Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି କରୋନା ପରିଚାଳନା ନେଇ ଆସିବ ବଡ ଖବର, ମୁଖ୍ୟ ଶାସନ ସଚିବ କରିବେ ଘୋଷଣା

ଭୁବନେଶ୍ବର, ଆଜି ରାଜ୍ୟ ସରକାର କରୋନା ପରିଚାଳନା ନେଇ କରିବେ ଏକ ବଡ ଘୋଷଣା। ଆଜି ଦିନ 10ଟା ବେଳେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏ ନେଇ ଘୋଷଣା କରିବେ। ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଗଣ ମାଧ୍ୟମକୁ ସୂଚନା ଦିଆଯାଇଛି।

ତେବେ କଣ ଘୋଷଣା ହେବ ସେ ନେଇ କିଛି କୁହାଯାଇ ନାହିଁ। ଯାହା ଆଶଙ୍କା କରାଯାଉଛି ତାହା ହେଳେ ରାଜ୍ୟରେ ପୁଣି ଥରେ ସର୍ଟ ଡାଉନ ଘୋଷଣା ହୋଇପାରେ। କାରଣ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯଦି ଏହିପରି ଧାରା ଲାଗି ରୁହେ ତେବେ ତାହା ଦିଲ୍ଲୀ ପରି ପରିସ୍ଥିତି ସୃଷ୍ଟି କରିବ। ସେଥିପାଇଁ ଏହି ସଂକ୍ରାମଣକୁ ରୋକିବା ପାଇଁ ସରକାର ବଡ ନିଷ୍ପତି ଘୋଷଣା କରିବେ।

ମୁଖ୍ୟ ଶାସନ ସଚିବଙ୍କ ଘୋଷଣାର ସିଧା ପ୍ରସାରଣ ଦେଖିବା ପାଇଁ ଦିନ 10ଟା ରେ ତଳ ଲିଙ୍କକୁ କ୍ଲିକ କରନ୍ତୁ କିମ୍ବା ‘ ସମୀକ୍ଷା ‘ ଫେସବୁକ ପେଜକୁ ଯାଇ କ୍ଲିକ କରନ୍ତୁ।

https://www.facebook.com/thesamikhsya.in

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁଣି ଥରେ ସାରା ଓଡିଶାରେ ଲକ ଡାଉନ ସମ୍ଭାବନା, ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର, ଆସନ୍ତାକାଲି ଦିନ 10ଟାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କୋଭିଡ ସଂକ୍ରାନ୍ତରେ ଏକ ବଡ ଘୋଷଣା କରିବେ। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଗଣମାଧ୍ୟମକୁ ଅବଗତ କରାଯାଇଛି। ଏହାକୁ ନେଇ ବର୍ତ୍ତମାନ ବିଭିନ୍ନ ସ୍ତରରେ ଅଙ୍କ କଷା ଆରମ୍ଭ ହୋଇଯାଇଛି। ଆସନ୍ତାକାଲି କରୋନା ପରିଚାଳନା ନେଇ କଣ କହିବେ ମୁଖ୍ୟ ଶାସନ ସଚିବ ସେ ନେଇ ସମସ୍ତଙ୍କର ଅପେକ୍ଷା।

ତେବେ ସାଧାରଣରେ ଯାହା ଆଲୋଚନା ହେଉଛି ତାହା ହେଲା ରାଜ୍ୟରେ ପୁଣି ଥରେ ଲକଡାଉନ ଘୋଷଣା ହୋଇପାରେ। କାରଣ ବର୍ତ୍ତମାନ ଓଡିଶାର ସ୍ଥିତି ଧିରେ ଧିରେ ସଙ୍କଟମୟ ପରିସ୍ଥିତି ଆଡକୁ ଗତିକରିବାରେ ଲାଗିଛି। ବିଗତ ଦିନର କରୋନା ଗ୍ରାଫକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି।

ଶନିବାର ଦିନ ଯେଉଁ କରୋନା ଗ୍ରାଫ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ଟପିଲା। ଦିଲ୍ଲୀର ଆକ୍ରାନ୍ତ ସଂଖ୍ୟା ଏହିପରି ବଢି ବଢି ଦିନକୁ 25 ହଜାର ଟପିଗଲା। ଫଳରେ ସେଠାକାର ସ୍ବାସ୍ଥ୍ୟ ବ୍ୟବସ୍ଥା ଭୂଷୁଡି ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ବର୍ତ୍ତମାନ ଓଡିଶା ସେଇ ଆଡକୁ ମୁହାଁଇବାରେ ଲାଗିଛି। କାରଣ ଦ୍ବିତୀୟ ଲହରରେ ପ୍ରଥମେ ଏହା ଏକ ହଜାରରୁ ଦୁଇ ହଜାର ଭିତରେ ରହୁଥିଲା। ଶେଷରେ ଏହା ବଢିବଢି 4 ହଜାରରୁ 5 ହଜାର ମଧ୍ୟରେ ରହିଲା। ଏହିପରି ଭାବେ ବଢି ବଢି ବର୍ତ୍ତମାନ ଏହା 10 ହଜାର ଟପିଗଲାଣି। ବିଶେଷ କରି ଭୁବନେଶ୍ବରର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣି ଏକ ବଡ ପଦକ୍ଷେପ ନେବାର ସମ୍ଭାବନା ସୃଷ୍ଟି ହେଲାଣି। ଯଦି ତାହା ନ କରନ୍ତି ତେବେ ପରିସ୍ଥିତି ଅସମ୍ଭାଳ ହୋଇପଡିବ। ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ମେ ମାସ ହେଉଛି ସବୁଠାରୁ ବଡ ଗୁରୁତ୍ବପୂର୍ଣ୍ଣ। ଏହି ମାସଟିକୁ ଠିକରେ ପରିଚାଳନା କରିପାରିଲେ ପରବର୍ତ୍ତି ସମୟରେ କରୋନାକୁ ସମ୍ଭାଳି ହେବ। ସେଥିପାଇଁ ରବିବାରରେ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ଘୋଷଣା କରିବାକୁ ବାଧ୍ୟ ହେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

CoronaUpdate: ଆଜି ଓଡିଶାରୁ ଚିହ୍ନଟ ହେଲେ 59 ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ବର, ଆଜି ଓଡିଶାରୁ 59 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 34 ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ 24 ଜଣ ଅଛନ୍ତି। ଆଜି ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ 9 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

1. ଅନୁଗୁଳ: 4

2. ବାଲେଶ୍ବର: 4

3. ବରଗଡ: 1

4. ବାଲାଙ୍ଗୀର: 1

5. କଟକ: 2

6. ଦେଓଗଡ: 3

7. ଗଜପତି: 1

8. ଯାଜପୁର: 5

9. ଝାରସୁଗୁଡା: 4

10. କେଉଁଝର:3

11. ଖୋର୍ଦ୍ଧା: 3

12. ମୟୂରଭଞ୍ଜ: 3

13. ନବରଙ୍ଗପୁର: 1

14. ନୟାଗଡ଼: 3

15. ନୁଆପଡା: 2

16. ପୁରୀ: 2

17. ରାୟଗଡା: 2

18. ସମ୍ବଲପୁର: 9

19. ସୁନ୍ଦରଗଡ: 6

Categories
ଆଜିର ଖବର ରାଜ୍ୟ ଖବର

30ଟି ଜିଲ୍ଲାରୁ 3 ହଜାର 631 ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 3 ହଜାର 631ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 722ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ 370, ମୟୂରଭଞ୍ଜରୁ 365,  ବରଗଡରୁ 238, ଭଦ୍ରକରୁ 186, ପୁରୀରୁ 157, ଯାଜପୁରରୁ 127, ବାଲେଶ୍ବରରୁ 114, ରାୟଗଡାରୁ 111, ଗଞ୍ଜାମରୁ 107, ନୟାଗଡରୁ 100, ସୁନ୍ଦରଗଡରୁ 95, କୋରାପୁଟରୁ 93, କେନ୍ଦ୍ରାପଡାରୁ 85, ଝାରସୁଗୁଡା ଓ କେଉଁଝରରୁ 80ଜଣ ଲେଖାଏଁ ରହିଥିବାବେଳେ, ଜଗତସିଂହପୁରରୁ 79, ସମ୍ବଲପୁରୁର 68, ଢେଙ୍କାନାଳରୁ 56, ମାଲକାନଗିରିରୁ 55, ସୋନପୁରରୁ 50,  ନୂଆପଡାରୁ 49, ନବରଙ୍ଗପୁରରୁ 46, କନ୍ଧମାଳରୁ 44, ଅନୁଗୁଳରୁ 41, ବଲାଙ୍ଗିରରୁ 39,  ବୌଦ୍ଧରୁ 27, ଦେବଗଡରୁ 11, ଗଜପତିରୁ 9 ଜଣ ରହିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର

