Categories
ଆଜିର ଖବର ରାଜ୍ୟ ଖବର

୪୨୮ଟି ଯୋଜନାର ରୂପାୟନ କାରଣରୁ ଦାରିଦ୍ର୍ୟ ହ୍ରାସ ପାଇଛି: ପଦ୍ମନାଭ ବେହେରା

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ରଙ୍କ ରିପୋର୍ଟ
ଭୁବନେଶ୍ବର: ରାଜ୍ୟରେ ଦାରିଦ୍ର୍ୟ ମୁକାବିଲା ପାଇଁ ୪୨୮ଟି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ସମସ୍ତ ଯୋଜନା କାର୍ଯ୍ୟକାରୀ ହେବା ଯୋଗୁଁ ଓଡିଶାର ଦାରିଦ୍ର୍ୟ ଅନେକ ପରିମାଣରେ ଦୂରୀଭୂତ ହୋଇଛି ବୋଲି ଯୋଜନା ଓ ସଂଯୋଜନା ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି।

ଉତ୍କଟ ଦାରିଦ୍ର୍ୟରେ ୭୦ ଲକ୍ଷ ପରିବାର ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଉତ୍ତର ଦେଇ ମନ୍ତ୍ରୀ ଏହି ଉତ୍ତର ରଖିଥିଲେ। ନିତି ଆୟୋଗ ଦ୍ବାରା ଗଠିତ ତେନ୍ଦୁଲକର କମିଟି ରିପୋର୍ଟ ଅନୁଯାୟୀ ଓଡିଶାର ଦାରିଦ୍ର୍ୟ ହାର ୨୦୦୪-୦୫ରେ ୫୭.୨୦ ପ୍ରତିଶତ ରହିଥିବା ବେଳେ ୨୦୧୧-୧୨ରେ ଏହା ୩୨.୫୯ ପ୍ରତିଶତକୁ ଖସି ଆସିଥିଲା। ୨୪.୬୧ ପ୍ରତିଶତର ଦାରିଦ୍ର୍ୟ ହ୍ରାସ ଦେଶର ସମସ୍ତ ରାଜ୍ୟ ମଧ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ। ଏହା ସହିତ ଓଡିଶା ଖାଦ୍ୟ ଉତ୍ପାଦନ ଏବଂ ରାଜସ୍ବ କ୍ଷେତ୍ରରେ ମଧ୍ୟ ବଳକା ରାଜ୍ୟ ରହିଛି। ସାମଗ୍ରିକ ବିକାଶ ନିମିତ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା କାରଣରୁ ଏହା ସମ୍ଭବ ହୋଇ ପାରିଛି ବୋଲି ମନ୍ତ୍ରୀ ମତ ଦେଇଥିଲେ।

ମନ୍ତ୍ରୀଙ୍କ ଉତ୍ତରକୁ ବିରୋଧୀ ଦଳଳ ସଦସ୍ୟଙ୍କ ପକ୍ଷରୁ ଖଣ୍ଡନ କରାଯାଇଥିଲା। ମୋହନ ଚରଣ ମାଝୀ, ବିଷ୍ଣୁ ଚରଣ ସେଠୀ, ନରସିଂହ ମିଶ୍ର, ନିତ୍ୟାନନ୍ଦଳ ପଣ୍ଡା ଏବଂ ସୁରେଶ କୁମାର ରାଉତରାୟ ମନ୍ତ୍ରୀଙ୍କ ଉତ୍ତରକୁ ବିରୋଧ କରିଥିଲେ। ଅର୍ଥମନ୍ତ୍ରୀଙ୍କ ବଜେଟ୍‌ ପୁସ୍ତିକାରେ ରାଜ୍ୟର ୪.୬୫କୋଟି ଲୋକଙ୍କ ମଧ୍ୟରୁ ୩ କୋଟି ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଦର୍ଶାଯାଇଥିଲା। ଯୋଜନା ଓ ସଂଯୋଜନା ବିଭାଗ ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ୩୨.୫୯ପ୍ରତିଶତ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ବେଳେ ଅର୍ଥମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ୬୪ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ସେହିପରି ଅକ୍ସଫୋର୍ଡ ୟୁନିଭର୍ସିଟି ତଥ୍ୟ ଅନୁଯାୟୀ ରାଜ୍ୟରେ ଗରିବଙ୍କକ ସଂଖ୍ୟା ୬୩ ପ୍ରତିଶତ।

