Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଲାଗୁ ହେଲା ଲକଡାଉନ: ମେ’ ୫ ତାରିଖରୁ ଲାଗିବ କଟକଣା

ଭୁବନେଶ୍ବର: ଆଜି ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। କରୋନା ସଂକ୍ରମଣକୁ ଦେଖି ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ’ ୫ ତାରିଖ ବୁଧବାର ସକାଳୁ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି।

ତେବେ ଏହି ସମୟରେ ଜରୁରୀ ସେବା ପାଇଁ କୌଣସି କଟକଣା ନଥିବା ବେଳେ ଲୋକଙ୍କୁ ଚାଲି ଚାଲି ଯାଇ ୫୦୦ ମିଟର ଭିତରୁ ପରିବା କିଣିବା ପାଇଁ ଅନୁମତି ମିଳିଛି। କିନ୍ତୁ ଲୋକଙ୍କୁ ସକାଳ ୬ ଟାରୁ ୧୨ ଟା ପର୍ଯ୍ୟନ୍ତ ପରିବା କିଣିବା ପାଇଁ ଅନୁମତି ମିଳିଛି। କିନ୍ତୁ ଶନିବାର ଏବଂ ରବିବାର ଦିନ ପୂର୍ବପରି ସଟଡାଉନ ବଳବତ୍ତର ରହିବ।

ଲକଡାଉନ ସମୟରେ ବସ ଚଳାଚଳକୁ ବାରଣ କରାଯାଇଛି। କେବଳ ମେଡ଼ିକାଲ ପାଇଁ ଯାତାୟାତ କରିହେବ। ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର, ମେଳା, ବ୍ୟବସାୟ ଭିତ୍ତିକ ମିଟିଂ, ଅଟୋ, ଟ୍ୟାକ୍ସି ଚଳାଚଳ, ସିନେମା ହଲ, ମାଳ, ମାରକେଟ କମ୍ପ୍ଲେକ୍ସ, ଜିମ୍, ଯାତ୍ରା, ଖୋଲା ମଞ୍ଚ, ସେଲୁନ, ପାର୍ଲର, ଧାର୍ମିକ କାର୍ଯ୍ଯକ୍ରମ, କ୍ରୀଡା, ରାଜନୈତିକ ସମାବେଶ ଆଦି କୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି।

ହେଲେ ବିବାହ ଉତ୍ସବ ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ଆବଶ୍ୟକ। ବିବାହରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ଥିବା ବେଳେ ଶୁଦ୍ଧିକାର୍ଯ୍ୟ ପାଇଁ ୨୦ ଜଣଙ୍କୁ ଅନୁମତି ରହିଛି।

କଣ ରହିବ ଖୋଲା:

ପରିବା, ଗ୍ରସେରୀ, କ୍ଷୀର ଦୋକାନ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ ଟା ରୁ ୧୨ ଟା ପର୍ଯ୍ୟନ୍ତ ଖୋଲା ରହିବ। ପେଟ୍ରୋଲ ପମ୍ପ ଏବଂ ରନ୍ଧନ ଗ୍ୟାସ ଯୋଗାଣ ଚାଲୁ ରହିବ। ଗାଡି ମରାମତି ଦୋକାନ ଖୋଲା ରହିବ। ନିର୍ବାଚନ ସମ୍ପର୍କିତ ଲୋକଙ୍କୁ ଅନୁମତି ମିଳିବ। ଆର୍ଥିକ ବ୍ୟବସ୍ଥା, ଏଟିଏମ ଖୋଲା ରହିବ। ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦି ଡେଲିଭରି ବୟଙ୍କୁ ଯାତାୟାତ ପାଇଁ ଅନୁମତି ମିଳିବ। ଗଣମାଧ୍ୟମର କର୍ମଚାରୀଙ୍କୁ ଅନୁମତି ମିଳିବ।

Categories
ଆଜିର ଖବର ଜାତୀୟ ଖବର

ଜନତା କର୍ଫ୍ୟୁ, ଲକଡାଉନକୁ ନେଇ ଓଡିଶାରେ ମିଳିଲା ଜନ ସମର୍ଥନ, ରାସ୍ତାଘାଟ ଜନଶୂନ୍ୟ, ଦୋକାନବଜାର ବନ୍ଦ

ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନତା କର୍ଫ୍ୟୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକଡାଉନ ଡାକରାର ପ୍ରଭାବ ଓଡିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଲୋକମାନେ ସ୍ବତଃପ୍ରୁତ ଭାବେ ଏହି ଜନ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜନଗହଳି ପୂର୍ଣ୍ଣ ଭୁବନେଶ୍ବରରେ ଆଜି ସକାଳୁ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ରାସ୍ତାଘଟ ପୁରା ଜନଶୂନ୍ୟ ହୋଇପଡିଛି। ଟ୍ରାଫିକ ଛକରେ ପୋଲିସ ପଇଁତରା ମାରୁଥିଲେ ମଧ୍ୟ ଗାଡିମୋଟରର ଦେଖାନାହିଁ।

ସେହିପରି କଟକ, ସମ୍ବଲପୁର, ଝାରସୁଗୁଡାରେ ମଧ୍ୟ ଲୋକମାନେ ସ୍ବତଃପ୍ରୁତ ଭାବେ ଏହି ଜନ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦୋକାନ ବଜାର ବନ୍ଦ ରହିଛି। ହେଲେ ନିୟମ ଅନୁସାରେ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିଛି। ଯେଉଁମାନଙ୍କର କିଛି ଜରୁରୀ ରହିଛି ସେମାନେ କେବଳ ବାହାରକୁ ବାହାରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଜନତା କର୍ଫ୍ୟୁକୁ ମିଳିଛି ଜନତା ସମର୍ଥନ।

ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ପ୍ରଭ଼ତି ଜନଗହଳି ପୂର୍ଣ୍ଣ ସ୍ଥାନରେ ମଧ୍ୟ ଲୋକଙ୍କ ଚଳାଚଳ ନାହିଁ। ଏହି ଜନତା କର୍ଫ୍ୟୁକୁ ସମର୍ଥନ କରି ରେଳ ବିଭାଗ ରେଳଚଳାଚଳରେ କଟକଣା କରିଦେଇଛି। ଫଳରେ ଷ୍ଟେସନରେ ଯାତ୍ରୀ ଭିଡ ଦେଖିବାକୁ ମିଳି ନାହିଁ। ବର୍ତ୍ତମାନ ଦିନ 10ଟା ସୁଦ୍ଧା ଲୋକଙ୍କ ଏହି ଜନତା କର୍ଫ୍ୟୁ ଏବଂ ଲକଡାଉନକୁ ଲୋକେ ସମର୍ଥନ ଦେଇ ଆସିଛନ୍ତି।