Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନସ ହାତରେ ଧରାପଡିଲେ ପୋଲିସ ଏଏସଆଇ, ନେଉଥିଲେ ଲାଞ୍ଚ

ଭୁବନେଶ୍ବର: ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜଣେ ପୋଲିସ ଏଏସଆଇ। ସେ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଲାବେଳେ ଭିଜିଲାନ୍ସ ମାଡି ବସିଛନ୍ତି। ସେ ହେଉଛନ୍ତି ବାରିପଦା ଟାଉନ ଥାନା ଏଏସଆଇ ରାମ ଚନ୍ଦ୍ର ସୋରେନ। ସେ ଜଣଙ୍କର ଏଫଆଇଆରକୁ ରଫାଦଫା କରିଦବା ପାଇଁ ଛଅ ହଜାରଟଙ୍କା ଲାଞ୍ଚ ନେଉଥିଲେ।

ଘଟଣା ସ୍ଥଳରେ ଭିଜିଲାନ୍ସ ତାଙ୍କ ହାତରୁ ରଂଗ ବୋଳା ଟଙ୍କା ଜବତ କରିବା ସହିତ ତାଙ୍କର ଦୁଇଟି ସ୍ଥାନରେ ଚଢାଉ ଜାରୀ ରଖିଛନ୍ତି। ଏହି ଘଟଣା ଜଣାପଡିବା ପରେ ବାରିପଦା ସହରରେ ଚାଞ୍ଚଲ୍ୟ ଖେଳିଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସକାଳୁ ରେଞ୍ଜରଙ୍କ ଘରେ ଭିଜିଲାନସ ଚଢାଉ, ପାଇଖାନା ଫ୍ଲାସ ରୁ ମିଳିଲା ଟଙ୍କା ବିଡା

ଭୁବନେଶ୍ବର: ଆଜି ସକାଳୁ ସକାଳୁ ଭିଜିଲାନସ ଟିମ ଜଣେ ରେଞ୍ଜରଙ୍କ ଘରେ ଚଢାଉ କରିଛନ୍ତି। ଏକକାଳିନ କଟକ, ଭୁବନେଶ୍ବର ଓ ଢେଙ୍କାନାଳରେ ଥିବା ଆଠଟି ସ୍ଥାନରେ ଚଢାଉ ଚାଲିଛି। ଏହି ଚଢାଉ ବେଳେ ତାଙ୍କ ଅଫିସ ଟଏଲେଟର ଫ୍ଲାସ ଭିତରୁ ମିଳିଲା ଦୁଇବିଡା ଟଙ୍କା। ଫଳରେ ଭିଜିଲାନ୍ସ ଟିମ ଯେଉଁ ସ୍ଥାନରେ ଜିନିଷ ଲୁଚାଇବାର ସମ୍ଭାବନା ଥାଏ ତାହା ଯାଞ୍ଚ କରିବାରେ ଲାଗିଛନ୍ତି।

ତେବେ ଭିଜିଲାନ୍ସ ଯେଉଁ ରେଞ୍ଜରଙ୍କ ଘରେ ଚଢାଉ କରୁଛନ୍ତି ସେ ହେଉଛନ୍ତି ଢେଙ୍କାନାଳ ରେଞ୍ଜ ର ରେଞ୍ଜର ବିଭୂଦାନନ୍ଦ ମିଶ୍ର। ବର୍ତ୍ତମାନ ସୁଦ୍ଧା ଚଢାଉରେ ତାଙ୍କର ଆଠଗଡରେ ଏକ ବିରାଟ କୁକୁଡା ଫାର୍ମ, ଢେଙ୍କାନାଳ ରତ୍ନବଜାରରେ ତିନିତାଲା କୋଠା, ରସୁଲଗଡରେ ଏକ ଫ୍ଲାଟ ଥିବା ଜଣାପଡିଛି। ଏହି ସ୍ଥାନଗୁଡିକରେ ମଧ୍ୟ ଚଢାଉ ଜାରୀ ରହିଛି। ଏଥିସହିତ ତାଙ୍କର ଅଫିସ, ସରକାରୀ ବାସଭବନ, ଆଠଗଡର ପୌତୃିକ ଘରେ ମଧ୍ୟ ଚଢାଉ ଚାଲିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଭିଜିଲାନ୍ସ ଦ୍ବାରା ଗିରଫ ହେଲେ କୋଟିପତି ଇଂଜିନିୟର ପ୍ରଦୀପ ରଥ