ମହାମାରୀ ସମୟରେ ଆତ୍ମସନ୍ତୋଷ ହିଁ ସବୁଠାରୁ ବଡ ଶତ୍ରୁ, କୋଭିଡ-୧୯ ବୈଠକରେ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, କୋଭିଡ ପରିଚାଳନା ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀ ଏକ ଗରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ କରିଥିଲେ।ଏଥିରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାମାରୀ ସମୟରେ ଆତ୍ମସନ୍ତୋଷ ହିଁ ସବୁଠାରୁ ବଡ ଶତ୍ରୁ। ତେଣୁ ସାଧାରଣ ଲୋକ ହୁଅନ୍ତୁ, ବା ସରକାରୀ କର୍ମଚାରୀ ସମସ୍ତେ ଏଥିପ୍ରତି ସତର୍କ ରହି କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ରାଜ୍ୟରେ ଅଧିକ ପରୀକ୍ଷା କରାଯାଉଥିବା ସହିତ ସଂକ୍ରମଣ ହାର କମିଥିବା ଏବଂ ମୃତ୍ୟୁ ହାର ମଧ୍ୟ କମି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ହଟଷ୍ପଟ ଜିଲ୍ଲା ମାନଙ୍କରେ ଯେଉଁ ଅଞ୍ଚଳଭିତ୍ତିକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି, ତାକୁ କଡାକଡ ଭାବରେ ପାଳନ କରିବା ସହିତ ଆଗାମୀ ସପ୍ତାହ ବେଳକୁ ଯେଭଳି ପରିସ୍ଥିତିରେ ଆଖିଦୃଶିଆ ଉନ୍ନତି ଆସିପାରିବ, ସେ ଦିଗରେ କାମ କରିବା ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବିଭିନ୍ନ ଆଞ୍ଚଳିକ କୋଭିଡ ଚିକିତ୍ସାଳୟ ମାନଙ୍କରେ ଆବଶ୍ୟକ ମୁତାବକ ଆଇସିୟୁ ଶଯ୍ୟାର ଉପଲବ୍‌ଧତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ତା ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରି ସରକାରୀ ଅଫିସ ଗୁଡିକୁ ସଂକ୍ରମଣମୁକ୍ତ ରଖିବାକୁ ସବୁପ୍ରକାର ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

କୋଭିଡ ଯୋଦ୍ଧା ମାନଙ୍କ ଭିତରେ ସଂକ୍ରମଣ ହାର କମୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ମାସ୍କର ବ୍ୟବହାର, ସାମାଜିକ ଦୂରତା ବିଷୟରେ ଆହୁରି ଜନସଚେତନତା କରିବା ପାଇଁ ପରାମର୍ଶ ଦେଇଥିଲେ। ସହିଦ୍‌ କୋଭିଡ ଯୋଦ୍ଧା ମାନଙ୍କର ବ୍ୟକ୍ତିଗତ ପାଉଣା ଆସନ୍ତା ଶୁକ୍ରବାର ସୁଦ୍ଧା ତାଙ୍କ ଆତ୍ମୀୟ ମାନଙ୍କୁ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଥିଲେ।

କୃଷି ମନ୍ତ୍ରୀ ଶ୍ରୀ ଅରୁଣ ସାହୁ, ସରକାରୀ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ ସର୍ବଶ୍ରୀ ଦେବୀ ପ୍ରସାଦ ମିଶ୍ର, ଓ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଗ୍ରାମ୍ୟ ଅର୍ଥନୀତି ପୁନରୁଦ୍ଧାର ପ୍ୟାକେଜ, ପ୍ଲାଜମା ସଂଗ୍ରହ ଏବଂ ଅନ୍ୟ ରାଜ୍ୟରୁ ଆସିଥିବା ଓଡିଆ ଶ୍ରମିକ ମାନଙ୍କର ପଞ୍ଜିକରଣ ସମସ୍ୟା ଆଦି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ରାଜ୍ୟର ଅର୍ଥନୀତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ ଏବଂ ଜୁଲାଇ ମାସରୁ ପରିସ୍ଥିତିରେ ସୁଧାର ପରିଲକ୍ଷିତ ହେଉଛି ବୋଲି ଜଣାଇଥିଲେ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ତାଙ୍କ ଉପସ୍ଥାପନାରେ କୋଭିଡ ପରିସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଉପସ୍ଥାପନାରୁ ଜଣାଯାଇଛି ଯେ ରାଜ୍ୟରେ ସୁସ୍ଥ ହାର ଗତ ସପ୍ତାହରୁ ବଢି ୭୧.୩ ପ୍ରତିଶତରେ ପହଞ୍ଚିଥିବା ବେଳେ ମୃତ୍ୟୁ ହାର ହ୍ରାସ ପାଇ ୦.୦୫ ପ୍ରତିଶତ ହୋଇଛି। ୫୪ ପ୍ରତିଶତ ସକ୍ରିୟ ସଂକ୍ରମିତ ରୋଗୀ ଗୃହ ସଂଗରୋଧରେ ରହୁଛନ୍ତି ।

ସେହିପରି ପୋଲିସ, ଅଗ୍ନିଶମ ଓ NDRAFର କର୍ମଚାରୀ ପ୍ଲାଜମା ଦାତା ମାନଙ୍କ ମଧ୍ୟରେ ଆଗୁଆ ରହିଛନ୍ତି । କଟକ, ବାଲେଶ୍ବର ଓ କେନ୍ଦ୍ରାପଡା ଜିଲ୍ଲା ପ୍ଲାଜମା ସଂଗ୍ରହ କ୍ଷେତ୍ରରେ ବହୁତ ଭଲ କାମ କରିଥିବା ବେଳେ ମାଲକାନଗିରି, ବୌଦ ଓ ରାୟଗଡ ଜିଲ୍ଲା ଗୃହ ସଂଗରୋଧ କ୍ଷେତ୍ରରେ ବହୁତ ଭଲ କାମ କରିଛନ୍ତି। ଆସନ୍ତା ୨୮ ତାରିଖରୁ ଭୁବନେଶ୍ବରରେ ଦ୍ବିତୀୟ ପର୍ଯ୍ୟାୟ ଏବଂ ରାଉରକେଲାରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଆସନ୍ତାକାଲି କୋରାପୁଟରେ ଆଉ ଏକ ପ୍ଲାଜମା ବ୍ୟାଙ୍କ ଖୋଲାଯିବ।

କଟକ,ଖୋର୍ଦ୍ଧା, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାର କୋଭିଡ ପରିସ୍ଥିତି ଓ ମୁକାବିଲା ସଂପର୍କରେ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ମ୍ୟୁନିସପାଲ କମିଶନର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କଟକରେ କୋଭିଡ ମୁକାବିଲା ପାଇଁ ଯେକୌଣସି ଅତିରିକ୍ତ ସହାୟତା ଆବଶ୍ୟକ ହେଲେ ତୁରନ୍ତ ରାଜ୍ୟ ସରକାରଙ୍କୁ ଜଣାଇ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେହିପରି ରାଉରକେଲାରେ କୋଭିଡ ମୁକାବିଲାରେ ନିୟୋଜିତ ବିଭିନ୍ନ ସଂସ୍ଥା ମାନଙ୍କ ମଧ୍ୟରେ ଅଧିକ ସମନ୍ବୟ ରଖି କୋଭିଡ ପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 1981 ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 52 ହଜାର ଟପିଲା

ଭୁବନେଶ୍ବର : ରାଜ୍ୟରେ ଆଜି 1981 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1225ଜଣ ଚିହ୍ନଟ ହୋଇଥିବାବେଳେ 756ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  52 ହଜାର 653କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15ହଜାର 808ଜଣ । ସେହିପରି ସୁସ୍ଥ ହୋଇଛନ୍ତି 36ହଜାର 478ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 305ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ଆଜି ହୋଇଛନ୍ତି ଚିହ୍ନଟ

