Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନିୟନ୍ତ୍ରଣକୁ ଆସୁଛି ଖୋର୍ଦ୍ଧାର ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ପଜେଟିଭ

ଭୁବନେଶ୍ୱର: କିଛିଦିନ ଧରି ଖୋର୍ଦ୍ଧା ଜିଲ୍ଲାର କରୋନା ସଂକ୍ରାମଣ ନିୟନ୍ତ୍ରଣକୁ ଆସିବାରେ ଲାଗିଛି। ହଜାରେ ଉପରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ଏବେ ହଜାର ତଳେ ରହୁଛି। ତାଜା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ନୂଆ ପଜେଡିଭ ସଂଖ୍ୟା ହେଲା ୮୫୩ । ସେହିପରି ଅନ୍ୟାନ୍ୟ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ଏହିପରି..

ଖୋର୍ଦ୍ଧା- ୮୫୩

ଅନୁଗୁଳର- ୩୮୫

ବାଲେଶ୍ୱରର- ୩୭୩

ବରଗଡ଼ ୯୯

ଭଦ୍ରକ ୩୭୦

ବଲାଙ୍ଗୀର ୭୭

ବୌଦ୍ଧ ୭୩

କଟକ ୩୪୯

ଦେବଗଡ଼ ୨୨

ଢେଙ୍କାନାଳ ୩୦୬

ଗଜପତି ୪୪

ଗଞ୍ଜାମ ୩୫

ଜଗତସିଂହପୁର ୨୩୨

ଯାଜପୁର ୪୩୧

ଝାରସୁଗୁଡ଼ା ୫୪

କଳାହାଣ୍ଡି ୫୩

କନ୍ଧମାଳ ୬୫

କେନ୍ଦ୍ରାପଡ଼ା ୨୩୫

କେନ୍ଦୁଝର ୧୩୦

କୋରାପୁଟ ୧୨୯

ମାଲକାନଗିରି ୧୧୬

ମୟୂରଭଞ୍ଜ ୨୬୧

ନବରଗଙ୍ଗପୁର ୧୭୪

ନୂଆପଡ଼ା ୩୭

ପୁରୀ ୨୪୧

ସମ୍ୱଲପୁର ୯୨

ସୋନପୁର ୭୭

ସୁନ୍ଦରଗଡ଼ ୧୧୩

ଷ୍ଟେଟ୍ ପୁଲରୁ ୧୪୫

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କାମ ଦେଉଛି ଲକଡାଉନ, ହ୍ରାସ ପାଉଛି ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ କାମ ଦେଉଛି। ଯାହାର ପ୍ରମାଣ ହେଉଛି ଲଗାତର ଭାବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୫ ହଜାର ୮୯୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩ ହଜାର ୩୩୨ ଜଣ  ଏବଂ ୨ ହଜାର ୫୬୪ ଲୋକାଲ ମାମଲା ରହିଛି । ଗତକାଲି ଏହି ସଂଖ୍ୟା ଥିଲା ୬ ହଜାର ୧୧୮ ଜଣ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟରେ ଅଧା ଖସିଗଲା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ହେଲେ ଏହାର କାରଣ କଣ ଜାଣିଛନ୍ତି କି ?

ଭୁବନେଶ୍ବର, ନୂଆ କରୋନା ତଥ୍ୟ ଅନୁସାରେ ରାଜ୍ୟରୋ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ଅଧା କମିଯାଇଛି। ସୂଚନା ଓ ଲୋକ ସଂପର୍କର ତଥ୍ୟ ଅନୁସାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି 6 ହଜାର 7 ଶହ 36।ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 3 ହଜାର 774 ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରାମଣ ସଂଖ୍ୟା 2 ହଜାର 9 ଶହ 62 ରହିଛି।