ଭୁବନେଶ୍ବର: ଶେଷରେ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ କୋଟିପତି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ। ସେ କଟକ ଓବିସିସି ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ତାଙ୍କର ଅୟବର୍ହିଭୂତ ସଂପତ୍ତି ଥିବା ଅଭିଯୋଗ ନେଇ ଭିଜିଲାନ୍ସ ଚଢାଉ କରିଥିଲା। ଏହି ଚଢାଉ ବେଳେ ତାଙ୍କ ଘରୁ କୋଟିକୋଟି ଟଙ୍କାର ସଂପତ୍ତି ଠାବ କରାଯାଇଛି।

ଏଥିରେ ରହିଛି ୪୫ ପ୍ଲଟ ଓ ଫ୍ଲାଟ। ତାଙ୍କର ସ୍ଥାୟୀ ଜମା ପରିମାଣ ୧ କୋଟି ୬୨ ଲକ୍ଷ ଟଙ୍କା ହେବ। ଭୁବନେଶ୍ବର ଏବଂ ଢେଙ୍କାନାଳରେ ରହିଛି ଦୁଇଟି ଦାମୀ ପ୍ଲଟ। ପ୍ରଦୀପଙ୍କର ଗୋଟିଏ ମେଡିସିନ ଦୋକାନ , ଗୋଟିଏ କ୍ରସର ୟୁନିଟ ରହିଛି। ଏହାସହିତ  ୮୮ ଲକ୍ଷ ଟଙ୍କାର ସ୍ଥାୟୀ ଜମା ଠାବ କରାଯାଇଛି।

ସେହିପରି ଗୋଟିଏ କାର, ୨ଟି ଜେସିବି, ଗୋଟିଏ ଏସ୍କାଭେଟର ମଧ୍ୟ ଠାବ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାସାଙ୍ଗେ ୧୨ ସ୍ଥାନରେ କରାଯାଇଛି ଚଡାଉ କରାଯାଇ।ଏସବୁ ଆୟବର୍ହିଭୂତ ସଂପତ୍ତି ହୋଇଥିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ତହସିଲର ଦୁଇ କର୍ମଚାରୀଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଭିଜିଲାନସ କୋର୍ଟ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲର ଦୁଇ କର୍ମଚାରୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟ। ଉଭୟଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ସହିତ 20 ହଜାର ଟଙ୍କା ଜରିମାନା। ଯଦି ଜରିମାନା ନ ଦିଅନ୍ତି ତେବେ ସେମାନଙ୍କୁ ଆଉ ଚାରିମାସ ଜେଲ ଦଣ୍ଡାଦେଶ କରାଯିବ ବୋଲି କୋର୍ଟ ରାୟରେ କହିଛନ୍ତି।

ସେମାନେ ହେଲେ ବାଣପୁର ତହସିଲର ଅବସରପ୍ରାପ୍ତ ବରିଷ୍ଠ କ୍ଲର୍କ ବୈକୁଣ୍ଠନାଥ ମହାନ୍ତି ଏବଂ ପ୍ରତାପ ଆରଆଇ ଡିଭିଜନର ଅବସରପ୍ରାପ୍ତ ଆରଆଇ ରବିନ୍ଦ୍ରନାଥ ବାରିକ। ଉଭୟ ସଲାସୁତରା ହୋଇ ଜଣେ ବ୍ୟକ୍ତିଙ୍କୁ ସରିୟାତ ଲିଜ ବା ପଥର ଖଣି ଲିଜ ଦେବା ପାଇଁ ଲାଞ୍ଚ ନେଉଥିଲେ। ସେତେବେଳେ ଭିଜିଲାନସ ଦ୍ବାରା ଧରପଡିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଆଜି ସେ ନେଇ ଭିଜିଲାନ୍ସ କୋର୍ଟରେ ଚାର୍ଯ୍ୟସିଟ ଦାଖଲ କରିବା ପରେ ସ୍ବତନ୍ତ୍ର ଭିଜିନାଲସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନସ ଜାଲରେ ପଡିଲେ ହାଇସ୍କୁଲ ପ୍ରଧାନ ଶିକ୍ଷକ, ବିଭିନ୍ନ ସ୍ଥାନରେ ଚଢାଉ

କଟକ: ଆଜି ଭିଜିଲାନସ ଜାଲରେ ଫସିଛନ୍ତି ଜଣେ ହାଇସ୍କୁଲ ପ୍ରଧାନ ଶିକ୍ଷକ। ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ଅଫିସର ତାଙ୍କୁ ଧରିଛନ୍ତି। ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହିତ ପାଞ୍ଚୋଟି ସ୍ଥାନରେ ଚଢାଉ ଚାଲିଛି। ତେବେ ଚଢାଉ ଜାରୀ ରହିଥିବାରୁ ସବିଶେଷ ତଥ୍ୟ ମିଳିପାରି ନାହିଁ।