1. Angul: 6

2. Balasore: 59

3. Bargarh: 27

4. Bhadrak: 65

5. Balangir: 27

6. Boudh: 22

7. Cuttack: 131

8. Deogarh: 16

9. Dhenkanal: 39

10. Gajapati: 8

11. Ganjam: 267

12. Jagatsinghpur: 42

13. Jajpur: 60

14. Jharsuguda: 8

15. Kalahandi: 39

16. Kandhamal: 179

17. Kendrapada: 29

18. Keonjhar: 23

19. Khurda: 274

20. Koraput: 97

21. Malkangiri: 64

22. Mayurbhanj: 37

23. Nawarangpur: 18

24. Nayagarh: 56

25. Nuapada: 16

26. Puri: 77

27. Rayagada: 55

28. Sambalpur: 38

29. Sonepur: 57

30. Sundargarh: 145

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ

କୋଭିଡ ଯୋଦ୍ଧାଙ୍କ ଆଦର୍ଶ ପାଲଟିଲେ ଗଂଜାମ ଜିଲ୍ଲାପାଳ, କୋଭିଡ କେୟାର କେନ୍ଦ୍ରର ଖାଦ୍ୟ କଲେ ପରୀକ୍ଷା

ଭୁବନେଶ୍ବର, ବର୍ତ୍ତମାନ ସାରା ଗଂଜାମ ଜିଲ୍ଲାରେ କୋଭିଡ19 ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏପରିକି ସ୍ଥାନୀୟ ଲୋକଙ୍କ ସହିତ କୋଭିଡ ଯୋଦ୍ଧାଙ୍କୁ ମଧ୍ୟ ଏହି ଭୂତାଣୁ ଆକ୍ରାନ୍ତ କରିବାରେ ଲାଗିଛି। ଏପରି ପରିସ୍ଥିତିରେ କୋଭିଡ ମୁକାବିଲା କରିବା ପାଇଁ କୋଭିଡ ଯୋଦ୍ଧାଙ୍କ ଆଦର୍ଶ ପାଲଟିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ନିଜେ ଘରୁ ବାହାରି ବିଭିନ୍ନ କୋଭିଡ କେୟାର କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏଥିସହିତ ସେଠାରେ କିପରି ଖାଦ୍ୟ ପ୍ରଦାନ କରାଯାଉଛି ତାହା ମଧ୍ୟ ପରୀକ୍ଷା କରୁଛନ୍ତି।
ଜିଲ୍ଲାପାଳ ଗତକାଲି ଗଂଜାମ ଜିଲ୍ଲାର ସୀତାପାଲ୍ଲୀରେ ଥିବା କୋଭିଡ କେୟାର କେନ୍ଦ୍ରକୁ ପରିଦର୍ଶରେ ଯାଇଥିଲେ। ସେଠାରେ ନିଆଯାଇଥିବା ପଦକ୍ଷେପ ଉପରେ ତଦାରଖ କରିଥିଲେ। ଏପରିକି କେନ୍ଦ୍ରରେ ଥିବା ଲୋକମାନଙ୍କୁ କିପରି ଖାଦ୍ୟ ଦିଆଯାଉଛି ତାହା ମଧ୍ୟ ପରୀକ୍ଷା କରିଥିଲେ। ସନ୍ଦିଗ୍ଧ ରୋଗୀଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ଖୋଦ୍ ଜିଲ୍ଲାପାଳ ଖାଇବେ ବୋଲି କାହାର ବିଶ୍ବାସ ନ ଥିଲା। କାରଣ ଏହି ଭୂତାଣୁ କେଉଁବାଟେ କିପରି ଦେହ ଭିତରକୁ ପ୍ରବେଶ କରେ ତାହା କହି ହେବ ନାହିଁ। ହେଲେ ଜିଲ୍ଲାପାଳ ତାହା ଭୃକ୍ଷେପ ନ କରି ଏପରି ପରୀକ୍ଷା କରିବା ସେଠାକାର କୋଭିଡ ଯୋଦ୍ଧାଙ୍କ ମନୋବଳକୁ ଦୃଢ କରିଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଗ୍ରାମାଞ୍ଚଳରେ ନିର୍ମାଣ ହେଲା ମୋଟ ୭ ଲକ୍ଷ ୬୭ ହଜାର କୋଭିଡ19 ଶଯ୍ୟା, ଜାଣନ୍ତୁ ରାଜ୍ୟର କରୋନା ଅପଡେଟ୍

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମଜୀବୀମାନଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ ନିଜ ରାଜ୍ୟକୁ ଫେରିବାକୁ ଇଚ୍ଛୁକ ପ୍ରବାସୀ ଶ୍ରମଜୀବୀମାନଙ୍କୁ ୧୮୦୦୩୪୫୬୭୦୩ ହେଲ୍ପଲାଇନ୍‌/ଜିଲ୍ଲା କଣ୍ଟ୍ରୋଲ୍‌ ରୁମ୍‌କୁ କଲ୍‌ କରିବା କିମ୍ବା ପୋର୍ଟାଲ୍‌ରେ ପଂଜୀକରଣ କରିବାକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଅନୁରୋଧ କରାଯାଇଛି।

1-ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ଦକ୍ଷତା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଗ୍ନିଶମ ସେବା ସଂସ୍ଥାର ଦକ୍ଷତା ବୃଦ୍ଧି ନିମନ୍ତେ ଯୋଜନା ପ୍ରସ୍ତୁତି ହୋଇଛି । ବିପର୍ଯ୍ୟୟ ପରିଚାଳନା ପାଇଁ ସରକାର ଅତ୍ୟାଧୁନିକ ଯନ୍ତ୍ରପାତି କିଣିବେ।

2-ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିୟୋଜିତ କୋଭିଡ୍‌ ସଚେତକ ସେଚ୍ଛାସେବୀମାନଙ୍କ ନିମନ୍ତେ ଭୁବନେଶ୍ୱର ୟୁନିଟ୍‌-୯ ବାଳକ ବିଦ୍ୟାଳୟରେ ଏକ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଚେତକମାନେ ନିଜ ନିଜ ୱାର୍ଡଗୁଡ଼ିକରେ ଲୋକମାନଙ୍କ ମଧ୍ୟରେ କୋଭିଡ୍‌ ସଚେତନତା ସୃଷ୍ଟି କରିବା ସହିତ ସେମାନଙ୍କୁ ବିଏମ୍‌ସି ପ୍ରଦତ୍ତ ହେଲ୍‌ଥ କିଟ୍‌ (ମାସ୍କ ଓ ସାନିଟାଇଜର) ଇତ୍ୟାଦି ବିତରଣ କରିବେ।

3-ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଅର୍ଥ ବିଭାଗ ଏବଂ ଭାରତୀୟ ବାଣିଜି୍ୟକ ସଂଘର ମିଳିତ ଆନୁକୂଲ୍ୟରେ ‘ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ନିମନ୍ତେ ଆର୍ଥିକ ଉନ୍ନତିକରଣ ଓ ସୁବିଧା’ ଉପରେ ଏକ ୱେବ୍‌-ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଓଡ଼ିଶା ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗକୁ ୩୮୦୦୦ କୋଟି ଟଙ୍କାର ଋଣ ସହାୟତା ଯୋଗାଇଦେବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । କୋଭିଡ୍‌-୧୯ ପରିସ୍ଥିତିରେ କ୍ଷତିଗ୍ରସ୍ତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏକ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି ।

4-ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ସହଯୋଗରେ ‘କୋଭିଡ୍‌-୧୯ ସଂକଟ ସମୟରେ ପିଲାମାନଙ୍କ ପ୍ରତି ହେଉଥିବା ହିଂସାର ମୁକାବିଲା’ ଶୀର୍ଷକ ଏକ େୱବ୍‌ନାର ଅନୁଷ୍ଠିତ ହୋଇଯାଇଛି । କୋଭିଡ୍‌-୧୯ର ଆଗଧାଡ଼ିର ଯୋଦ୍ଧା ଭାବେ କାର୍ଯ୍ୟରତ ଗ୍ରାମ୍ୟସ୍ତରୀୟ ଶିଶୁ ସୁରକ୍ଷା ସମିତି, ଅଙ୍ଗନବାଡ଼ି କର୍ମୀ, ସିଡିପିଓ, ମହିଳା ସୁପରଭାଇଜର, ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ପାଇଁ ଆୟୋଜିତ ଏହି ୱେବ୍‌ନାରରେ ଖୋର୍ଦ୍ଧା, ଭୁବନେଶ୍ୱର ଅର୍ବାନ୍‌, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଏବଂ କୋରାପୁଟ ଆଦି ୬ଟି ଜିଲ୍ଲାର ୪୫୦ରୁ ଊଦ୍ଧ୍ୱର୍ ସଦସ୍ୟ ଅଂଶଗ୍ରହଣ କରିଥିଲେ। ମୁଖ୍ୟତଃ କୋଭିଡ୍‌-୧୯ ପରିସ୍ଥିତିରେ କରୋନା ସଂକ୍ରମଣରୁ ପିଲାମାନଙ୍କୁ ସୁରକ୍ଷା ଦେବା, ସେମାନଙ୍କ ଶାରୀରିକ, ମାନସିକ ଏବଂ ମନସ୍ତାତ୍ତ୍ୱିକ ବିକାଶ ଉପରେ ବିଶେଷ ଧ୍ୟାନ ଦେବା ଉପରେ େୱବ୍‌ନାରରେ ଗୁରୁତ୍ୱ ଆରୋପ କରାଯାଇଥିଲା।

