ନୂଆଦିଲ୍ଲୀ: ଅଗଷ୍ଟ 5 ତାରିଖ ପ୍ୟାରିସ୍ ଅଲିମ୍ପିକ୍ସର ଦଶମ ଦିନ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ 9 ଦିନ ଶେଷ ହୋଇଛି ଏବଂ ଭାରତ ମାତ୍ର 3 ଟି ପଦକ ପାଇଛି। ଆଜି ପୁଣି ଥରେ ଭାରତୀୟ ଆଥଲେଟ୍ମାନେ ପଦକ ଜିତିବା ଉଦ୍ଦେଶ୍ୟରେ ପଡ଼ିଆରେ ପ୍ରବେଶ କରିବେ। ଶେଷରେ ରେସଲିଂ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେବ। ନିଶା ଦହିୟା ଜଣେ ପଦକର ଦାବିଦାରି ଏବଂ ଆଜି ସେ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିପାରନ୍ତି।
ଲକ୍ଷ୍ୟ ସେନ୍ ସେମିଫାଇନାଲ ମ୍ୟାଚ୍ ରେ ହାରିଯାଇଥିଲେ। ଏବେ ସେ ବ୍ରୋଞ୍ଜ ପଦକ ଜିତିବାର ସୁଯୋଗ ପାଇଛନ୍ତି। ଏଥିପାଇଁ ତାଙ୍କୁ ମାଲେସିଆର ଜି ଜିଆ ଲିଙ୍କୁ ପରାସ୍ତ କରିବାକୁ ପଡିବ। 400 ମିଟର ରାଉଣ୍ଡରେ ଅଂଶଗ୍ରହଣ କରୁଥିବା ଆଥଲେଟିକ୍ସରେ କିରଣ ପହଲ ଆକ୍ସନକୁ ଆସିବେ। ଜାତୀୟ ରେକର୍ଡଧାରୀ ତଥା 2022 ଏସୀୟ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଅବିନାଶ ସାବଲେ 3000 ମିଟର ଷ୍ଟିପଲ ଚେଜରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଟେବୁଲ ଟେନିସରେ ମାଣିକା ବତ୍ରା ଏବଂ ଅନ୍ୟ ମହିଳା ଖେଳାଳିଙ୍କୁ ପୁଣିଥରେ ଆକ୍ସନରେ ଦେଖିବାକୁ ମିଳିବ। ଏଥର ଏମାନେ ମହିଳା ଦଳ ଇଭେଣ୍ଟରେ ଭାଗ ନେବେ। ସୁଟିଂରେ ମିଶ୍ରିତ ସ୍କିଟ୍ ଦଳ ପାଇଁ ଏକ ଯୋଗ୍ୟତା ପର୍ଯ୍ୟାୟ ହେବ।
ଅଗଷ୍ଟ 5 ରେ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତର କାର୍ଯ୍ୟସୂଚୀ
ଶୁଟିଂ:
ମିଶ୍ରିତ ସ୍କିଟ୍ ଟିମ୍ ଯୋଗ୍ୟତା ରାଉଣ୍ଡ: ମାହେଶ୍ୱରୀ ଚୌହାନ ଏବଂ ଅନନ୍ତ ଜିତ ସିଂ- ଅପରାହ୍ନ 12:30
ଟେବୁଲ୍ ଟେନିସ୍:
ମାଣିକା ବତ୍ରା/ ଶ୍ରୀଜା ଅକୁଲା / ଅର୍ଚ୍ଚନା କାମତ ବନାମ ରୋମାନିଆ: ମହିଳା ଦଳ ଟେବୁଲ୍ ଟେନିସ୍- ଅପରାହ୍ନ 1:30
ଶେଲିଂ:
ମହିଳା ଶେଲିଂ ଡିଙ୍ଗି ରେସ 9 ଏବଂ 10- ନେତ୍ରା କୁମାନନ ଅପରାହ୍ନ 3:35
ପୁରୁଷ ଶେଲିଂ ଡିଙ୍ଗି ରେସ୍ 9 ଏବଂ 10- ବିଷ୍ଣୁ ସରବନନ୍- ସନ୍ଧ୍ୟା 6:10
ବ୍ୟାଡମିଣ୍ଟନ୍:
ଲକ୍ଷ୍ୟ ସେନ୍ ବନାମ ଜି ଜିଆ ଲି: ପୁରୁଷ ସିଙ୍ଗଲ୍ସ ବ୍ରୋଞ୍ଜ ପଦକ ମ୍ୟାଚ୍ – ସନଦ୍ୟା 6:00
କୁସ୍ତି:
ନିଶା ଦହିଆ ବନାମ ସୋଭା ରିଜକୋ ଟେଟିଆନା: ମହିଳା 68 କିଲୋଗ୍ରାମ ଫ୍ରିଷ୍ଟାଇଲ୍ ରେସଲିଂ- ସନ୍ଧ୍ୟା 6:30
ଯଦି ନିଶା ଦହିଆ କ୍ୱାର୍ଟର ଫାଇନାଲରେ ପହଞ୍ଚନ୍ତି ତେବେ ସେହି ମ୍ୟାଚ୍ ସନ୍ଧ୍ୟା 7:50 ରେ ହେବ।
ଆଥଲେଟିକ୍ସ:
କିରଣ ପହଲ: ମହିଳା 400 ମିଟର ରାଉଣ୍ଡ 1- ଅପରାହ୍ନ 3:25
ଅବିନାଶ ସାବଲେ: ପୁରୁଷ ଷ୍ଟିପଲ୍ ଚେଜ୍ 3000 ମିଟର ପ୍ରଥମ ରାଉଣ୍ଡ – ରାତି 10:34