ଆମେରିକା : ଆମେରିକୀୟ ଗାୟିକା, ଗୀତିକାର, ଲେଖିକା ତଥା ଅଭିନେତ୍ରୀ ମାର୍ଗାରେଟ୍ ଲିଏନ୍ ରାଇମ୍ସ ସିବ୍ରାୟନ୍ ନିକଟରେ ନିଜ ଇନ୍ଷ୍ଟାଗ୍ରାମ ପୋଷ୍ଟରେ ଚର୍ମ ରୋଗକୁ ନେଇ ସଚେତନତା କରୁଛନ୍ତି । ଏଥିପାଇଁ ସେ ନିଜ ଇନ୍ଷ୍ଟାଗ୍ରାମ ରେ ନିଜର କିଛି ନୁଡ୍ ଫୋଟ୍ ପୋଷ୍ଟ କରିଛନ୍ତି । ଏହି ଫଟୋରେ ତାଙ୍କ ତ୍ବଚାରେ କିଛି ଚିହ୍ନ ଥିବାର ଦେଖାଯାଉଛି ।
ମାର୍ଗ୍ରେଟ୍ ଏହି ପୋଷ୍ଟରେ ଲେଖିଛନ୍ତି ଯେ, ସେ ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି । ଏହି ରୋଗରେ ଲକ୍ଷଣ ଅନୁସାରେ ଶରୀରରେ କୁଣ୍ଢେଇ ହେବା ସହିତ ଲାଲ୍ ଲାଲ୍ ଚିହ୍ନ ହୋଇଯାଉଛି ।ମାର୍ଗାରେଟ୍ ଏହି ପୋଷ୍ଟରେ ନିଜ ଫଟୋ ଦେଇ ନିଜ ରୋଗ ସମ୍ପର୍କରେ ଅନ୍ୟମାନଙ୍କୁ ଜଣାଇବା ସହ ସଚେତନ ମଧ୍ୟ କରାଉଛନ୍ତି । ସୂଚନାଯୋଗ୍ୟ, ସିରୋସିସ୍ ରୋଗର ସମ୍ପୂର୍ଣ୍ଣ ଚିକିତ୍ସା ନାହିଁ । କିନ୍ତୁ ଏହି ରୋଗରେ ଲକ୍ଷଣକୁ ଦେଖି କିଛିକାଂଶରେ ଏହାକୁ କଣ୍ଟ୍ରୋଲ୍ କରାଯାଇପାରିବ।
ମାର୍ଗାରେଟ୍ ଆମେରିକାର ମିସିସିପିରେ ଜନ୍ମ ହୋଇଥିଲେ । ମାତ୍ର ଛ’ ବର୍ଷ ବୟସରେ ପରିବା ରସହ ସେ ଟେକ୍ସାସ ଆସିଥିଲେ । ମାତ୍ର ପାଞ୍ଚ ବର୍ଷ ବୟସରୁ ମାର୍ଗ୍ରେଟ୍ ଲୋକାଲ୍ ଟ୍ୟାଲେଣ୍ଟ ଶୋ’ରେ ଅଂଶଗ୍ରହଣ କରିଥିଲେ । ମାତ୍ର 9 ବର୍ଷ ବୟସରେ ସେ ଜଣେ ଅନୁଭବୀ ଗାୟିକା ହୋଇଥିଲେ । 13 ବର୍ଷ ବୟସରେ ସେ ତାଙ୍କର ପ୍ରଥମ ଆଲବମ୍ ରିଲିଜ୍ କରି ଲୋକପ୍ରିୟ ହୋଇଥିଲେ । 1996 ମସିହାରେ ସେ ନିଜର ମ୍ୟୁଜିକ୍ ଆଲବମ୍ ରିଲିଜ୍ କରିଥିଲେ । ଏହି ଆଲବମ୍ର ନାଁ ଥିଲା ବ୍ଲୁ । ଆମେରିକାର ଏହି ଆଲବମ୍କୁ ମଲ୍ଟିପ୍ଲେଟିନମ୍ ଆଲବମ୍ ଘୋଷିତ କରିଥିଲା । ମାର୍ଗାରେଟ୍ ଗ୍ରାମୀ, ଏସିଏମ୍ର ତିନୋଟି ଆଓ୍ବାର୍ଡ ସହ ସିଏମଏର ଗୋଟିଏ ଆଓ୍ବାର୍ଡ ଓ ଆମେରିକାନ୍ ମ୍ୟୁଜି୍ ଆଓ୍ବାର୍ଡ ଓ 12 ବିଲ୍ବୋର୍ଡ ମ୍ୟୁଜିକ୍ ଆଓ୍ବାର୍ଡ ମଧ୍ୟ ଜିତିଛନ୍ତି । (ଏଜେନ୍ସି)