5-ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ଆଜି ୬,୯୦୦ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୫,୬୭,୯୬୮ ଜଣ ଫେରିଛନ୍ତି ।

6-କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬,୭୯୮ ଗ୍ରାମ ପଞ୍ଚାୟତରେ ୧୬,୮୨୧ ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି । ଏଥିରେ ମୋଟ ୭,୬୭ ୬୭୩ ଶଯ୍ୟାର ବ୍ୟବସ୍ଥା କରାଯାଇଛି।

7-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଜୁନ୍‌ ୧୮ରୁ ଜୁନ୍‌ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୯ ଟି ମାମଲା ଦାୟର କରାଯାଇଛି । ୭ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୨ଟି କେସ୍‌ ଅନ୍ୟାନ୍ୟ କାରଣ ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୨୫ ଜଣଙ୍କୁ ଗିରଫ କରାଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର

କରୋନା ମୁକାବିଲା : ଗଞ୍ଜାମ ଜିଲ୍ଲାକୁ ପଠାଗଲା ସ୍ବତନ୍ତ୍ର ସ୍ବାସ୍ଥ୍ୟ ତଦାରଖ ଦଳ, ବଲାଙ୍ଗିର ଗଲେ ରାପିଡ୍‌ ରେସ୍‌ପନ୍ସ ଟିମ୍‌

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ଏସ୍‌ସିବି ମେଡିକାଲ୍‌ କଲେଜ୍‌, କଟକର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେଗୁଡିକ ହେଲା

1-ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫‘ଟି’) ଶ୍ରୀ ଭି.କେ. ପାଣ୍ଡିଆନ୍‌ ଆଜି ନୟାଗଡ଼ ଜିଲ୍ଲା ଗସ୍ତ କରି କୋଭିଡ୍‌ ହସ୍‌ପିଟାଲ୍‌ ପରିଦର୍ଶନ କରିବା ସହ ଏହାର ପରିଚାଳନାର ସମୀକ୍ଷା କରିଛନ୍ତି ।

2-ଗଞ୍ଜାମ ଜିଲ୍ଲାରେ କୋଭିଡ୍‌-୧୯ ରୋଗୀ ଚିହ୍ନଟ ହେଉଥିବା ଦୃଷ୍ଟିରେ ରଖି ନିର୍ଦ୍ଦେଶକ, ପରିବାର କଲ୍ୟାଣ ଏବଂ ଆର୍‌ଏମ୍‌ଆର୍‌ସିର ବୈଜ୍ଞାନିକଙ୍କୁ ନେଇ ଗଠିତ ଏକ ଟିମ୍‌କୁ ଗଞ୍ଜାମ ଜିଲ୍ଲାକୁ ରୋଗ ନିରୀକ୍ଷଣ, ସଂକ୍ରମଣ ପ୍ରତିରୋଧ ପଦକ୍ଷେପ ସଂପର୍କରେ ତଦାରଖ କରିବା ନିମନ୍ତେ ପଠାଯାଇଛି। ଏହା ସହିତ ଜିଲ୍ଲାରେ ନିରୀକ୍ଷଣ, କଣ୍ଟାକଫ ଟ୍ରେସିଂ ଏବଂ ଚିକିତ୍ସା ପ୍ରସ୍ତୁତିକୁ ସଶକ୍ତ କରିବା ନିମନ୍ତେ ଗୋଟିଏ ଆଶୁ କାର୍ଯ୍ୟାନୁଷ୍ଠାନ ଦଳ(ରାପିଡ୍‌ ରେସ୍‌ପନ୍ସ ଟିମ୍‌) ଗଠନ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସଂପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି।

3-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅନୁରୋଧ କ୍ରମେ ଏମସ୍‌, ଭୁବନେଶ୍ୱରରୁ ଏକ ଆଶୁ କାର୍ଯ୍ୟାନୁଷ୍ଠାନ ଦଳ(ରାପିଡ୍‌ ରେସ୍‌ପନ୍ସ ଟିମ୍‌) ରୋଗ ନିରୀକ୍ଷଣ ଏବଂ ଚିକିତ୍ସା ସେବା ଅନୁଧ୍ୟାନ କରିବା ନିମନ୍ତେ ବଲାଙ୍ଗୀର ଗସ୍ତ କରିଛନ୍ତି।

4-ଗତ ୩ ମଇରୁ ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ଆଜି ୭୪୫୧ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୩୫,୫୪୦ ଜଣ ଫେରିଛନ୍ତି । ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସୁଛନ୍ତି।

5-ଓଡ଼ିଶାକୁ ଫେରୁଥିବା ଲୋକମାନଙ୍କ ପାଇଁ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ । ସହରାଞ୍ଚଳକୁ ଫେରୁଥିବା ଲୋକମାନଙ୍କ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌କୁ ପ୍ରାଥମିକତା ଦିଆଯାଇଛି। ଯେଉଁମାନଙ୍କର ହୋମ୍‌ କ୍ୱାରାଣ୍ଟାଇନ୍‌ର ସୁବିଧା ନାହିଁ ସେମାନଙ୍କ ପାଇଁ ପୌର କର୍ତ୍ତୃପକ୍ଷ ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‌ର ବ୍ୟବସ୍ଥା କରିବେ। ଆବଶ୍ୟକ ହେଲେ ସେମାନେ ନିଜ ଖର୍ଚ୍ଚରେ ନିର୍ଦ୍ଧାରିତ ହୋଟେଲ୍‌/ଲଜ୍‌ମାନଙ୍କରେ କ୍ୱାରାଣ୍ଟାଇନ୍‌ରେ ରହିପାରିବେ।

6-ଗ୍ରାମାଞ୍ଚଳକୁ ଫେରୁଥିବା ଲୋକମାନଙ୍କ ପାଇଁ ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ। କିନ୍ତୁ ଗର୍ଭବତୀ ଓ ପ୍ରସୂତୀ ମହିଳା/ଶିଶୁ/ଛାତ୍ରଛାତ୍ରୀ/ବୃତ୍ତିଜୀବୀ/ତୃତୀୟ ଲିଙ୍ଗ ଓ ଶାରିରୀକ ଓ ମାନସିକ ଭିନ୍ନକ୍ଷମମାନଙ୍କ ପାଇଁ ଆବଶ୍ୟକ ସ୍ଥଳେ ହୋମ୍‌ କ୍ୱାରାଣ୍ଟାଇନ୍‌ ପାଇଁ କର୍ତ୍ତୃପକ୍ଷ ଅନୁମତି ଦେଇପାରିବେ କିମ୍ବା ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିପାରିବେ। ଏଥି ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

7-କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ପ୍ରାୟ ୧୨,୦୦୦ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି । ଏଥିରେ ପାଖାପାଖି ୫ ଲକ୍ଷ ଶଯ୍ୟାର ବ୍ୟବସ୍ଥା କରାଯାଇଛି।

8-ଗ୍ରାମାଞ୍ଚଳରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସମସ୍ତ ମୌଳିକ ସୁବିଧାସୁଯୋଗ ଉପଲବ୍ଧ ହେବା ସହ ସଫେଇ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କେନ୍ଦ୍ରଗୁଡ଼ିକରେ ମେନୁ ଚାର୍ଟ ଅନୁସାରେ ଉନ୍ନତ ମାନର ଖାଦ୍ୟ ଯୋଗାଇ ଦିଆଯାଉଛି । କେନ୍ଦ୍ରଗୁଡ଼ିକରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ ସେବା ପ୍ରଦାନକାରୀ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ବ୍ୟବହାର କରୁଛନ୍ତି।

9-ଆଜି ରାଜ୍ୟର ୫୦୪୩ ଗ୍ରାମ ପଞ୍ଚାୟତରେ ୩,୧୩,୦୮୪ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ ଟି ପୌରାଞ୍ଚଳରେ ୩୫,୭୩୨ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି।