ତେବେ ଗତ କିଛି ଦନ ଧରି ଓଡିଶାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାରରୁ 12 ହଜାର ଭିତରେ ରହୁଥିଲା। ହଠାତ ଆକ୍ରାନ୍ତଙ୍କ ସଂଖ୍ୟା ଏପରି କମିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ କାରଣରେ କୁହାଯାଇଛି ଯେ, ବାତ୍ୟା ପାଇଁ ରାଜ୍ୟର ଉପକୂଳ ଓଡିଶାରେ ଲୋକେ କରୋନା ପରୀକ୍ଷା କରିପାରି ନ ଥିଲେ। ଫଳରେ ଏହି ସଂଖ୍ୟା ଏପରି ହ୍ରାସ ପାଇଛି ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୁନ୍ଦରଗଡରୁ ପୁଣି ଲେଉଟିଲା ଖୋର୍ଦ୍ଧା, ଏହି ଜିଲ୍ଲାରୁ ଚିହ୍ନଟ ହେଲେ ସର୍ବାଧିକ କରୋନା ଆକ୍ରାନ୍ତ

ଭୁବନେଶ୍ବର, ପୁଣି ଖୋର୍ଦ୍ଧାକୁ ଲେଉଟିଲା କରୋନା। ପୂର୍ବରୁ ଖୋର୍ଦ୍ଧାର ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିଲା। ହେଲେ କିଛି ଦିନ ଧରି ସୁନ୍ଦରଗଡ ଜିଲ୍ଲା କରୋନା ଆକ୍ରାନ୍ତରେ ସର୍ବାଧିକ ରହିଥିଲା। ତେବେ ଆଜିର ରିପୋର୍ଟ ଅନୁସାରେ ଗତକାଲି ଖୋର୍ଦ୍ଧାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି।  ଦ୍ବିତୀୟରେ ରହିଛି ସୁନ୍ଦରଗଡ ଜିଲ୍ଲା ଏବଂ ତୃତୀୟରେ କଟକ ଜିଲ୍ଲା। ବିଭିନ୍ନ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା

Khurda: 1329

Sundargarh: 824

Cuttack: 720

Puri: 708

Angul: 456

Bargarh: 450

Kalahandi: 433

Jharsuguda: 418

Jajpur: 328

Nuapada: 311

Nawarangpur: 306

Sambalpur: 302

Balangir: 274

Nayagarh: 269

Bhadrak: 248 

Dhenkanal: 244

Kendrapada: 243

Balasore: 230

Ganjam: 209

Mayurbhanj: 207

Boudh: 183

Sonepur: 169

Keonjhar: 166

Koraput: 142

Rayagada: 132

Deogarh: 118

Jagatsinghpur: 115

Gajapati: 89

Kandhamal: 75

Malkangiri: 62

State Pool: 271

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ଚିହ୍ନଟ ହେଲେ 10 ହଜାର 31 ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର, ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ତଥ୍ୟ ଅନୁସାରେ ଗତକାଲିର କରୋନା ରିପୋର୍ଟ ଆଜି ପ୍ରକାଶ ହୋଇଛି। ସେହି ଅନୁସାରେ ଗତକାଲି ରାଜ୍ୟରୁ 10 ହଜାର 31 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବଦିନ ଏହି ସଂଖ୍ୟା ଥିଲା 10 ହଜାର 635। ରିପୋର୍ଟ ଅନୁସାରେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 6 ହଜାର 6 ସଙ 23 ଜଣ ଅଛନ୍ତି। ସେହିପରି ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ହେଉଛି 3 ହଜାର 4 ଶହ 8 ଜଣ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ସୁନ୍ଦରଗଡରୁ ସର୍ବାଧିକ ଆକ୍ରାନ୍ତ, ଖୋର୍ଦ୍ଧା ଦ୍ବିତୀୟ ଥିବା ବେଳେ କଟକରେ ମଧ୍ୟ ବଢିଲା ସଂଖ୍ୟା

ଭୁବନେଶ୍ବର, ଆଜି ରାଜ୍ୟରୁ ମିଳିଥିବା କରୋନା ପଜେଟିଭି ସଂଖ୍ୟା ଦେଖିଲେ ସୁନ୍ଦରଗଡରେ ସର୍ବାଧିକ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରେ ମୋଟ 1 ହଜାର 9 ଶହ 22 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ 1510 ଏବଂ କଟକରୁ 1052 ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟାନ୍ୟ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା

