ଭୁବନେଶ୍ବର : ଭୁବନେଶ୍ବର-ଦିଲ୍ଲୀ ଟ୍ରେନ୍ ଟିକେଟ ଘଣ୍ଟାଏରେ ଶେଷ ହୋଇଥିବାର ସୂଚନା ରହିଛି । 13 ତାରିଖରେ ଦିଲ୍ଲୀ ଯିବାକୁ ଥିବା ଟ୍ରେନ୍ ଟିକେଟ୍ ବୁକିଂ ଶେଷ ହୋଇଯାଇଛି । ଘଣ୍ଟାକ ମଧ୍ୟରେ ଟିକେଟ ସରିଯାଇଥିବା କହିଛନ୍ତି ରେଲ୍ଓ୍ବେ । ସେହିପରି 14 ତାରିଖ ପାଇଁ ମଧ୍ୟ 90 ପ୍ରତିଶତ ଟିକେଟ ବିକ୍ରି ସାରିଥିବା ସୂଚନା ରହିଛି । କେବଳ ଏସି ବଗିରେ 56ଟି ଟିକେଟ ବାକି ରହିଛି ବୋଲି ସୂଚନା ରହିଛି । 17ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ ଏସି ଟିକେଟ ଆଉ ନାହିଁ ବୋଲି ସୂଚନା ଦେଇଛି ପୂର୍ବତଟ ରେଲଓ୍ବେ ।