10-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୫ରୁ ମଇ ୬ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୧ଟି ମାମଲା ଦାୟର କରାଯାଇଛି । ସେଥିରୁ ୧୮ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୨ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ପାଇଁ ଏବଂ ୧ଟି ଅନ୍ୟାନ୍ୟ କୋଭିଡ୍‌-୧୯ ସଂପର୍କିତ ଘଟଣା ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୨୩ ଜଣଙ୍କୁ ଗିରଫ କରାଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର

ଓଡିଆ ଫେରନ୍ତାଙ୍କ ପାଇଁ ନବୀନ ପଟ୍ଟନାୟକଙ୍କ ଅଭିନବ କାର୍ଯ୍ୟକ୍ରମ ‘ଅପରେସନ୍ ଶୁଭଯାତ୍ରା’, ଜାଣନ୍ତୁ ଏହା କଣ

ଭୁବନେଶ୍ବର, ଓଡିଶାର ସରକାର କୋଭିଡ ମୁକାବିଲା ପାଇଁ ଯେଉଁ ସବୁ ପଦକ୍ଷେପ ନେଉଛନ୍ତି ତାହା ସାରା ଦେଶ ପାଇଁ ଏକ ଉଦାହରଣ ପାଲଟିଛି। ଅନ୍ୟ ରାଜ୍ୟ ଓଡିଶାର ଏହି ମୁକାବିଲା ପକ୍ରିୟାକୁ ବାଃ ବାଃ କରିବାରେ ଲାଗିଛି। ବିଭିନ୍ନ ପଦକ୍ଷେପ ଭିତରେ ବର୍ତ୍ତମାନ ଆଉ ଏକ ନୂଆ ତଥା ଅଭିନବ କାର୍ଯ୍ୟକ୍ରମ ଲାଗୁ କରିଛନ୍ତି। ଏହାର ନାମ ରହିଛି ‘ଅପରେସନ ଶୁଭଯାତ୍ରା’।

ବାହାର ରାଜ୍ୟରେ ଅଟକି ରହିଥିବା ହଜାର ହଜାର ଓଡିଆମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ସରକାର ଏହି ନୂଆ କାର୍ଯ୍ୟକ୍ରମ ଲାଗୁ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଯୁକ୍ତିବିଦ୍ୟା ଓଏସଡି ଭାବେ କାର୍ଯ୍ୟ କରୁଥିବା ମନୋଜ ମିଶ୍ର କହିଛନ୍ତି। ଏଥିରେ ବିଭିନ୍ନ ରାଜ୍ୟରୁ ଟ୍ରେନ ଯୋଗେ ଓଡିଆମାନଙ୍କୁ ଆଣିବା ପାଇଁ ଲାଗୁ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କେରଳରୁ ଏହି ଅପରେସନ ଶୁଭଯାତ୍ରା ଆରମ୍ଭ କରାଯାଇଛି। କେରଳରୁ ଶୁକ୍ରବାର ଦିନ 11ଶହ 50 ଜଣ ଓଡିଆ ଏକ ସ୍ବତନ୍ତ୍ର ଟ୍ରେନରେ ଯାତ୍ରା କରିଛନ୍ତି। ଏହି ଟ୍ରେନଟି ରବିବାର ଦିନ ଓଡିଶାରେ ପହଁଚିବ।

ନବୀନ ସରକାରଙ୍କ ଏହି ଅପରେସନ ଶୁଭଯାତ୍ରା କଣ ?

କରୋନା ଭାଇରସ ଯୋଗୁଁ ବିଭିନ୍ନ ରାଜ୍ୟରେ ହଜାର ହଜାର ଓଡିଆ ଫସି ରହିଛନ୍ତି। ବିଶେଷ କରି କେରଳ, ତାମିଲନାଡୁ, ଗୁଜୁରାଟ, ମୁମ୍ବାଇ ଏବଂ ଆନ୍ଧ୍ର ପ୍ରଦେଶରେ ଏମାନେ ଫସି ରହିଛନ୍ତି। ଏହି ଓଡିଆମାନଙ୍କୁ ରାଜ୍ୟକୁ ତଥା ତାଙ୍କ ଘରକୁ ଫେରାଇ ଆଣିବା ପାଇଁ ନବୀନ ସରକାର ଏହି କାର୍ଯ୍ୟକ୍ରମ ‘ଅପରେସନ ଶୁଭଯାତ୍ରା’ ଲାଗୁ କରିଛନ୍ତି।

କାର୍ଯ୍ୟକ୍ରମ  ଅନୁସାରେ ରାଜ୍ୟ ସରକାର ରେଳ ବିଭାଗ ସହିତ ବୁଝାମଣା କରି ଓଡିଆଙ୍କୁ ଫେରାଇ ଆଣିବା ପାଇଁ କେତେକ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛନ୍ତି। ଏହି ଟ୍ରେନଗୁଡିକ ବିଭିନ୍ନ ରାଜ୍ୟରୁ ବାହାରିବ ବୋଲି ନିଷ୍ପତି କରାଯାଇଛି। ସେହି ଅନୁସାରେ ଶୁକ୍ରବାର ଦିନ କେରଳରୁ ଅପେରସନ ଶୁଭଯାତ୍ରାର ପ୍ରଥମ ଟ୍ରେନଟି ଯାତ୍ରା ଆରମ୍ଭ କରିଛି। ଏହି ଟ୍ରେନରେ 23ଟି ଜିଲ୍ଲାର 11 ଶହ 50 ଜଣ ଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି। ଏଥିରେ ସର୍ବାଧିକ କନ୍ଧମାଳ ଜିଲ୍ଲାର 382 ଜଣ ଯାତ୍ରୀ ଅଛନ୍ତି।

ତେବେ ଏହି ଯାତ୍ରୀମାନେ ଓଡିଶା ଫେରିବା ପାଇଁ ପୂର୍ବରୁ ଓଡିଶା ସରକାରଙ୍କ ତରଫରୁ କେରଳ ପ୍ରଶାସନକୁ ଅବଗତ କରାଯାଇ ଆଲୋଚନା କରିଥିଲେ। ଖୋଦ ମୁଖ୍ୟମନ୍ତ୍ରୀ କେରଳ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ସେହି ଅନୁସାରେ କେରଳ ପ୍ରଶାସନ କେଉଁ ଓଡିଆ କେଉଁ କେଉଁ ସ୍ଥାନରେ ରହିଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରିଥିଲେ।

ସେହି ତାଲିକା ଅନୁସାରେ ବିଭିନ୍ନ ସ୍ଥାନରେ ଥିବା ଓଡିଆମାନଙ୍କୁ କେରଳ ପ୍ରଶାସନ ତରଫରୁ ଗାଡି ବନ୍ଦୋବସ୍ତ କରାଯାଇ ଷ୍ଟେସନ ନିକଟକୁ ଅଣାଯାଇଥିଲା। ତେବେ ଟ୍ରେନରେ ବସିବା ପୂର୍ବରୁ ଅପରେସନ ଶୁଭଯାତ୍ରା ନିୟମ ଅନୁସାରେ ସେଠାରେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲେ। ସ୍ବାସ୍ଥ୍ୟ ଠିକ ଥିବାର ଜଣାପଡିବା ପରେ ସେମାନଙ୍କୁ ଗୋଟିଏ ଗୋଟିଏ ମେଡିକାଲ ସାର୍ଟିଫିକେଟ କେରଳ ପ୍ରଶାସନ ଦ୍ବାରା ପ୍ରଦାନ କରାଯାଇଛି।

ସେତିକି ନୁହେଁ ଏହି ଫେରନ୍ତାଙ୍କ ସଂପୂର୍ଣ୍ଣ ବିବରଣୀ ଏପରିକି ସେମାନେ କେଉଁ ଜିଲ୍ଲାର, କେଉଁଠି କି ଯିବେ, ତାଙ୍କର ଓଡିଶାରେ ସଂପର୍କିୟଙ୍କ ବିବରଣୀ, ସେମାନଙ୍କର ଫୋନ ନମ୍ବର ପ୍ରଭୃତି ସଂଗ୍ରହ କରାଯାଇଛି। କେରଳ ସରକାରଙ୍କ ତାଲିକା ଅନୁସାରେ ସମସ୍ତ ଯାତ୍ରୀ ଷ୍ଟେସନକୁ ଆସିଲେ କି ନାହିଁ ତାହା ଚେକିଂ କରାଯାଇ ଟ୍ରେନରେ ବସିବାକୁ ଅନୁମତି ଦିଆଯାଇଥିଲା। ଏହାପରେ କେରଳ ଷ୍ଟେସନରୁ ଟ୍ରେନ ଓଡିଶା ଅଭିମୁଖେ ବାହାରିଛି। ଷ୍ଟେସନରୁ ବାହାରିବା ବେଳେ ସେମାନଙ୍କୁ କେରଳ ସରକାରଙ୍କ ତରଫରୁ ଖାଦ୍ୟ ପୁଡିଆ, ପାଣି ବୋତଲ ପ୍ରଭୃତି ଜରୁରୀ ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଇଛି। ଏପରିକି ରେଳ ବିଭାଗ ତରଫରୁ ସେମାନଙ୍କୁ ରାସ୍ତାରେ ଦୁବୁଡା ଷ୍ଟେସନରେ ରାତ୍ରୀ ଭୋଜନ ଦେବା ପାଇଁ ମଧ୍ୟ ବନ୍ଦୋବସ୍ତ କରାଯାଇଛି।