1. Angul: 560

2. Balasore: 260

3. Bargarh: 428

4. Bhadrak: 83

5. Balangir: 437

6. Boudh: 178

7. Cuttack: 1052

8. Deogarh: 115

9. Dhenkanal: 177

10. Gajapati: 105

11. Ganjam: 341

12. Jagatsinghpur:

134 13. Jajpur: 302

14. Jharsuguda: 421

15. Kalahandi: 402

16. Kandhamal: 92

17. Kendrapada: 145

18. Keonjhar: 231

19. Khurda: 1510

20. Koraput: 122

21. Malkangiri: 70

22. Mayurbhanj: 175

23. Nawarangpur: 419

24. Nayagarh: 204

25. Nuapada: 286

26. Puri: 454

27. Rayagada: 138

28. Sambalpur: 533

29. Sonepur: 210

30. Sundargarh: 1922

31. State Pool: 301

Categories
ବିଶେଷ ଖବର ରାଜ୍ୟ ଖବର

କରୋନା ମୁକାବିଲାର ତାଜା ସୂଚନା, ଏ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ପାଇଁ ସରକାର କଣ ନେଇଛନ୍ତି ପଦକ୍ଷେପ

ଭୁବନେଶ୍ବର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହି ଅନୁସାରେ ଏ ପର୍ଯ୍ୟନ୍ତ କୋଭିଡ-୧୯ ମୁକାବିଲା ପାଇଁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ସେଗୁଡିକ ହେଲା

