Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ପରେ କଣ କହିଲେ ରଘୁବର ଦାସ

ନୂଆଦିଲ୍ଲୀ: ଗତକାଲି ରାତିରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରଘୁବର ଦାସଙ୍କୁ ଓଡିଶା ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଏହା ଜଣାପଡିବା ପରେ ତାଙ୍କ ପରିବାରରେ ବେଶ ଆନନ୍ଦର ଲହରୀ ଖେଳିଯାଇଥିଲା। ରଘୁବର ନିଜ ବାସଭବନରେ ତାଙ୍କ ମାଆଙ୍କ ଆଗରେ ବଡ ଭଉଣୀ ତାଙ୍କୁ ବନ୍ଦାପନା କରିଥିଲେ।

ଏହାପରେ ରଘୁବର କହିଥିଲେ ଯେ, ଜଗନ୍ନାଥଙ୍କ ଦେଶ ଓଡିଶାରେ ମୋତେ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିବାରୁ ମୁଁ ବିଶେଷ ଖୁସି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ସାହା ଏବଂ ବିଜେପି ସଭାପତି ଜେ ପି ନଡ୍ଡାଙ୍କୁ ଧନ୍ୟବାଦ ଅର୍ପଣ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଚିତ୍ରକଳାକୁ ଉତ୍ସାହିତ କରିବା ପାଇଁ ଓଡିଶା ରାଜ୍ୟପାଳଙ୍କ ଉଦ୍ୟମ,ହେବ ଚିତ୍ରଶିଳ୍ପୀ ଶିବିର

ଭୁବନେଶ୍ବର: ରାଜ୍ୟର ବଛାବଛା ବରିଷ୍ଠ ଚିତ୍ରଶିଳ୍ପୀଙ୍କୁ ନେଇ ରାଜଭବନରେ ଆୟୋଜିତ ହେବ ଚିତ୍ରଶିଳୀ ଶିବିର। ଆସନ୍ତା ୩୦ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଚିତ୍ରଶିଳ୍ପୀ ଶିବିରକୁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଉଦଘାଟନ କରିବେ। ମୁଖ୍ୟତଃ ରାଜ୍ୟର ଚିତ୍ରକଳାକୁ ଉତ୍ସାହିତ କରିବା ପାଇଁ ରାଜ୍ୟପାଳ ବ୍ୟକ୍ତିଗତ ଭାବେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ରାଜଭବନ ଲନରେ ଏହି ଶିବିର ଆସନ୍ତା ୩୦ ତାରିଖରୁ ଆରମ୍ଭ ହୋଇ ୩୧ତାରିଖରେ ଶେଷ ହେବ। ଏଥିରେ ଓଡିଶାର ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ବଳଦେବ ମହାରଥା, ରାମହରି ଜେନା, ରବିନାରାୟଣ ରଥ, ପ୍ରବୋଧ ରଥ, ଚକ୍ରଧର ବେହେରା,ପ୍ରବୀର ଦଳାଇ, ତାରାକାନ୍ତ ପରିଡା, ମାନସ ରଂଜନ ଜେନା, ପଞ୍ଚାନନ ସାମଲ, ଅତସୀ ବସୁ ପ୍ରମୁଖ ଚିତ୍ରଶିଳ୍ପୀ ଯୋଗଦେବେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଲେ ବାଚସ୍ପତି

ଭୁବନେଶ୍ୱର: ଆଜି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ବାଚସ୍ପତି ଡ. ପାତ୍ର ରାଜଭବନ ଯାଇ ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ଏବଂ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ନବବର୍ଷ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେବ ବୋଲି କାମନା କରିବା ସହ ରାଜ୍ୟପାଳଙ୍କ ଶୁଭକାମନା କରିଛନ୍ତି । ବାଚସ୍ପତି ଡ. ପାତ୍ର ବିଧାନସଭାର ସମସ୍ତ ଅଧିକାରୀବୃନ୍ଦ ନବବର୍ଷ ଅବସରରେ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ବିଧାନସଭା ସଚିବ ଦାଶରଥୀ ଶତପଥୀ ଏବଂ ସମସ୍ତ ଅଧିକାରୀ ବାଚସ୍ପତିଙ୍କୁ ସାକ୍ଷାତ କରି ତାଙ୍କୁ ନବବର୍ଷର ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳ ଗଣେଶୀ ଲାଲ ହସ୍ପିଟାଲରେ

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁବାର ସନ୍ଧ୍ୟାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ହଠାତ ରାଜ୍ୟପାଳ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ରାଜ୍ୟପାଳ ମେଡ଼ିକାଲରେ ଭର୍ତ୍ତି ହେବା ପରେ ଏହା ଏକ ନିୟମିତ ଚେକ ଅପ୍ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି। ରାଜଭବନ ଲୋକ ସମ୍ପର୍କ ଅଧିକାରୀ ରକ୍ଷକ ନାୟକ ଏନେଇ ସୂଚନା ଦେଇଛନ୍ତି। ସେପଟେ ରାଜ୍ୟପାଳ ରାତିରେ ମେଡ଼ିକାଲରେ ରହି କାଲି (ଶୁକ୍ରବାର) ଫେରି ଆସିବେ ବୋଲି ସେ କହିଛନ୍ତି।