ଓଡିଶାରେ ପହଁଚିବା ପରେ ଯାତ୍ରୀମାନଙ୍କୁ କିପରି ପଠାଯିବ

ଏହି ସ୍ବତନ୍ତ୍ର ଟ୍ରେନଟି ରବିବାର ଦିନ ଓଡିଶାରେ ପହଁଚିବା ପରେ ଦୁଇଟି ଷ୍ଟେସନରେ ରହିବାର ବ୍ୟବସ୍ଥା କରାଯାଇଛି। ସେହି ଦୁଇଟି ଷ୍ଟେସନ ହେଲା ବ୍ରହ୍ମପୁର ନିକଟସ୍ଥ ଜଗନ୍ନାଥପୁର ଷ୍ଟେସନ ଏବଂ ଖୋର୍ଦ୍ଧାରୋଡ୍। ଏହି ଦୁଇଟି ଷ୍ଟେସନରେ ରାଜ୍ୟ ସରକାରଙ୍କ ତରଫରୁ ସ୍ବାଗତ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ସେଥିପାଇଁ ଗୃହ ବିଭାଗ ସଚିବ ସଂଜୀବ ଚୋପ୍ରାଙ୍କୁ ଏହାର ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ନେତୃତ୍ୟରେ 12 ଟି ଟିମ ଗଠନ କରାଯାଇଛି। ଏଥିରେ ପୋଲିସ, ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ କର୍ମି ପ୍ରମୁଖ ସଦସ୍ୟ ଅଛନ୍ତି। ଏମାନେ ଷ୍ଟେସନରେ ଉପସ୍ଥିତ ରହି ଯାତ୍ରୀମାନଙ୍କୁ ସ୍ବାଗତ କରିବା ସହିତ ଗନ୍ତବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥା କରିବେ।

ପ୍ରଥମ ଷ୍ଟେସନ ଭାବ ଜଗନ୍ନାଥପୁରରେ କେତେ ଯାତ୍ରୀ ଓହ୍ଲାଇବେ ତାହାର ବିବରଣୀ ପ୍ରଶାସନ ପାଖରେ ରହିଛି। ଏହି ଲୋକମାନେ କେଉଁ କେଉଁ ସ୍ଥାନକୁ ଯିବେ ତାହାର ବିବରଣୀ ମଧ୍ୟ ରଖାଯାଇଛି। ସେହି ଅନୁସାରେ ସେମାନଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଁଚାଇବା ପାଇଁ ପ୍ରଶାସନ ତରଫରୁ ଗାଡିର ବନ୍ଦୋବସ୍ତ ମଧ୍ୟ କରାଯାଇଛି।

ସେମାନେ ଓହ୍ଲାଇବା ପରେ ସମସ୍ତଙ୍କୁ ନିଜ ନିଜ ଅଞ୍ଚଳ ବା ପଞ୍ଚାୟତରେ କରାଯାଇଥିବା କ୍ବାରଣ୍ଟାଇନ କେନ୍ଦ୍ରରେ ରଖାଯିବାର ବନ୍ଦୋବସ୍ତ କରାଯାଇଛି। ସେଠାରେ ସେମାନଙ୍କୁ 14 ଦିନ ପର୍ଯ୍ୟନ୍ତ ରହିବାକୁ ବାଧ୍ୟ କରାଯାଇଛି। ସେଥିପାଇଁ ସମସ୍ତ ରହଣି ବ୍ୟବସ୍ଥା ରାଜ୍ୟ ସରକାରଙ୍କ ତରଫରୁ କରାଯାଇଛି।

ଏହି ସ୍ବତନ୍ତ୍ର ଟ୍ରେନ ଆସିବା ସମୟରେ ଷ୍ଟେସନ ଭିତରକୁ ବାହାର ଲୋକଙ୍କୁ ଛଡା ଯିବ ନାହିଁ। ସେଥିପାଇଁ ପୋଲିସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। କେବଳ ସେହି କାମ ପାଇଁ ନିଯୁକ୍ତ ହୋଇଥିବା ସରକାରୀ କର୍ମଚାରୀମାନଙ୍କୁ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇଛି।

କେରଳ ପରେ ଏହି ଅପରେସନ ଶୁଭଯାତ୍ରାରେ ଶନିବାର ଦିନ ସୁରଟରୁ ଆଉ ଏକ ଟ୍ରେନ ଓଡିଶା ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନଟି ବ୍ରହ୍ମପୁରର ଜଗନ୍ନାଥପୁର ଷ୍ଟେସନରେ ରହିବାର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ କେରଳରୁ ଯେଉଁ 11ଶହ 50 ଜଣ ଆସୁଛନ୍ତି ସେମାନେ ସମସ୍ତେ ରାଜ୍ୟ ସରକାରଙ୍କ ତରଫରୁ ଜାରୀ କରାଯାଇଥି ପୋର୍ଟାଲରେ ମଧ୍ୟ ପଂଜିକୃତ କରିଛନ୍ତି।

ରାଜ୍ୟ ସରକାରଙ୍କ ଏହି ଅପରେସନ ଶୁଭଯାତ୍ରା ଏକ ଜାତୀୟ ମଡେଲ ଭାବେ ବିବେଚନା କରାଯାଇଛି। ଅନ୍ୟ ରାଜ୍ୟ ସରକାର ଏହାକୁ ଅନୁସରଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏହାର ଏକ ନକଲ ମଧ୍ୟ ପ୍ରଦାନ କରିଛନ୍ତି।

ଏତେ ସଂଖ୍ୟକ ଲୋକଙ୍କୁ କିପିର ନିୟନ୍ତ୍ରଣ କରାଯିବ ସେ ନେଇ ସମସ୍ତେ ଚିନ୍ତାରେ ଥିଲେ। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଅପରେସନ ଶୁଭଯାତ୍ରା କାର୍ଯ୍ୟକ୍ରମ ସେହି ଦ୍ବନ୍ଦକୁ ଦୂରେଇ ଦେଇଛି। ଏହାଦ୍ବାରା ଓଡିଆ ଫେରନ୍ତାଙ୍କ ପରିବାର ନବୀନ ସରକାରଙ୍କ ଏପରି ପଦକ୍ଷେପ ଦ୍ବାରା ଆସ୍ବସ୍ଥି ପ୍ରକାଶ ମଧ୍ୟ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ବାହାରେ ଥିବା ପ୍ରାୟ ପାଞ୍ଚ ଲକ୍ଷ ଓଡିଆମାନେ ପଂଜିକରଣ କରି ସାରିଲେଣି, ଆଉ କଣ ରହିଛି କରୋନାର ତାଜା ସୂଚନା

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ତାହା ହେଲା

1- ଆଜି ଏକ ଭିଡ଼ିଓ କନ୍‌ଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରି ଛାତ୍ର, ଶ୍ରମଜୀବୀ, ତୀର୍ଥଯାତ୍ରୀ, ରୋଗୀ ଓ ବୃତ୍ତିଜୀବୀମାନଙ୍କ ସମେତ ଅଟକି ରହିଥିବା ସମସ୍ତ ଲୋକଙ୍କର ସହଜ ଯାତାୟତ ପାଇଁ ଏକ ଜାତୀୟ ସ୍ତରୀୟ ନୀତି ନିର୍ଦ୍ଧାରଣ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମଜୀବୀମାନଙ୍କର ଉପଯୁକ୍ତ ଯନି ନେବା ପାଇଁ ସଂପୃକ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେବା ନିମନ୍ତେ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି । ଅନୁରୂପ ଭାବରେ କୋଭିଡ୍‌-୧୯ ପରୀକ୍ଷଣ ସୁବିଧା ବୃଦ୍ଧି କରିବା ଉପରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

2- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ‘ଆମକୁ ପରାହତ କରିବା ନିମନ୍ତେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସିଛି । କିନ୍ତୁ ଓଡ଼ିଆ ଜାତି କେବେ ବି ଭାଙ୍ଗି ପଡ଼ିନି କି ଆମେ କେବେ ବି ପରାଜିତ ହେବା ନାହିଁ । ଆମ ଧୈର୍ଯ୍ୟ, ଆମ ତ୍ୟାଗ ବଳରେ ଆସିବ ଏକ ନୂଆ ସକାଳ ଏବଂ ଓଡ଼ିଶା ପୁଣି ଥରେ ହସି ଉଠିବ।’

3-କାର୍ଯ୍ୟରତ ସାମ୍ବାଦିକମାନେ ଯଦି କରୋନାରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କରନ୍ତି ତେବେ ସେ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । କରୋନା ଯୋଗୁଁ ସାରା ବିଶ୍ୱରେ ଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି । କରୋନା ଭୂତାଣୁ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସାମ୍ବାଦିକମାନେ ନିଷ୍ଠାର ସହିତ ସେମାନଙ୍କ ଦାୟିତ୍ୱ ନିର୍ବାହ କରିଚାଲିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

4- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଲକ୍‌ ଡାଉନ୍‌ ନିୟମ ମାନି ବ୍ୟାପକ ସାମାଜିକ ସଚେତନତା ଓ ସ୍ୱଚ୍ଛତା ଅଭ୍ୟାସ ଦ୍ୱାରା ଆଗକୁ ବଢ଼ିଲେ ହିଁ କରୋନା ସଂକ୍ରମଣକୁ ପ୍ରତିରୋଧ କରାଯାଇ ପାରିବ । ଜଣେ ଦାୟିତ୍ୱବାନ ସ୍ବେଚ୍ଛାସେବୀ ଭାବେ ଓଡ଼ିଶା ସରକାରଙ୍କ ପ୍ରୟାସରେ ସାମିଲ ହୋଇ କୋଭିଡ୍‌ ସଂଗ୍ରାମୀ ଭାବେ ନିଜ ବହୁମୂଲ୍ୟ ଯୋଗଦାନ ଦେବା ନିମନ୍ତେ ପଞ୍ଜୀକୃତ ହେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି ।

5-କୋଭିଡ୍‌-୧୯ ଚିକିତ୍ସା ସେବାକୁ ରାଜ୍ୟର ସବୁ ଜିଲ୍ଲାକୁ ସଂପ୍ରସାରିତ କରିବା ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ ସଂଖ୍ୟା ୩୪ ହେବା ସହ ସମୁଦାୟ ଶଯ୍ୟା ସଂଖ୍ୟା ୫୬୭୬କୁ ବୃଦ୍ଧିପାଇଛି ।

6-ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରବାସୀ ଓଡ଼ିଆମାନଙ୍କୁ କ୍ୱରାଣ୍ଟାଇନ୍‌ରେ ରଖିବା ନିମନ୍ତେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏ ପର୍ଯ୍ୟନ୍ତ ୨ ଲକ୍ଷ ୨୭ ହଜାର ଶଯ୍ୟା ସମ୍ବଳିତ ୭୧୦୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରାଯାଇଛି।

7-ଓଡ଼ିଶା ସରକାର ପ୍ରବାସୀ ଓଡ଼ିଆମାନଙ୍କ ପଂଜୀକରଣ ନିମନ୍ତେ ପୋର୍ଟାଲ ଆରମ୍ଭ କରିଛନ୍ତି। ତାହା ହେଲା https://covid19.odisha.gov.in । ଏଥି ପାଇଁ ୬୭୯୮ ଜଣ ଗ୍ରାମପଞ୍ଚାୟତ ନୋଡାଲ ଅଧିକାରୀ ଏବଂ ସମସ୍ତ ବିଡ଼ିଓଙ୍କୁ ପଂଜୀକରଣ ପ୍ରକି୍ରୟା ବାବଦରେ ତାଲିମ ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୮୬ ହଜାର ଲୋକ ଏହି ପୋର୍ଟାଲ୍‌ରେ ପଂଜୀକରଣ କରିସାରିଛନ୍ତି ।

8-ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନିୟୋଜିତ କରି ଓର୍‌ମାସ୍‌ ଜରିଆରେ ମାସ୍କ ପ୍ରସ୍ତୁତି ଓ ବିତରଣ କରାଯାଉଛି । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ(ଏସ୍‌ଆଇଆର୍‌ଡି), ଭୁବନେଶ୍ୱରଠାରେ ଗୋଟିଏ ବିକ୍ରୟ କେନ୍ଦ୍ର ଖୋଲାଯାଇଛି । ଗୋଟିଏ ଭ୍ରାମ୍ୟମାଣ ଯାନ ସହିତ ୨୦ଟି ମେଡିକାଲ୍‌ ଷ୍ଟୋରରେ ଏହିସବୁ ମାସ୍କ ବିକ୍ରୟ ପାଇଁ ଉପଲବ୍ଧ ହେଉଛି । ଗତ ୧୯ ଅପ୍ରେଲ୍‌ଠାରୁ ଏ ପର୍ଯ୍ୟନ୍ତ ୧୨,୧୦୦ଟି ମାସ୍କ ବିକ୍ରି ହୋଇସାରିଛି । ସୂଚନାଯୋଗ୍ୟ ଯେ ଏ ପର୍ଯ୍ୟନ୍ତ ୨୦୮ଟି ସ୍ୱୟଂ ସହାୟକ ଗୋଷ୍ଠୀ/ ଉତ୍ପାଦକ ଗୋଷ୍ଠୀ ଏ ପର୍ଯ୍ୟନ୍ତ ୧୯ ଲକ୍ଷ ୫୨ ହଜାର ମାସ୍କ ପ୍ରସ୍ତୁତ କରି ଲୋକଙ୍କୁ ଯୋଗାଇ ଦେଇଛନ୍ତି ।

9-ବର୍ତ୍ତମାନ କଠିନ ପରିସ୍ଥିତିରେ ଲୋକମାନଙ୍କୁ କର୍ମନିୟୋଜନ ଯୋଗାଇ ଦେଇ ସେମାନଙ୍କ ଜୀବିକାକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମନରେଗା ଯୋଜନାକୁ ତ୍ୱରାନ୍ୱିତ କରାଯାଇଛି । ଆଜି ସୁଦ୍ଧା ଦୈନିକ ୪ ଲକ୍ଷ ଶ୍ରମଦିବସ ସୃଷ୍ଟି କରାଯାଇଛି ।

10-ଆଜି ରାଜ୍ୟର ୫୫୩୬ ଗ୍ରାମ ପଞ୍ଚାୟତରେ ୩,୫୩,୩୦୬ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ ଟି ପୌରାଞ୍ଚଳରେ ୪୨,୧୮୬ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।

11-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୨୬ରୁ ଅପ୍ରେଲ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୫୫ଟି ମାମଲା ଦାୟର କରାଯାଇଛି । ସେଥିରୁ ୫୧ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୪ଟି ଅନ୍ୟାନ୍ୟ କାରଣ ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୫୫ ଜଣଙ୍କୁ ଗିରଫ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଏ ପର୍ଯ୍ୟନ୍ତ ରାଜ୍ୟରେ 2441ଟି ନମୂନାର ପରୀକ୍ଷା ହୋଇଛି, ଜାଣନ୍ତୁ ରାଜ୍ୟର କୋଭିଡ19ର ତାଜା ସୂଚନା

ଭୁବନେଶ୍ବର, ଆଜି ପର୍ଯ୍ୟନ୍ତ ରାଜ୍ୟରେ ସର୍ବମୋଟ 2 ହଜାର 4 ଶହ 41ଟି  ନମୂନାର କୋଭିଡ19 ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ 42ଟି  ପଜେଟିଭ ରିପୋର୍ଟ ଆସିଛି। ଗତକାଲି ରାତି 11 ଟା ସୁଦ୍ଧା ପରୀକ୍ଷା କରାଯାଇଥିଲା 251ଟି ନମୂନା। ସେଥିମଧ୍ୟରୁ ଆରଏମଆରସିରେ 150ଟି, ଏମସରେ 41ଟି ଏବଂ ଏସିବିରେ 60ଟି ନମୂନା ପରୀକ୍ଷା କରାଯାଇଥିଲା। ରାଜ୍ୟ ସ୍ବସ୍ଥ୍ୟ ବିଭାଗ ହିସାବ ଅନୁସାରେ 7 ତାରିଖ ରାତି 11 ଟା ସୁଦ୍ଧା ଓଡିଶାର କୋଭିଡ19 ର ଅପଡେଟ ହେଲା