  1. ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅତି କମ୍‌ ସମୟ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୧ଟି ଜିଲ୍ଲାରେ ୨୪ଟି ସ୍ୱତନ୍ତ୍ର କୋଭିଡ-୧୯ ହସ୍‌ପିଟାଲ୍‌ କାର୍ଯ୍ୟ କରୁଛି। ଏହି ହସ୍‌ପିଟାଲ୍‌ଗୁଡ଼ିକରେ ସମୁଦାୟ ଶଯ୍ୟା ସଂଖ୍ୟା ୩୯୫୧ ହୋଇଥିବାବେଳେ ଆଇସିୟୁ ଶଯ୍ୟା ସଂଖ୍ୟା ୨୯୩।
  2. କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍‌ପିଟାଲ୍‌ ସ୍ଥାପିତ ହେବାକୁ ଯାଉଛି। ୧୯୪ ଶଯ୍ୟା ଓ ୬ ଆଇସିୟୁ ଶଯ୍ୟା ବିଶିଷ୍ଟ ଏହି ହସ୍‌ପିଟାଲ୍‌ ଭବାନୀପାଟଣା ସରକାରୀ ଇଂଜିନିୟରିଂ କଲେଜରେ ଆସନ୍ତା ୭ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ।
  3. ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍‌ ତ୍ରିପାଠୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି. କେ. ପାଣ୍ଡିଆନ୍‌ କେଉଁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଗସ୍ତ କରି ୩ଟି ଯାକ ଜିଲ୍ଲାର କୋଭିଡ୍‌ ହସ୍‌ପିଟାଲ୍‌ ପରିଦର୍ଶନ କରିବା ସହ ଜିଲ୍ଲାର କୋଭିଡ୍‌ ପ୍ରସ୍ତୁତି ସଂପର୍କରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି।
  4. କୋଭିଡ୍‌-୧୯ ଚିକିତ୍ସା ନିମନ୍ତେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌(ଏଚ୍‌ସିକୁ୍ୟ) ପରି ଔଷଧ ବାବଦରେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଔଷଧ ବ୍ୟବହାର ନକରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।
  5. ରାଜ୍ୟରେ ଘରୋଇ ହିଂସାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ହ୍ୱାଟସ୍‌ଆପ୍‌ ନଂ-୭୨୦୫୦୦୬୦୩୯ ଜାରି କରାଯାଇଛି। ଏଥି ସହିତ ବିଭାଗର ହେଲପ୍‌ଲାଇନ୍‌ -୧୮୧ ମଧ୍ୟ କାର୍ଯ୍ୟ କରୁଛି। ଘରୋଇ ହିଂସାର ଶିକାର ହେଉଥିବା ବ୍ୟକ୍ତିବିଶେଷ ଏହି ହ୍ୱାଟସ୍‌ଆପ୍‌ ଓ ହେଲପ୍‌ଲାଇନ୍‌ର ସାହାଯ୍ୟ ନେବାକୁ ପରାମର୍ଶ ଦିଆଯାଇଛି। ଅନୁରୂପ ଭାବରେ, ରାଜ୍ୟ ମହିଳା ଆୟୋଗ ମଧ୍ୟ ଘରୋଇ ହିଂସା ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଏକ ଏକ ହ୍ୱାଟସ୍‌ଆପ୍‌ ନମ୍ବର ଜାରି କରିଛନ୍ତି ୮୭୬୩୫୪୩୦୧୩।
  6. ଦୃଢ଼ତାର ସହ କରୋନାର ମୁକାବିଲା ପାଇଁ ସରକାର ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସହ ଡାକ୍ତରଙ୍କ ସ୍ୱତନ୍ତ୍ର ତାଲିମ ଉପରେ ଗୁରୁତ୍ୱ ଦେଉଛନ୍ତି। କରୋନା ସନ୍ଦିUଙ୍କୁ ଆଇସିୟୁର ଆବଶ୍ୟକତା ପଡ଼ିଲେ, କିପରି ଚିକିତ୍ସା କରାଯିବ, ସେ ସଂପର୍କରେ ବିଭନ୍ନ ଜିଲ୍ଲାର ଡାକ୍ତରଙ୍କୁ ଏସ୍‌ସିବି ମେଡିକାଲ୍‌ କଲେଜ୍‌(କଟକ)ରେ ପ୍ରଶିକ୍ଷଣ ଦିଆଯାଉଛି।
  7. ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୭୭,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୫୫୩ ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ସହିତ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ଏହି ସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତି। ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍‌ ସେଣ୍ଟର ଟୋଲ୍‌ ଫ୍ରି ଜାରି କରାଯାଇଛି ତାହା ହେଲା ୧୮୦୦୩୪୫୬୭୦୩
  8. ରାଜ୍ୟର ୬୭୯୮ଟି ଗ୍ରାମ ପଞ୍ଚାୟତରେ ୭୦୩୩ଟି ଅସ୍ଥାୟୀ ଚିକିତ୍ସା ଶିବିର କାର୍ଯ୍ୟକରୁଛି। ଏସବୁରେ ୧,୬୩,୬୪୯ ଶଯ୍ୟାର ବ୍ୟବସ୍ଥା ରହିଛି।
  9. ଆଜି ରାଜ୍ୟର ୫୪୩୮ ଗ୍ରାମ ପଞ୍ଚାୟତରେ ୩,୩୪,୪୨୬ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ୧୧୩ ଟି ପୌରାଞ୍ଚଳରେ ୩୫,୧୭୩ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି।
  10. ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୧୫ରୁ ଅପ୍ରେଲ ୧୬ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୪୪ଟି ମାମଲା ଦାୟର କରାଯାଇଛି। ସେଥିରୁ ୧୩୪ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୪ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ଏବଂ ୬ଟି ଅନ୍ୟାନ୍ୟ କାରଣ ପାଇଁ ଅଟେ। ବିଭିନ୍ନ ଅଭିଯୋଗରେ ୧୫୨ ଜଣଙ୍କୁ ଗିରଫ କରାଯାଇଛି।
  11. ବର୍ତ୍ତମାନ ସୁଦ୍ଧା ଗୁଜବ ପ୍ରଚାର ଅଭିଯୋଗରେ ୭୬ ଜଣଙ୍କ ବିରୁଦ୍ଧରେ ମାମଲା ଦାୟର କରାଯାଇଛି।

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା

  1. ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୬୭୩୪ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି।
  2. ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।
  3. ପଜିଟିଭ୍‌ ବ୍ୟକ୍ତିଙ୍କ ପ୍ରତିଶତ ହାର ୦.୮୯ ରହିଛି।
  4. ୧୯ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି।
  5. ଜଣେ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି।
  6. ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୪୦ ରହିଛି।
  7. ଓଡ଼ିଶାରେ ଗତକାଲି ୧୧୯୭ କୋଭିଡ୍‌-୧୯ ନମୁନା ପରୀକ୍ଷା କରାଯାଇଛି। ପରୀକ୍ଷା ସଂଖ୍ୟା ଦୃଷ୍ଟିରୁ ଏହା ବର୍ତ୍ତମାନ ସୁଦ୍ଧା ସର୍ବୋଚ୍ଚ ରହିଛି।