Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ଆସିବ ବିଜେପିର ପ୍ରାର୍ଥୀ ତାଲିକା, ସୂଚନା ଦେଲେ ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର

ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ବିଜେପି ତାହାର ବିଧାନସଭାର ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରି ନାହିଁ। ସେ ନେଇ ବିଜେପି ଆଶାୟୀମାନେ ବହୁ ଚାପରେ ରହିଛନ୍ତି। ତେବେ ଏପରି ପରିସ୍ଥିତରେ ଏହି ପ୍ରାର୍ଥୀ ତାଲିକେ କେବେ ଆସିବ ସେ ନେଇ ସୂଚନା ଦେଇଛନ୍ତି ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର।

ସେ କହିଛନ୍ତି ଯେ, ଆଜି ବିଜେପିର ପ୍ରାର୍ଥି ତାଲିକା ଘୋଷଣା ହେବ। ତେବେ ଏହା ସଂପୂର୍ଣ୍ଣ ତାଲିକା ନୁହେଁ। ଏଥିରେ 20 ରୁ 25 ଟି ଆସନର ପ୍ରାର୍ଥୀ ଘୋଷଣା କରାଯିବ। ଏହାପରେ 20 ତାରିଖରେ ପରବର୍ତ୍ତି ତାଲିକା ଆସିବ ବୋଲି ତୋମାର କହିଛନ୍ତି।

ବର୍ତ୍ତମାନ ବିଜେପି ମୋଟ 147 ଟି ବିଧାନସଭା ଆସନ ମଧ୍ୟରୁ 112 ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଫଳରେ ଆଉ 35 ଟି ଆସନର ପ୍ରାର୍ଥୀ ତାଲିକା ବାକି ରହିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକାରୁ ଟିକେଟ ପାଇବେ କି ପ୍ରସନ୍ନ ପାଟ୍ଟଶାଣୀ, ଆଜି ପୁଣି ନବୀନ ନିବାସରେ ଆଲୋଚନା

ଭୁବନେଶ୍ବର: ଆଜି ପୁଣି ଥରେ ନବୀନ ନିବାସରେ ପହଁଚିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ସେ ନବୀନ ନିବାସରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ଆଲୋଚନା କରିଛନ୍ତି। ତାଙ୍କୁ ଚିଲିକାରୁ ଟିକେଟ  ମିଳିବ ବୋଲି ଚର୍ଚ୍ଚା ଚାଲିଛି।

ତେବେ ବାହାରକୁ ଆସିବା ପରେ ସେ କହିଛନ୍ତି ଯେ, ନବୀନ ନିବାସରେ ଆଲୋଚନା କରିଛି। ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇ ନାହିଁ। ଚିଲିକା ହେଉଛି ମୋର ଗାଁ, ସେଠାରୁ ଟିକେଟ ଦେଲେ ମୁଁ ନିଶ୍ଚିତ ଲଢେଇ କରିବି ବୋଲି ପ୍ରସନ୍ନ ପାଟ୍ଟଶାଣୀ ଗଣମାଧ୍ୟମକୁ କହିଛନ୍ତି। ତେବେ ଏହା ପୂର୍ବରୁ ସେ ଆଉଥରେ ନବୀନ ନିବାସ ଆସି ଦଳୀୟ ନେତାଙ୍କୁ ସାକ୍ଷାତ କରିଥିଲେ।