ନାବାଳକ ଗିରଫ

ସମୀକ୍ଷା ବ୍ୟୁରୋ
ନୂଆପଡ଼ା, 23/12 : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅଞ୍ଚଳରେ ଜଣେ 4 ବର୍ଷର ନାବାଳିକାକୁ ଦୁଷ୍କର୍ମର ଅଭିଯୋଗ ହୋଇଛି । 2 ମାସ ତଳେ ସେହି ଗାଁର ଜଣେ ନାବାଳକ ଏହି ଜଘନ୍ୟ କାଣ୍ଡ ଭିଆଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରିକି ଘଟଣା ସମ୍ପର୍କରେ ବାହାରେ ପ୍ରକାଶ କଲେ ଝିଅର ଭିଡିଓ ଭାଇରାଲ କରିଦେବେ ବୋଲି ପୀଡ଼ିତାର ବାପାଙ୍କୁ ନାବାଳକ ଜଣକ ଧମକ ଦେଇଥିଲା । ଏନେଇ ରବିବାର ପୀଡ଼ିତାଙ୍କ ପରିବାରବର୍ଗ ଜୋଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ୍‌ ମାମଲା ରୁଜୁ କରି ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ହାଜର କରାଇଛି ।