ଘଟଣାରୁ ଜଣାପଡିଛି ଯେ, କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଣେ ଶିକ୍ଷକଙ୍କର ଗୃହ ଋଣର ଦ୍ବୀତିୟ କିସ୍ତି କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ। ପାଞ୍ଚ ହଜାର ଟଙ୍କା ଦେଲେ ଦ୍ବୀତିୟ କିସ୍ତି କରାଇଦେବି ବୋଲି କହିଥିଲେ। ସଂପୃକ୍ତ ଶିକ୍ଷକ ଭିଜିଲାନସ ସହିତ ଯୋଗାଯୋଗ କରିବା ପରେ ସମସ୍ତ ପ୍ରସ୍ତୁତି କରାଗଲା। ତାଙ୍କୁ ପାଞ୍ଚ ହଜାର ଟଙ୍କା ଦେବା ବେଳେ ଭିଜିଲାନସ ମାଡି ବସିଲା।

ସେହି ପ୍ରଧାନ ଶିକ୍ଷକଙ୍କ ନାମ ହେଉଛି  ନିରଂଜନ ଅତି। ତାଙ୍କ ନିକଟରୁ ରଂଗବୋଲି ଟଙ୍କା ଜବତ ସହିତ ତାଙ୍କର ଘର ଅଫିସରେ ଚଢାଉ ଚାଲିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାଣବସାରେ ମା ଲକ୍ଷ୍ମୀ କଲେ କୋପ, ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନସ

ଭୁବନେଶ୍ବର: ଆଜି ମାଣବସା ଗୁରୁବାରରେ ମା ଲକ୍ଷ୍ମୀ ଆସିବା ପାଇଁ ସମସ୍ତେ ପୂଜାପାଠ
କରନ୍ତି। ହେଲେ ଯାହା ଉପରେ ମା କୋପ କରନ୍ତି ତାଙ୍କର ସର୍ବସ୍ବ ନେଇଯାଆନ୍ତି। ଆଜି ସେହିପରି ଘଟଣା ଭୁବନେଶ୍ବରର ମୁଖ୍ୟ ଯୋଗାଣ ଅଧିକାରୀଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି। ସେ ହେଉଛନ୍ତି ପ୍ରଶାନ୍ତ କୁମାର ଗନ୍ତାୟତ। ଆଜି ସକାଳୁ ଭିଜିଲାନସ ଆଠଟି ସ୍ଥାନରେ ଚଢାଉ କରିଛି।

ତାଙ୍କ ପାଖରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ କରିଛି। ତାଙ୍କର ଭୁବନେଶ୍ବରର ଚନ୍ଦ୍ରଶେଖରପୁର, ପାଣ୍ଡରା, ଲକ୍ଷ୍ମୀସାଗର ଏବଂ ତିନିନମ୍ବର ରେ ଥିବା ଘରେ ଚଢାଉ ଜାର ରହିଛି। ସେହିପରି ତାଙ୍କର ଭୁବନେଶ୍ବର ଅଫିସ ଚ୍ୟାମ୍ବର, ବ୍ରହ୍ମପୁର ଏବଂ ଗଂଜାମର କେତେକ ସ୍ଥାନରେ ଚଢାଉ ଜାରୀ ରହିଛି।

ବର୍ତ୍ତମାନ ସୁଦ୍ଧା ତାଙ୍କ ଘରୁ ବହୁ ସୁନା ଅଳଙ୍କାର ବାହାରିବା ସହିତ କୋଟି କୋଟି ଟଙ୍କାର ବିଲିଡିଂ ଭିଜିଲାନସ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ଚଢାଉ ଜାରୀ ରହିଥିବାରୁ ଏ ନେଇ ସବିଶେଷ ତଥ୍ୟ ଜଣାପଡି ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆଠ ବର୍ଷ ଧରି ଫେରାର ଥିଲେ ପୂର୍ବତନ ବିଡିଓ, ଆଜି ଦିଲ୍ଲୀରେ ଧରିଲା ଭିଜିଲାନସ

ଭୁବନେଶ୍ବର: ସେ ବିଡିଓ ଥିଲେ। କାମ ନ ହୋଇ ପ୍ରାୟ 25 ଲକ୍ଷ ଟଙ୍କା ବିଲ କରିଦେଇଥିଲେ। ଏ କଥା ଜଣାପଡିବା ପରେ ସେ ହୋଇଗଲେ ଫେରାର। ଆଠ ବର୍ଷ ଧରି ଫେରାର ହେବା ପରେ ଆଜି ନୂଆ ଦିଲ୍ଲୀରେ ମାଡିବସିଛି ଭିଜିଲାନସ। ସେ ହେଉଛନ୍ତି କୋରାପୁଟ ନାରାୟଣପାଟଣା ର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ।

