Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ମହାକାଶରେ ଉପଗ୍ରହ ବିସ୍ଫୋରଣ କରିବ ରୁଷ! ଆମେରିକାର ବଢିଲା ଚିନ୍ତା, ବନ୍ଦ ହୋଇଯିବ ଇଣ୍ଟରନେଟ୍

ନୂଆଦିଲ୍ଲୀ: ରୁଷ ପୁଣି ଥରେ ବାଇଡେନ ପ୍ରଶାସନର ଚିନ୍ତା ବଢାଇଦେଇଛି, ଯେଉଁଥିପାଇଁ ଆମେରିକୀୟ ଅଧିକାରୀମାନେ ଚକିତ ହୋଇଯାଇଛନ୍ତି। ବାସ୍ତବରେ, ରୁଷ ୨୦୨୨ ରେ ଏକ ଉପଗ୍ରହ ଉତକ୍ଷେପଣ କରିଥିଲା, ଯାହାର ନାମ କସ୍ମୋସ୍ -୨୫୫୩। ବର୍ତ୍ତମାନ ଆମେରିକାର ଖବରକାଗଜ ୱାଲ୍ ଷ୍ଟ୍ରିଟ୍ ଜେନେରାଲ୍ ରେ ଏହି ବିଷୟରେ ଏକ ଆର୍ଟିକିଲ୍ ପ୍ରକାଶ ପାଇଛି। ଖବରକାଗଜ ଆମେରିକୀୟ ଅଧିକାରୀଙ୍କ ଉଦ୍ଧେଶ୍ୟରେ କହିଛି ଯେ, ଏହି ରୁଷର ଉପଗ୍ରହ ମହାକାଶରେ ଉପଗ୍ରହ ବିନାଶ ଅସ୍ତ୍ର ପରୀକ୍ଷା କରିବା ପାଇଁ ଡିଜାଇନ୍ କରାଯାଇଛି, କାରଣ ଏହା ଆଣବିକ ଅସ୍ତ୍ର ବହନ କରିବାରେ ସକ୍ଷମ। ଯଦିଓ ରୁଷ ଏହି ଉପଗ୍ରହ ସହିତ ଆଣବିକ ଅସ୍ତ୍ର ପଠାଇ ନାହିଁ, କିନ୍ତୁ ପୁଟିନଙ୍କ ଉପଗ୍ରହ ବିରୋଧୀ ଆଣବିକ କାର୍ଯ୍ୟକ୍ରମ ଆମେରିକାକୁ ଚିନ୍ତିତ କରିଛି। ଯଦି ରୁଷ ମହାକାଶରେ ବିସ୍ଫୋରଣ କରେ, ଉପଗ୍ରହର ଆବର୍ଜନା ସେଠାରେ ଜମା ହେବ, ଯେଉଁଥିପାଇଁ କିଛି କକ୍ଷପଥ ନଷ୍ଟ ହୋଇଯିବ କିମ୍ବା ବ୍ୟବହାର ହୋଇପାରିବ ନାହିଁ। ତା’ପରେ ଯୋଗାଯୋଗର ଜିନିଷଗୁଡ଼ିକ ନଷ୍ଟ ହୋଇଯିବ। ଇଣ୍ଟରନେଟ୍ ସଂଯୋଗ ମଧ୍ୟ ବନ୍ଦ ହୋଇଯିବ ଏବଂ ସ୍ମାର୍ଟଫୋନ୍ ଗୁଡିକ ଅଦରକାରୀ ହୋଇଯିବ।

ରୁଷ କହିଛି ଯେ, କସ୍ମୋସ୍ -୨୫୫୨ ମହାକାଶଯାନକୁ ବୈଜ୍ଞାନିକ ଅନୁସନ୍ଧାନ ପାଇଁ ପଠାଯାଇଥିବାବେଳେ ଆମେରିକା ରୁଷର ଏହି ଦାବିକୁ ଆଦୌ ବିଶ୍ୱାସ କରେ ନାହିଁ, କାରଣ ଫେବୃଆରୀ ୨୦୨୨ ରେ ଏହି ଉପଗ୍ରହ ଉତକ୍ଷେପଣ କରିବା ପରେ ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ଆଦେଶ ଦେଇଥିଲା। ଆମେରିକାର ସହକାରୀ ବୈଦେଶିକ ମନ୍ତ୍ରୀ ମଲୋରୀ ଷ୍ଟୁଆର୍ଟ କହିଛନ୍ତି ଯେ, କସ୍ମୋସ୍ -୨୫୫୩ ର କକ୍ଷପଥ ଏପରି ଏକ ଅଞ୍ଚଳରେ ଅଛି ଯାହା ଅନ୍ୟ ମହାକାଶଯାନ ଦ୍ୱାରା ବ୍ୟବହୃତ ହୁଏ ନାହିଁ। ସାଧାରଣ ନିମ୍ନ କକ୍ଷପଥ ଅପେକ୍ଷା ଏହାର ଅଧିକ ବିକିରଣ ଥାଏ।

ରିପୋର୍ଟରେ କୁହାଯାଇଛି ଯେ, ଅନେକ ବର୍ଷ ଧରି ରୁଷ ଉପଗ୍ରହ ନଷ୍ଟ କରିବାର କ୍ଷମତା ହାସଲ କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ଏହି ଉପଗ୍ରହ ଉତକ୍ଷେପଣ ପରେ ଅଧିକ ପ୍ରଶ୍ନ ଉଠିବାକୁ ଲାଗିଛି। ଆମେରିକା ରୁଷ ସହିତ ଏହାର ସମସ୍ୟା ବିଷୟରେ ଆଲୋଚନା କରିବାକୁ ଚେଷ୍ଟା କରିଛି, କିନ୍ତୁ ରୁଷ ଏହି ସବୁ ଚିନ୍ତାକୁ ପ୍ରତ୍ୟାଖ୍ୟାନ କରିଛି। ଆମେରିକା ଏବଂ ଜାପାନ ମଧ୍ୟ ଏହାକୁ ମିଳିତ ଜାତିସଂଘରେ ଆଣିବାକୁ ଚେଷ୍ଟା କରିଥିଲେ, କିନ୍ତୁ ରୁଷ ଭିଟୋ କରି ଏହି ପ୍ରସ୍ତାବକୁ ଭାଙ୍ଗିଦେଇଥିଲା ଦେଇଥିଲା।