ଦୃଷ୍ଟିଆକର୍ଷଣକାରୀ ପ୍ରସ୍ତାବରେ ଶାସକ ଦଳର ସଭ୍ୟ ଅମର ପ୍ରସାଦ ଶତପଥୀ, ଧ୍ରୁବ ଚରଣ ସାହୁ ଓ ପ୍ରଫୁଲ୍ଲ କୁମାର ସାମଲ ବିରୋଧୀଙ୍କ ଆରୋପକୁ ଖଣ୍ଡନ କରିଥିଲେ। ରାଜ୍ୟର ବିକାଶମୂଳକ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଶଂସା କରାଯାଇଥିବା ବେଳେ ରାଜ୍ୟରେ କେହିବି ଅନାହାରେରେ ମୃତ୍ୟୁବରଣ କରିଛନ୍ତି। ମନ୍ତ୍ରୀଙ୍କ ଉତ୍ତର ପରେ ଉପ ବାଚସ୍ପତି ରଜନୀକାନ୍ତ ସିଂ ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିବା ବେଳେ ଏହାକୁ ବିରୋଧ କକରି ବିଜେପି ସଦସ୍ୟ ମାନେ ଗୃହତ୍ୟାଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନୂତନ ମୋଟର ଯାନ ଆଇନରେ ସଂଗୃହୀତ ହୋଇଛି 38 କୋଟିର ଜରିମାନା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଦେଶରେ ନୂତନ ମୋଟରଯାନ ଲାଗୁ ହେବା ପରେ ସଂଗୃହୀତ ଜରିମାନା ରାଶିର ପରିମାଣ ବଢିବାରେ ଲାଗିଛି । ଶେଷ ତିନି ମାସ ମଧ୍ୟରେ ଲାଇସେନ୍ସ ସଂଖ୍ୟା ବଢିଥିବା ବେଳେ ସଂଗୃହୀତ ଜରିମାନା ରାଶି ମଧ୍ୟ ବଢିଛି । ଜରିମାନା ରାଶିର ପରିମାଣ 38.67 କୋଟି ଟଙ୍କା ରହିଛି । ବିଧାନସଭାରେ ସଡକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ଏହି ସୂଚନା ଦେଇଛନ୍ତି । ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଶ୍ରୀ ବେହେରା ଏହି ଉତ୍ତର ଦେଇଥିଲେ । ସେପ୍ଟେମ୍ବର 1ରୁ ଜାନୁୟାରୀ 31 ତାରିଖ ମଧ୍ୟରେ 38.67 କୋଟି ଟଙ୍କାର ଜରିମାନା ରଖାଯାଇଛି । ସେହିପରି ଉକ୍ତ ସମୟ ମଧ୍ୟରେ 4 ଲକ୍ଷ 13 ହଜାର 994ଟି ନୂତନ ଲାଇସେନ୍ସ ଆବେଦନ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଘନ କୁହୁଡି କାରଣରୁ ତପ୍ତପାଣିରେ ଦୁର୍ଘଟଣା ହୋଇଛି : ପଦ୍ମନାଭ ବେହେରା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ତପ୍ତପାଣି ଘାଟିରେ ଦୁର୍ଘଟଣା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଘନ କୁହୁଡି କାରଣରୁ ଦୁର୍ଘଟଣା ଘଟିଛି ବୋଲି ପରିବହନ ମନ୍ତ୍ରୀ ପ୍ରକାଶ କରିଛନ୍ତି । ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ଦୁର୍ଘଟଣାର ତଦନ୍ତ କରାଯିବ । ଗାଡି କେତେ ବେଗରେ ଯାଉଥିଲା ଏ ନେଇ ଏମ୍‌ଭିଆଇ ଏବଂ ଆରଟିଓଙ୍କ ଠାରୁ ସୂଚନା ହାସଲ କରାଯାଉଛି । ବର୍ତ୍ତମାନ ଆହତଙ୍କ ଚିକିତ୍ସା ପ୍ରାଥମିକତା ରହିଥିବା ବେଳେ ଆହତ ଏବଂ ମୃତକଙ୍କୁ କ୍ଷତିପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ଚାଲିଛି ବୋଲି ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବାଇକ୍‌ ପଛରେ ବସିଲେ ବି ହେଲମେଟ୍‌ ପିନ୍ଧିବାକୁ ବାଧ୍ୟ: ପରିବହନ ମନ୍ତ୍ରୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଟ୍ରାଫିକ୍‌ ନିୟମ କଡାକଡି ପାଇଁ ପରିବହନ ମନ୍ତ୍ରୀ ପୁଣିଥରେ ଚେତାବନୀ ଦେଇଛନ୍ତି। ଏଥରେ ବାଇକ୍‌ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ବି ହେଲମେଟ୍‌ ବାଧ୍ୟ କରାଯାଇଛି। ଦିଲ୍ଲୀ ସଡକ ସୁରକ୍ଷା ବୈଠକରୁ ଫେରିବେ ପରେ ମନ୍ତ୍ରୀ ପଦ୍ମନାଭ ପ୍ରତିକ୍ରିୟା ଦେଇଛନ୍ତି। ବାଇକ୍‌ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ୍‌କୁ ବାଧ୍ୟତାମୂଳକ କରାଯାଇଛି। ସେହିପରି କାର୍‌ ବା ଚାରିଚକିଆ ଗାଡ଼ିରେ ବସିଥିବା ବ୍ୟକ୍ତିମାନଙ୍କ ପାଇଁ କାର୍‌ ବେଲ୍ଟକୁ ବାଧ୍ୟତାମୂଳକ କରାଯାଇଛି । ତିନି ମାସର ସମୟ ପୂରଣ ହେବା ପରେ ଯାଞ୍ଚ କଡାକଡି କରାଯିବ। ସେହିପରି ଜରିମାନା କୋହଳ ପାଇଁ ଆଲୋଚନା ହୋଇଛି, ଆଇନ୍‌ ପରିବର୍ତ୍ତନ କରାଯାଇନି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ଦୁର୍ଘଟଣା ହ୍ରାସ ପାଇଁ ଏନ୍‌ଏଚ୍‌ ଓ ଏଚ୍‌ଏଚ୍‌ରେ ମୋବାଇଲ୍‌ ଭ୍ୟାନ୍‌ ରହିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ପ୍ରତି ତିରିଶ କିଲୋମିଟର ରାସ୍ତାରେ ସ୍ବତନ୍ତ୍ର ସ୍କ୍ବାର୍ଡ ରହିବେ। ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି, ଆର୍ଥିକସହାୟତା ମିଳିଲେ ସ୍କ୍ବାର୍ଡ ରଖାଯିବ।