ମୋଟା କୋଭିଡ19 ନମୂନା ପରୀକ୍ଷା- 2441

ଗତକାଲି ରାତି 11 ସୁଦ୍ଧା ପରୀକ୍ଷା- 251

ସେଥିରେ ଆରଏମଆରସିରେ-150ଟି

ଏମସରେ- 41ଟି

ଏସସିବିରେ-60ଟି

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା-42

ଭଲ ହୋଇଛନ୍ତି-2 ଜଣ

ମୃତ୍ୟୁବରଣ-01

ବର୍ତ୍ତମାନ ଚିକିତ୍ସିତ ହେଉଥିବା ଆକ୍ରାନ୍ତ ସଂଖ୍ୟା-39

Categories
ଆଜିର ଖବର ରାଜ୍ୟ ଖବର

14410 କୁ କଲ କରନ୍ତୁ, ମାଗଣାରେ ଘରେ ବସି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ରାଜ୍ୟବାସୀଙ୍କୁ ନବୀନଙ୍କ ଅପିଲ

ଭୁବନେଶ୍ବର, ଆପଣଙ୍କୁ ଯଦି ଥଣ୍ଡାକାସ କିମ୍ବା ସେହିପରି କିଛି ହେଉଛି ତେବେ ଭୟକରନ୍ତୁ ନାହିଁ। ଆପଣ ଘରେ ବସି ମାଗଣା ଫୋନ କରି ମାଗଣା ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ଆଜି ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟବାସୀଙ୍କ ପାଇଁ ଟେଲିମେଡିସନ ହେଲପ ଲାଇନ ଜାରୀ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଅନେକଙ୍କୁ ସାମାନ୍ୟ ଥଣ୍ଡା କାସ ହେଲେ ଭୟଭିତ ହୋଇପଡୁଛନ୍ତି। ଏପରିକି ଡାକ୍ତରଖାନା ଯିବା ପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ଏପରି ଅସୁବିଧାକୁ ଦୃଷ୍ଟିରେ ରକି ରାଜ୍ୟ ସରକାର ଏହି ଫୋନ ନମ୍ବର ଜାରୀ କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଏହି ସୁବିଧାକୁ ଉପଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି। ଏପରିକି ସେ ରାଜ୍ୟର ଡାକ୍ତରଙ୍କୁ ମଧ୍ୟ ଏ କ୍ଷେତ୍ରରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି। ଯେଉଁମାନେ ଏଥିରେ ସହଯୋଗ କରିବା ପାଇଁ ଆଗ୍ରହୀ ଅଛନ୍ତି ସେମାନେ bit.ly/IndiaTeleMed ରେ ରେଜିଷ୍ଟ୍ରେସନ କରିପାରିବେ ବୋଲି କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଓଡିଶାରେ ହୋଇ ନାହିଁ ଗୋଷ୍ଠୀ ସଂକ୍ରାମଣ, ସୂର୍ଯ୍ୟନଗର, ବମିଖାଲ ଆକ୍ରାନ୍ତ ବାହାର ରାଜ୍ୟରୁ ହୋଇଛନ୍ତି ସଂକ୍ରାମିତ

ଭୁବନେଶ୍ବର, ଯାହାକୁ ନେଇ ସରକାର ଚିନ୍ତାରେ ଥିଲେ ତାହା ବର୍ତ୍ତମାନ ଦୂର ହୋଇଛି। ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରାମଣ ହୋଇ ନାହିଁ ବୋଲି ଜଣାପଡିଛି। ଆଜି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଛି। ସେ କହିଛନ୍ତି ଯେ, ସୂର୍ଯ୍ୟନଗରର ଆକ୍ରାନ୍ତ କୋଲକାତାରେ ତାଙ୍କର ଜଣେ ସଂପର୍କୀୟଙ୍କ ସଂପର୍କରେ ଆସିଥିଲେ। ସେ ବର୍ତ୍ତମାନ କୋଲକାତାରେ କୋଭିଡ19 ପଜେଟିଭ ବୋଲି ଜଣାପଡିଛି। ତେଣୁ ସେ ତାଙ୍କ ଦ୍ବାରା ସଂକ୍ରମିତ ହୋଇଥିବାର ପ୍ରମାଣିତ ହୋଇଛି। ତେଣୁ ସେ ଗୋଷ୍ଠୀ ସଂକ୍ରାମଣର ଆକ୍ରାନ୍ତ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଛି।

ସେହିପରି ବମିଖାଲର ଯେଉଁ ତିନିଭାଇ କୋଭିଡ19 ଆକ୍ରାନ୍ତ ହୋଇଛନ୍ତି ସେମାନେ ମଧ୍ୟ ଭୋପାଳରୁ ଏହି ସଂକ୍ରାମଣର ଶିକାର ହୋଇଛନ୍ତି ବୋଲି ଜଣାପଡିଛି। ଭୋପାଳରେ ରହୁଥିବା ତାଙ୍କ ବାପାଙ୍କୁ ଏହି ଭାଇଙ୍କ ମଧ୍ୟରୁ ଜଣେ ଦେଖା କରିବାକୁ ଯାଇଥିଲେ। ପରବର୍ତ୍ତି ସମୟରେ ତାଙ୍କ ବାପାଙ୍କୁ କୋଭିଡ19 ଆକ୍ରାନ୍ତ ହୋଇଥିବାର ବୋଲି ଜଣାପଡିଲା। ସେହିଠାରୁ ବମିଖାଲର ତିନି ଭାଇ ସଂକ୍ରାମିତ ହୋଇଛନ୍ତି ବୋଲି ବର୍ତ୍ତମାନ ସ୍ପଷ୍ଟ ହୋଇଛି। ଫଳରେ ଏହି ଘଟଣାଟି ମଧ୍ୟ ଗୋଷ୍ଠୀ ସଂକ୍ରାମଣ ନୁହଁ ବୋଲି ପ୍ରମାଣିତ।

ପୁରୀ ଆକ୍ରାନ୍ତ ଭୁବନେଶ୍ବରର ବିଜେବି ନଗର ପୋଷ୍ଟମ୍ୟାନ

ସେହିପରି ପୁରୀ ଆକ୍ରାନ୍ତ ମଧ୍ୟ ଦିଲ୍ଲୀ ଭ୍ରମଣରେ ଯାଇଥିଲେ। ସେଠାରୁ ସେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି। ସେ ବର୍ତ୍ତମାନ ଭୁବନେଶ୍ବରର ବିଜେବି ନଗରର ପୋଷ୍ଟ ଅଫିସରେ ପୋଷ୍ଟମ୍ୟାନ ଭାବେ କାମ କରୁଛନ୍ତି। ସେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଗୌତମ ନଗରରେ ଚିଠି ବାଣ୍ଟିଥିବାର ଜଣାପଡିଛି। ସେଥିପାଇଁ ଏହି ପୋଷ୍ଟମ୍ୟାନ ଯେଉଁମାନଙ୍କ ଘରକୁ ଯାଇ ଚିଠି ବାଣ୍ଟିଛନ୍ତି ସେମାନେ 104 ନମ୍ବରକୁ ଫୋନ କରିନ୍ତୁ ବୋଲି କମିଶନର ଅନୁରୋଧ କରିଛନ୍ତି।

ରାଜ୍ୟ ସରକାରଙ୍କୁ ସୂର୍ଯ୍ୟନଗର ଓ ବମିଖାଲ ଆକ୍ରାନ୍ତଙ୍କୁ ନେଇ ନିଦ ହଜିଯାଇଥିଲା। କାରଣ ସେମାନେ ବାହାରକୁ କେବେ ଯାଇ ନ ଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ଏହା ଗୋଷ୍ଠୀ ସଂକ୍ରାମଣ ହୋଇଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଥିଲା। ମୁଖ୍ୟତଃ ସୂର୍ଯ୍ୟନଗର ଘଟଣା ସବୁଠାରୁ ଗୁରୁତ୍ବ ଥିଲା। ସେହି ବ୍ୟକ୍ତି ବାହାରକୁ କୁଆଡେ ଯାଇ ନ ଥିବାରୁ ତାଙ୍କୁ କିପରି ହେଲା ସେ ନେଇ ରାଜ୍ୟ ସରକାରଙ୍କ ଟିମ ଦିନରାତି କାମ କରୁଥିଲେ। ଶେଷରେ କୋଲକାତାର ସଂପର୍କୀୟଙ୍କ ଦ୍ବାରା ଏହା ସଂକ୍ରାମଣ ହୋଇଥିବାର ଜଣାପଡିବା ପରେ ଏବେ ଅସ୍ବସ୍ଥୀ ମିଳିଛି।