Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜିଠାରୁ ଆରମ୍ଭ ହେଲା ଓଜେଇଇ, ଚଳିତ ବର୍ଷ ସର୍ବାଧିକ ୭୯,୭୮୮ ଜଣ ଦେବେ ପରୀକ୍ଷା

ଭୁବନେଶ୍ବର, ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଆରମ୍ଭ ହେବ। ଏହା ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ୧୧ଟାରେ ସରିବ। ଦ୍ୱିତୀୟ ସିଟିଂ ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ଣ ୨.୩୦ମିନିଟ୍‍ ଏବଂ ତୃତୀୟ ସିଟିଂ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ। ଅନ୍‍ଲାଇନ୍‍ରେ ପରୀକ୍ଷା ହେବ।

;ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ପରୀକ୍ଷା ଓଡିଶା ବାହାରେ କରାଯାଇଛି। ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାରର ତିନିଟି ସହରରେ ୫ କେନ୍ଦ୍ର କରିଛି। ସେହିପରି ଓଡ଼ିଶାର ୨୧ଟି ସହରରେ ୫୪ ପରୀକ୍ଷାକେନ୍ଦ୍ର କାରଯାଇଛି। ଚଳିତ ବର୍ଷ ସର୍ବାଧିକ ୭୯,୭୮୮ ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଜେଇଇ ପରୀକ୍ଷା ତାରିଖ ଘୋଷଣା, ଜାଣନ୍ତୁ କେବେଠୁ ଆରମ୍ଭ ହେବ ପରୀକ୍ଷା

ଭୁବନେଶ୍ୱର : ଆସନ୍ତା ମାସରେ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା । ସେପ୍ଟେମ୍ବର 9ରୁ 15 ତାରିଖ ଯାଏ ଅନୁଷ୍ଠିତ ହେବ ଏହି ପରୀକ୍ଷା । ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଜେଇଇ କମ୍ପ୍ୟଟୁ୍ର ମାଧ୍ୟମରେ ଅନୁଷ୍ଠିତ ହେବ । ଏନେଇ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ପକ୍ଷରୁ 16ଟି ଜିଲ୍ଲାର ସରକାରୀ ପଲିଟେକନିକ ଓ ଆଇଟିଆଇ କେଲଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । ଓଜେଇଇ ଓ ଟିସିଏସ ଅଧିକାରୀ ବିଭିନ୍ନ କଲେଜ ବୁଲି କରୀକ୍ଷା କେନ୍ଦ୍ର ଚୟନ କରିବେ । କରୋନାକୁ ଦୃଷ୍ଟିରେ ରଖି ଓଜେଇଇ ଏବର୍ଷ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଅନିର୍ଦ୍ଧିଷ୍ଠ ସମୟ ପାଇଁ ଘୁଞ୍ଚିଲା ଓଜେଇଇ 2020 ପରୀକ୍ଷା, ଛାତ୍ରଛାତ୍ରୀମାନେ ବ୍ୟସ୍ତ ନ ହେବାକୁ କର୍ତ୍ତୁପକ୍ଷଙ୍କ ଅନୁରୋଧ

ଭୁବନେଶ୍ବର, ଲକଡାଇନ ସମୟ ବୃଦ୍ଧି ଯୋଗୁଁ ଓଡିଶା ଜଏଣ୍ଟ ଏଣ୍ଟ୍ରାସ ପରୀକ୍ଷା 2020 ପରୀକ୍ଷା ଅନିର୍ଦ୍ଧିଷ୍ଠ ସମୟ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏନେଇ ଓଜେଇଇ ତରଫରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି। ବିଜ୍ଞପ୍ତି ଅନୁସାରେ ଓଜେଇଇ-2020 ପରୀକ୍ଷା ଆସନ୍ତା ମେ ମାସ ପ୍ରଥମ ସପ୍ତାହରେ ହେବ ବୋଲି କୁହାଯାଇଥିଲା। ସେଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ଏ ସଂପର୍କରେ ଅବଗତି ମଧ୍ୟ କରାଯାଇଥିଲା। ହେଲେ ପୁଣି ଥରେ ଲକଡାଇନ ସମୟ ବୃଦ୍ଧି ଯୋଗୁଁ ଏହି ପରୀକ୍ଷା ପରବର୍ତ୍ତି ନୋଟିସ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ବୋଲି କୁହାଯାଇଛି।

ଏଥିରେ ପୁଣି କୁହାଯାଇଛି ଯେ, ପରବର୍ତ୍ତି ପରୀକ୍ଷା ସମୟ ଓଜେଇଇ ୱେବସାଇଟରେ ପ୍ରକାଶିତ ହେବ। ସେଥିରେ ଅନଲାଇନ ଫର୍ମ ପୂରଣ, ଆଡମିଟ୍ କାର୍ଡ ଡାଉନଲୋଡ ପ୍ରଭୃତି ପୁଣିଥରେ ୱେବସାଇଟରେ ଉପଲବ୍ଧ ହେବ। ସେଥିପାଇଁ ଛାତ୍ରଛାତ୍ରୀମାନେ କୌଣସି ବ୍ୟସ୍ତ ବିବ୍ରତ ହେବାର ଆବଶ୍ୟକ ନାହିଁ ବୋଲି ଓଜେଇଇ ତରଫରୁ କୁହାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ସମସ୍ତେ ଘରେ ରହି ସରକାରଙ୍କ ବିଭିନ୍ନ ନୀତି ନିୟମ ମାନି ଚଳିବା ପାଇଁ ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।