Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏବେଠାରୁ ତତେଇଲାଣି , ଆଜି ଟିଟିଲାଗଡ ଓ ତାଲଚେରର ତାପମାତ୍ରା 41 ଡିଗ୍ରୀ,10ଟି ସହର 39 ଡିଗ୍ରୀ ଉପରେ

ଭୁବନେଶ୍ବର, ଆଜି ରାଜ୍ୟର ଦୁଇଟି ସହରର ତାପମାତ୍ର 41 ଡିଗ୍ରୀରେ ପହଁଚିଛି। ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ତାଳଚେର ଓ ଟିଟିଲାଗଡରେ 41 ଡିଗ୍ରୀ ତାପମାତ୍ରା ରହିଛି। ଟିଟିଲାଗଡର ତାପମାତ୍ରା 41.00 ଡିଗ୍ରୀ ଥିବା ବେଳେ ତାଳଚେରର ତାପମାତ୍ର 41.1 ଡିଗ୍ରୀ ରହିଛି। ସେହିପରି ଆଜି ରାଜ୍ୟର ତିନୋଟି ସହରରେ 40 ଡିଗ୍ରୀ ଉପରେ ତାପମାତ୍ରା ଥିବା ବେଳେ 10ଟି ସହରର ତାପମାତ୍ରା 39 ଡିଗ୍ରୀ ଉପରେ ରହିଛି। ଯଦି ବର୍ତ୍ତମାନଠାରୁ ଏପରି ଗରମ ହେଉଛି ତେବେ ଭବିଷ୍ୟତରେ ଏହା ଆହୁରି ସ୍ଥିତି ଖରାପ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ଆଜି 40 ଡିଗ୍ରୀ ଉପରେ ଥିବା ତିନୋଟି ସହର ହେଲା ବଲାଙ୍ଗୀର, ମାଲକାନାଗିରି ଏବଂ ବଉଦ। ଏଥିସହିତ ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ରାଜ୍ୟର ଅନ୍ୟାନ୍ୟ ସହରର ତାପମାତ୍ରା ହେଲା….

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡିଶାର 3ଟି ସହରର ତାପମାତ୍ରା 40 ଡିଗ୍ରୀ ଟପିଲା, ଭୁବନେଶ୍ବରରେ 39 ଡିଗ୍ରୀ, ଜାଣନ୍ତୁ ଅନ୍ୟ ସହରର ତାପମାତ୍ରା

ଭୁବନେଶ୍ବର, ସାରା ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ଆଜି ରାଜ୍ୟର 4ଟି ସହରର ତାପମାତ୍ରା 40 ଡିଗ୍ରୀ ଟପିଥିବା ବେଳେ 5ଟି ସହରର ତାପମାତ୍ର 39 ଡିଗ୍ରୀ ରହିଛି। ଆଜି ଯେଉଁ 3ଟି ସହରରେ ସର୍ବାଧିକ 40 ଡିଗ୍ରୀ ତାପମାତ୍ରା ରହିଛି ସେଗୁଡିକ ହେଲା ବଲାଙ୍ଗୀର, ଟିଟିଲାଗଡ ଏବଂ ମାଲକାନଗିରି। ସେହିପରି 5ଟି ସହରର ତାପମାତ୍ରା 39 ଡିଗ୍ରୀ ଟପିଛି। ସେଗୁଡିକ ହେଲା ପାରଳାଖେମୁଣ୍ଡି, ବୌଦ୍ଧ, ନୟାଗଡ, ଭୁବନେଶ୍ବର ଏବଂ କଟକ। ବର୍ତ୍ତମାନଠାରୁ ଏପରି ଗରମ ହେଲାଣି ମାନେ ଆଗକୁ ଆହୁରି ତାତିବ ବୋଲି ଜଣାପଡିଛି।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନର ଯେଉଁ ତାପମାତ୍ର ଥିଲା ତାହା ହେଲା