Categories
ବିଶେଷ ଖବର ରାଜ୍ୟ ଖବର

କାର୍ଯ୍ୟକ୍ଷମ ହେବ ଓଡିଆ ବିଶ୍ବବିଦ୍ୟାଳୟ, ଚଳିତ ବର୍ଷରୁ ଆରମ୍ଭ ହେବ ପାଠପଢା

ଭୁବନେଶ୍ବର: ଚଳିତ ବର୍ଷରୁ ପ୍ରଥମ ଥର ପାଇଁ ଓଡିଆ ବିଶ୍ବବିଦ୍ୟାଳୟରେ ପାଠପାଢା ଆରମ୍ଭ ହେବ। ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ଏହାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଉଦଘାଟନ ପୂର୍ବରୁ ବିଭାଗ ନାମଲେଖା ପକ୍ରିୟା ଶେଷ କରିବ ବୋଲି ଜଣାପଡିଛି।

ପୁରୀ ସତ୍ୟବାଦୀଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2018 ମସିହା ଅକ୍ଟୋବର 9 ତାରିଖରେ ଏହାର ଶିଳାନ୍ୟାସ କରିଥିଲେ। ଏହାପରଠାରୁ ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ବିଶ୍ବବିଦ୍ୟାଳୟରେ ନାମଲେଖା କମନ ପିଜି ଏଣ୍ଟ୍ରାନସ ଟେଷ୍ଟ ମାଧ୍ୟମରେ କରାଯିବ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ବିଶ୍ବବିଦ୍ୟାଳୟରେ ତିନୋଟି ବିଷୟରେ ନାମଲେଖା ଯିବ। ତାହା ହେଲା ଓଡିଆ ଭାଷା ଓ ସାହିତ୍ୟ, ଲିଙ୍ଗ୍ୟୁଷ୍ଟିକ ଆଣ୍ଡ ନାଚୁରାଲ ଲାଙ୍ଗୁଏଜ, ଟ୍ରାଇବାଲ ଲାଙ୍ଗୁଏଜ ଆଉ ହେରିଟେଜ ଷ୍ଟଡି। ଏ ନେଇ ଖୁବ ଶିଘ୍ର ଏକ ୱେବସାଇଟ ନିର୍ମାଣ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ଓକାକକୁ ଚିଠି କରିଛି।