Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଦୁଇ ନୁହେଁ ଓଡିଶାରୁ ଚାରିଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ, ରାଷ୍ଟ୍ରପତି ଦେବେ ଏହି ପୁରସ୍କାର

ନୂଆଦିଲ୍ଲୀ: ଦୁଇଜଣ ନୁହଁନ୍ତି ଓଡିଶାରୁ ଚାରିଜଣଙ୍କୁ ମିଳିବ ପଦ୍ମ ପୁରସ୍କାର। ଏ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଗତକାଲି ଘୋଷଣା କରାଯାଇଛି। ଓଡିଶାରୁ ଯେଉଁମାନେ ମନୋନିତ ହୋଇଛନ୍ତି ସେମାନେ ହେଲେ ଗୁରୁ ଗୋପୀନାଥ ସ୍ବାଇଁ, ଗୁରୁ ଭାଗବତ ପ୍ରଧାନ, ବିନୋଦ ପଶାୟତ ଏବଂ ବିନୋଦ ମହାରଣା।

ଗଂଜାମ ଜିଲ୍ଲାର ଗୁରୁ ଗୋପୀନାଥ ସ୍ବାଇଁ ହେଉଛନ୍ତି ଜଣେ କୃଷ୍ଣଲୀଳା ଗାୟକ। ସେ ବର୍ତ୍ତମାନ 105 ବର୍ଷ ବୟସରେ ପଦାର୍ପଣ କରିଥିଲେ ମଧ୍ୟ କୃଷ୍ଣଲୀଳାର ପ୍ରଚାର ପ୍ରସାରରେ ଲାଗିଛନ୍ତି। ସେହିପରି ବରଗଡ ଜିଲ୍ଲାର ଭାଗବତ ପ୍ରଧାନ ଶଦ୍ଦନୃତ୍ୟର ପ୍ରଚାର ପ୍ରସାରରେ ଲାଗିଛନ୍ତି। ତାଙ୍କୁ ବର୍ତ୍ତମାନ 85 ବର୍ଷ ବୟସ ହୋଇଛି।

ସମ୍ବଲପୁର ବାସିନ୍ଦା ବିନୋଦ ପଶାୟତ ଜଣେ ନାଟ୍ୟକାର ତଥା ଗୀତିକାର ଭାବେ ମଧ୍ୟ ବେଶ ପରିଚୟ ରହିଛି। ସେ ସମ୍ବଲପୁରୀ ଭାଷାରେ ବହୁ ନାଟକ ଓ ଗୀତ ରଚନା କରି ବେଶ ପ୍ରଶଂସା ହାସଲ କରିଛନ୍ତି। ସେହିପରି ଭୁବନେଶ୍ବର ବାସିନ୍ଦା ବିନୋଦ ମହାରଣା ଜଣେ ପଟ୍ଟଚିତ୍ର ଶିଳ୍ପୀ ଭାବେ ରାଜ୍ୟ ତଥା ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି।

ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏମାନଙ୍କୁ ନୂଆଦିଲ୍ଲୀରେ ଆୟୋଜିତ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ସମ୍ମାନିତ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଘୋଷଣା ହେଲା ପଦ୍ମଶ୍ରୀ, ଓଡିଶାରୁ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ, ରଜତ କରଙ୍କ ସହ ଅନ୍ୟ ୪ଜଣଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ: ୨୦୨୧ ବର୍ଷ ପାଇଁ ପଦ୍ମ ପୁରଷ୍କାର ଘୋଷଣା ହୋଇଛି। ୭ ଜଣଙ୍କୁ ପଦ୍ମ ବିଭୂଷଣ ପୁରଷ୍କାର, ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣଙ୍କୁ ପଦ୍ମଶ୍ରୀ ମିଳିବ। ଓଡିଆ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି।

ସାହିତ୍ୟ ଓ ଶିକ୍ଷା ଲାଗି ଓଡିଆ ସାହିତ୍ୟିକ ରଜତ କୁମାର କର ଏବଂ  ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ମିଳିବ। ସେହିପରି ସମାଜସେବା ଲାଗି ଶାନ୍ତି ଦେବୀ, କଳା ଲାଗି ପୂର୍ଣ୍ଣମାସୀ ଜାନିଙ୍କୁ ପଦ୍ମଶ୍ରୀ ମିଳିବ। ଔଷଧ ଲାଗି ଡଃ. କୃଷ୍ଣ ମୋହନ ପାଠୀଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରଷ୍କାର ପାଇଁ ଘୋଷଣା କରାଯାଇଛି।

