ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, 25/12: ଏଥର ଦିଲ୍ଲୀ ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟ ପରେଡରେ ଏହା ପ୍ରଦର୍ଶିତ ହେବ । ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ପାଇଁ ଓଡ଼ିଶା ଯୋଗ୍ୟ ବିବେଚିତ ହୋଇଛି। ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥ ଉପରେ ନିର୍ମିତ ପ୍ରଜ୍ଞାପନ ମେଢ଼ ପରେଡ଼ରେ ପ୍ରଦର୍ଶିତ ହେବ। ଏଥର ପ୍ରଜ୍ଞାପନ ମେଢ଼ର ଡିଜାଇନ ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ଅନୁମତି ମିଳିବା ସହ ଅଂଶଗ୍ରହଣ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଆସିଛି । ଏଥର ମୋଟ୍ ୧୬ଟି ରାଜ୍ୟକୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ପାଇଁ ଅନୁମତି ମିଳିଛି।