ସୂଚନାଯୋଗ୍ୟ, 2019 ମସିହା ସେପ୍ଟେମ୍ବର 1 ତାରିଖରେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ କରାଯାଇଥିଲେ। ଏହି ଆଇନ୍‌ରେ ଜରିମାନା ଆଦାୟକୁ କଡାକଡି କରିବା ସହିତ ଜରିମାନାର ଦେୟକୁ ମଧ୍ୟ 10ଗୁଣା ବଢାଯାଇଥିଲା। ସେହିପରି ଗାଡିର କାଗଜପତ୍ର ତଥା ଡ୍ରାଇଭିଂ ଲାଇସେନ୍ସ, ଇନ୍ସୁରାନ୍ସ ଓ ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ପାଇଁ ତିନିମାସର ରିହାତି ମିଳିଥିଲା। ତେବେ ମାର୍ଚ୍ଚ ମାସଠାରୁ ଏହି ନିୟମ କଠୋର ଭାବେ ଲାଗୁ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥରେ ଲଗାଯିବ ସିସିଟିଭି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,02/01 : ରାଜ୍ୟରେ ଦୁର୍ଘଟଣା ଘଟୁଥିବା ବେଳେ ଏହାକୁ ଏଡାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ଫଳରେ ଜାତୀୟ ରାଜପଥରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ଜଣାପଡିଛି । ଜାତୀୟ ରାଜପଥରେ 52 କିମି ଦୂରତା ପର୍ଯ୍ୟନ୍ତ ଏହି ସିସିଟିଭି ଲଗାଯିବ ବୋଲି ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ଏହି ସୂଚନା ଦେଇଛନ୍ତି । ଗୁରୁବାର କମିଶନରେଟ୍ ପୋଲିସର 12 ବର୍ଷ ପୂର୍ତ୍ତି ଅବସରରେ ଏହି ଘୋଷଣା କରାଯାଇଛି । ଏହା ସହିତ ରାଜ୍ୟରେ ଟ୍ରାଫିକ୍ ଆଇନକୁ କଡାକଡି କରାଯିବ । ଜୟଦେବ ବିହାର, ନନ୍ଦନକାନନ ରାସ୍ତାର ସମସ୍ୟା ଦୂର ପାଇଁ ଯୋଜନା କରାଯାଉଥିବା ସହିତ ଟେକ୍ନୋସେଭି ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯିବା ଉପରେ ଗୁରୁତ୍ବାରୋପ କରାଯାଇଛି ।