ରମେଶଙ୍କୁ ଧରିବା ପରେ ଭିଜିଲାନସ ସ୍ଥାନୀୟ ପଟିୟାଲା କୋର୍ଟରେ ହାଜର କରାଇ ରିମାଣ୍ଡରେ ଭୁବନେଶ୍ବରକୁ ଆଣୁଛନ୍ତି। ସେ ଏହି ଆଠ ବର୍ଷ ଭିତରେ ବହୁ ସ୍ଥାନ ପରିବର୍ତ୍ତନ କରି ଲୁଚି ରହିଥିଲେ। ସେ ଆସାମର ଥିବା ଖବର ପାଇଁ ଭିଜିଲାନସ ଧରିବା ପାଇଁ ସେଠାକୁ ଯାଇଥିଲେ। ହେଲେ ସେ ଜାଣିପାରି ସେଠାରୁ ଖସି ପଲେଇଗଲେ। ସେଠାରୁ ସେ ଦିଲ୍ଲୀ ଆସୁଥିବାର ଜାଣି ଭିଜିଲାନସ ସେଠାରେ ଛକି ରହି ଧରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ଜାଲରେ ଫଶିଲେ ଆରଡବ୍ଲୁ ଡିଭିଜନର କିରାଣୀ

କଟକ : ଭିଜିଲାନ୍ସ ଜାଲରେ ଫଶିଲେ ସୁନ୍ଦରଗଡ଼ ଆରଡବ୍ଲୁ ଡିଭିଜନର କନିଷ୍ଠ କିରାଣୀ। ତାଙ୍କ ନାମ ହେଲା ନନ୍ଦିକିଶୋର ନାଥ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଛି। ଏହି ଚଢାଉରେ ୩ ଜଣ ଡିଏସପି , ୯ ଇନସ୍ପେକ୍ଟର, ଜଣେ ଏସଆଇ, ୨ଜଣ ଏଏସଆଇ ସାମିଲ ଅଛନ୍ତି ।

ଯେଉଁ ସ୍ଥାନରେ ଚାଢାଉ ଚାଲିଛି ସେଗୁଡିକ ହେଲା ଭୁବନେଶ୍ୱର, ବରଗଡ଼, ରାଉରକେଲା ଓ ସମ୍ବଲପୁରର। ଭୁବନେଶ୍ୱର ଲକ୍ଷ୍ମୀସାଗର ସାଇକୃପା ଏନକ୍ଲେଭରେ ଥିବା ୧୦୫ ନମ୍ବର ପ୍ଲଟ୍‌ରେ ଚାଲିଛି ଚଢାଉ। ସେହିପରି ବରଗଡ଼ ଭିଏସଏସ ନଗରରେ ଥିବା ପୈତୃକ ଘର, ପାନପୋଷ ହକି ଛକରେ ଥିବା ସରକାରୀ କ୍ବାର୍ଟର୍ସ, ସୁ୍ନଦରଗଡ଼ରେ ଥିବା ଅଫିସ ଚାମ୍ବର, ସମ୍ବଲପୁର ଅଁଇଠାପାଲୀସ୍ଥିତ ଘର, ଏବଂ ସମ୍ପର୍କୀୟଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍ ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତହସିଲ ସେକ୍ସନ ଅଫିସର ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ବର: ଆଜି ତହସିଲର ସେକ୍ସନ ଅଫିସରଙ୍କୁ ଧରିଛି ଭିଜିଲାନ୍ସ। ସେ ଲାଞ୍ଚ ନେଉଥିବା ବେଳେ ଛକି ରହିଥିବା ଭିଜିଲାନସ ତାଙ୍କୁ ମାଡି ବସିଥିଲେ। ସେ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ବେଲପଡା ତହସିଲର ସେକ୍ସନ ଅଫିସର ଶ୍ରୀଯୁକ୍ତ ଯୁଗୋଳ କିଶୋର ରାଉତ।

ସୂଚନା ଅନୁସାରେ ଶ୍ରୀଯୁକ୍ତ ରାଉତ ଜଣେ ବ୍ୟକ୍ତିଙ୍କଠାରୁ ଜମିଜମା କାଗଜ ଠିକ କରିଦେବା ପାଇଁ ୧୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ଅଭିଯୋଗକାରୀଙ୍କ ରଂଗବୋଳା ଟଙ୍କା ପ୍ରଦାନ କରାଯାଇଥିଲା। ସେ ଅଧିକାରୀଙ୍କୁ ଟଙ୍କା ଦେବା ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରି ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହିତ ଅଧିକ ତଦନ୍ତ ଚାଲିଥିବାର ଜଣାପଡିଛି।