Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଖଣି ନିଗମରେ 74ଟି ଫୋରମ୍ୟାନ ପଦବୀ ଖାଲି, ଆସନ୍ତା 15 ଓ 16 ତାରିଖରେ ଇଣ୍ଟରଭ୍ୟୁ

ଭୁବନେଶ୍ବର: ରାଜ୍ୟର ପ୍ରତିଷ୍ଠିତ ତଥା ଲାଭଜନକ ସଂସ୍ଥା ଓଡିଶା ଖଣି ନିଗମରେ ବିଭିନ୍ନ ପଦବୀ ପାଇଁ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହେବ। ଏହି ନିଗମରେ ଫୋର ମ୍ୟାନ, ସର୍ଭେୟର ଏବଂ ମାଇନିଂମେଟ ପଦବୀ ଖାଲି ରହିଛି। ଏଥିରେ ମୋଟ 74ଟି ପଦବୀ ଖାଲି ରହିଛି। ଏଥିପାଇଁ ପ୍ରାର୍ଥୀମାନେ ନିର୍ଦ୍ଧାରିତ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ରହିଛି। ସେହିପରି ବୟସ ସୀମା 18ରୁ 32 ବର୍ଷ ହୋଇଥିବା ଆବଶ୍ୟକ।

ଏହି ପଦବୀ ମଧ୍ୟରୁ ଫୋରମ୍ୟାନ ପାଇଁ 10ଟି, ସର୍ଭେୟର ପାଇଁ 14ଟି ଏବଂ ମାଇନିଂମେଟ ପାଇଁ 50ଟି ପଦବୀ ଖାଲିରହିଛି। ଏହିସବୁ ପଦବୀ ପାଇଁ ସିଧା ପରୀକ୍ଷା କରାଯିବ। ବିସ୍ତୁତ ବିବରଣୀ ପାଇଁ www.omcltd.in ରେ ଲଗଇନ କରିପାରିବେ। କିମ୍ବା ସିଧା https://omcltd.in/Recruitment କୁ ମଧ୍ୟ କ୍ଲିକ କରି ସମସ୍ତ ତଥ୍ୟ ଜାଣିପାରିବେ।

ଏହି ପରୀକ୍ଷା ପାଇଁ ନିଗମ ତରଫରୁ ତାରିଖ ଏବଂ ସ୍ଥାନ ଧାର୍ଯ୍ୟ କରାଯାଇଛି। ସେହି ଅନୁସାରେ କେଉଁଝରର ବରବିଲରେ ଥିବା କମ୍ୟୁନିଟ ସେଣ୍ଟରରେ ଏହି ସାକ୍ଷାତକାର କରାଯିବ। ଫୋରମ୍ୟାନ ପାଇଁ ଜାନୁୟାରୀ 15 ତାରିଖ ଏବଂ ସର୍ଭେୟର ଓ ମାଇନିଂମେଟ ପାଇଁ ଜାନୁୟାରୀ 16 ତାରିଖରେ ସାକ୍ଷାତକାର ହେବ।