Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଘୋଷଣା ହେଲା ପଦମପୁର ଭୋଟ ଗଣତିର ଚୁଡାନ୍ତ ଫଳ, ଜାଣନ୍ତୁ କାହାକୁ ମିଳିଲା କେତେ

ଭୁବନେଶ୍ବର: ପଦମପୁର ଉପନିର୍ବାଚନର ଚୁଡାନ୍ତ ଫଳାଫଳ ପ୍ରକାଶ ପାଇଛି। ଏ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ସେହି ଅନୁସାରେ ବିଜେଡି ପ୍ରାର୍ଥୀ ଏକ ଲକ୍ଷ କୋଡିଏ ହଜାର ଆଠଶହ ସାତ ଖଣ୍ଡ ଭୋଟ ମିଳିଛି।

ତେବେ ନୋଟାରେ ମଧ୍ୟ ବେଶ ଭଲ ଭୋଟ ମିଳିଛି। ଗଣତି ଅନୁସାରେ ପଦମପୁରରେ ନୋଟା ସପକ୍ଷରେ ଯାଇଛି ଦୁଇ ହଜାର ସତାଅଶି ଖଣ୍ଡ ଭୋଟ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବର୍ଷା ସିଂ ବରିହାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପଦମପୁରରେ ବିପୁଳ ଭୋଟରେ ବିଜୟ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ଏହି ଖବର ଆସିବା ପରେ ତାଙ୍କୁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ସେ ଟେଲିଫୋନ ଯୋଗେ ବର୍ଷାଙ୍କ ସହିତ କଥା ହେବା ସହିତ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ପଦମପୁରରେ ବିଜେଡିକୁ ୧ ଲକ୍ଷ ୧୯ ହଜାର ୫୧୨ ଭୋଟ୍ ମିଳିଛି। ସେହିପରି ବିଜେପିକୁ ୭୭ ହଜାର ୪୪୭ ଭୋଟ୍ ମିଳିଛି। ଅନ୍ୟପଟେ କଂଗ୍ରେସ ହାତକୁ ମାତ୍ର ୩୫୪୮ ଖଣ୍ଡ ଭୋଟ୍ ମିଳିଛି। ତେଣୁ ବିଜେପି ପ୍ରାର୍ଥୀଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ହରାଇ ପଦ୍ମପୁର ଦଖଲ କରିଛି ଶାସକ ବିଜୁ ଜନତା ଦଳ।

Categories
ଆଜିର ଖବର ରାଜ୍ୟ ଖବର

Padampur Result: ବିଜେଡି ପ୍ରାର୍ଥୀ ୨୧ ହଜାର ୧୫୧ ଭୋଟରେ ଆଗୁଆ

ଭୁବନେଶ୍ବର: ବହୁତ ବଡ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜେପି ପ୍ରାର୍ଥୀଙ୍କଠାରୁ ଆଗୁଆ ଅଛନ୍ତି। ବର୍ତ୍ତମାନ ୧୧ ରାଉଣ୍ଡ ସୁଦ୍ଧା ବର୍ଷା ୨୧ ହଜାର ୧୫୧ ଖଣ୍ଡ ଭୋଟରେ ଆଗରେ ଅଛନ୍ତି।

ଭୋଟ /୧୧ ରାଉଣ୍ଡ

ବିଜେଡି- ବର୍ଷା ସିଂ ବରିହା -୫୯୪୧୬
ବିଜେପି- ପ୍ରଦୀପ ପୁରୋହିତ -୩୮୦୬୫
କଂଗ୍ରେସ -ସତ୍ୟଭୂଷଣ ସାହୁ -୨୦୮୫

Categories
ଆଜିର ଖବର ରାଜ୍ୟ ଖବର

Padampur Result: ଆଉ ନୁହେଁ ବହୁ ଆଗରେ ରହିଲେ ବର୍ଷା ସିଂ ବରିହା

ଭୁବନେଶ୍ବର: ପଦମପୁର ଉପନିର୍ବାଚନ ଫଳାଫଳରେ ବିଜେଡି ଧିରେ ଧିରେ ବହୁ ଆଗରେ ରହିଛି। ବର୍ତ୍ତମାନ ଚତୁର୍ଥ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୫୯୨୧ ଖଣ୍ଡ ଭୋଟ ହାସଲ କରିଛନ୍ତି। ଫଳରେ ବର୍ଷା ମୋଟ ଭୋଟ ସଂଖ୍ୟା ହେଲା ୨୧୮୩୭

ବିଜେଡି- ବର୍ଷା ସିଂ ବରିହା -୨୧୮୩୭
ବିଜେପି- ପ୍ରଦୀପ ପୁରୋହିତ -୧୩୬୫୯
କଂଗ୍ରେସ -ସତ୍ୟଭୂଷଣ ସାହୁ -୬୧୬

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Padampur Result: ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଆଗରେ

ଭୁବନେଶ୍ବର: ପଦ୍ମପୁରରେ ପରବର୍ତ୍ତି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଆଗରେ ଅଛନ୍ତି। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ହିସାବରେ ବର୍ତ୍ତମାନ ଯେଉଁ ପ୍ରାର୍ଥୀଙ୍କୁ ଭୋଟ ମିଳିଛି ତାହା ହେଲା

ବିଜେଡି- ବର୍ଷା ସିଂ ବରିହା -୧୦୫୯୮
ବିଜେପି- ପ୍ରଦୀପ ପୁରୋହିତ -୬୯୭୯
କଂଗ୍ରେସ -ସତ୍ୟଭୂଷଣ ସାହୁ -୩୬୬

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପଦମପୁର ଉପନିର୍ବାଚନର ଆସିଲା ଫଳ, ବିଜେଡି ଆଗରେ

ଭୁବନେଶ୍ବର: ଚାଲିଛି ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି। ବର୍ତ୍ତମାନ ଦୁଇଟି ରାଉଣ୍ଡ ଗଣତି ଶେଷ ହୋଇଛି। ଏହି ଗଣତିରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଆଗୁଆ ଥିବାର ସୂଚନା ରହିଛି। ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଦ୍ବିତୀୟରେ ଅଛନ୍ତି। ବର୍ଷା ବରିହା ୧,୭୧୨ ଭୋଟରେ ଆଗରେ ରହିଛନ୍ତି ।

ବିଜେଡି- ୫୫୦୧ ଭୋଟ

ବିଜେପି- ୩୭୮୯ ଭୋଟ

କଂଗ୍ରେସ- ୨୦୬ ଭୋଟ

ପ୍ରଥମ ରାଉଣ୍ଡରେ ବର୍ଷାଙ୍କୁ ୫ ହଜାର ୫୦୧ ଭୋଟ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୩ ହଜାର ୭୮୯ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୨୦୬ ଭୋଟ ମିଳିଛି ।ମୋଟ ୨୩ ରାଉଣ୍ଡ ଗଣତି ହେବ। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ ରହିଥିବାବେଳେ ଦ୍ୱିତୀୟ ରାଉଣ୍ଡରେ ବି ଆଗୁଆ ରହିଛି ।