Categories
ଆଜିର ଖବର

ଆରଟିଓ ଯାଞ୍ଚ ତିନି ମାସ କୋହଳ, ଭିଡକୁ ଦେଖି ସରକାର ନେଲେ ଏହି ନିଷ୍ପତ୍ତି

ସମୀକ୍ଷା ବ୍ୟୁରୋ, ଭୁବନେଶ୍ବର: ଆରଟିଓ ଯାଞ୍ଚକୁ ପୁଣି ତିନି ମାସ ପାଇଁ କୋହଳ କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଆରଟିଓରେ ଅସମ୍ଭାଳ ଭିଡ କାରଣରୁ ସରକାର ନିୟମକୁ ପୁଣି ତିନି ମାସ କୋହଳ କରିଛନ୍ତି । ଗୁରୁବାର ଦିନ ବିଧାନସଭାରେ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଏହି ଘୋଷଣା କରିଛନ୍ତି । ସେପ୍ଟେମ୍ବରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ମୋଟର ଯାନ ଆଇନ ଲାଗୁ କରାଯାଇଥିବା ବେଳେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେବାରୁ ସରକାର ତିନି ମାସର ମହଲତ ପ୍ରଦାନ କରିଥିଲେ । ଆସନ୍ତା ନଭେମ୍ବର 30ରେ ଏହି ମହଲତର ଶେଷ ତାରିଖ ରହିଥିଲା । ମାତ୍ର ବର୍ତ୍ତମାନ ସୁଦ୍ଧା ମଧ୍ୟ ଅନେକ ଲୋକଙ୍କର ଲାଇସେନ୍ସ ହୋଇନଥିବାରୁ ଓଡିଶା ସରକାରଙ୍କ ପକ୍ଷରୁ ପୁନର୍ବାର ତିନି ମାସର ମହଲତ ପ୍ରଦାନ କରାଯାଇଛି ।