Categories
ଅପରାଧ ଆଜିର ଖବର ଜାତୀୟ ଖବର

ଲାଞ୍ଚ ନେବା ଅଭିଯୋଗରେ ମନୀଷ ସିସୋଦିଆଙ୍କ ଓଏସ୍‌ଡିଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ : ଦିଲ୍ଲୀରେ ମତଦାନ ପୂର୍ବରୁ ମନୀଷ୍‌ ସିସୋଦିଆଙ୍କ ଓଏସ୍‌ଡିଙ୍କୁ ଲାଞ୍ଚ ଅଭିଯୋଗରେ ଗିରଫ କରାଯାଇଛି  ସିବିଆଇ ଲାଞ୍ଚ ନେବା ଅଭିଯୋଗରେ ଗୋପାଲକୃଷ୍ଣ ମାଧବଙ୍କୁ ଗିରଫ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଗିରଫ ହୋଇଥିବା ବ୍ୟକ୍ତିଜଣକ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଓଏସ୍‌ଡି ବୋଲି ଜଣାପଡିଛନ୍ତି । ସିବିଆଇ ଗୋପାଳଙ୍କୁ ଏକ ଟ୍ୟାକ୍ସ ମାମଲାର ସମାଧାନ ପାଇଁ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ  ଗିରଫ କରିଛନ୍ତି । ଗୁରୁବାର ରାତ୍ରିରେ ହୋଇଥିବା ଏକ ଅପରେସନ୍‌ ଜରିଆରେ ଗୋପାଳ କୃଷ୍ଣ ମାଧବଙ୍କୁ ଗିରଫ କରାଯାଇଛି । ସେହିପରି ଏହି ଘଟଣାରେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସାମିଲ୍‌ ଅଛନ୍ତି କି ନାହିଁ, ତାହା ଜଣାପଡିନାହିଁ । ତେବେ ଏହା ସମ୍ପର୍କରେ ଯାଞ୍ଚ ଜାରି ରହିଛି । ମାଧବ 2015ରେ ସିସୋଦିଆଙ୍କ ଅଫିସ୍‌ରେ କାର୍ଯ୍ୟ କରୁଥିଲେ । ଦିଲ୍ଲୀ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ରହିଥିବାବେଳେ ଏହି ସମୟରେ ଏପରି ଏକ ଖବର ଦିଲ୍ଲୀ ରାଜନୀତିରେ ଟିକେ ହଲଚଲ୍‌ ସୃଷ୍ଟି ହୋଇଛି ।