Categories
ବିଶେଷ ଖବର

ଦୀର୍ଘ ବର୍ଷର ଅବହେଳା ଓ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାର ଦାବୀକୁ ଆଡେଇ, ଗୀତା ମେହେଟାଙ୍କୁ ଏବେ ପଦ୍ମଶ୍ରୀ ଦେବାର ମାନେ କଣ?

କେଦାର ମିଶ୍ର

ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ  ଦୀର୍ଘ ବର୍ଷ ଧରି ଓଡିଶାର ଜନ ସାଧାରଣ ଦାବି କରି ଆସୁଛନ୍ତି। ଜୀବନ କାଳ ଭିତରେ ବିଜୁ ବାବୁଙ୍କୁ ଭାରତ ସରକାର କୌଣସି ସମ୍ମାନ ପ୍ରଦାନ କରିନଥିଲେ। ତାଙ୍କ ଅବର୍ତ୍ତମାନରେ ଓଡିଆଙ୍କର ସ୍ମୃତିରେ ବିଜୁ ବାବୁ ଆଜି ମଧ୍ୟ ଜୀବିତ ଥିବାବେଳେ ଭାରତ ସରକାର ବିଜୁଙ୍କ ପ୍ରତି କ୍ରମାଗତ ଅବହେଳା ପ୍ରଦର୍ଶନ କରିଚାଲିଛନ୍ତି। ଚଳିତ ବର୍ଷ ନାନାଜି ଦେଶମୁଖଙ୍କ ପରି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଜଣେ ପ୍ରଚାରକଙ୍କୁ ଏ ଉପାଧି ପ୍ରଦାନ କରାଯାଇଛି। ନାନାଜି ଦେଶମୁଖଙ୍କୁ କେବଳ ଜରୁରୀ କାଳୀନ ପରିସ୍ଥିତି ସମୟରେ ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦୀ ରାଜନୀତି ବିରୋଧରେ ସଂଘର୍ଷ କରିବାର ଆମେ ଜାଣିଛୁ । ତେବେ ଇମର୍ଜେନ୍ସି ବିରୋଧୀ ଆଂଦୋଳନର ବହୁ ତୁଙ୍ଗ ନେତାଙ୍କୁ ଭାରତ ରତ୍ନ ସମ୍ମାନ ଦିଆଯାଇ ନାହିଁ। ଏପରିକି ପରବର୍ତ୍ତୀ ସମୟରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ଚନ୍ଦ୍ରଶେଖର ଙ୍କୁ ମଧ୍ୟ ଏଥିଲାଗି ଯୋଗ୍ୟ ବିବେଚିତ କରାଗଲା ନାହିଁ। ସବୁ ପ୍ରକାର ଆରୋପ ଏବଂ ଅଭିଯୋଗ ସତ୍ତ୍ୱେ ପି ଭି ନରସିଂହ ରାଓ ଦେଶର ଅର୍ଥନୀତିରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନର ସୂତ୍ରପାତ କରିଥିଲେ। ସେଥିପାଇଁ ତାଙ୍କୁ ଏ ଜାତି କୌଣସି ଶ୍ରଦ୍ଧା ବା ସମ୍ମାନ ଦେଇନାହିଁ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଧ୍ୟ ଏ ତାଲିକାରେ ରକ୍ଷା ଯାଇପାରିବ।

ତେବେ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ କରିବା ପ୍ରସଙ୍ଗକୁ ଅଣଦେଖା କରି ତାଙ୍କର ଝିଅ ଗୀତା ମେହେଟାଙ୍କୁ ଚଳିତ ବର୍ଷ ପଦ୍ମଶ୍ରୀ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଗୀତା ମେହେଟା ଲେଖିକା ଭାବରେ ସତୁରୀ ଦଶକରୁ ସକ୍ରିୟ ରହିଛନ୍ତି। ତାଙ୍କର ଚର୍ଚ୍ଚିତ ବହି କର୍ମା କୋଲା(୧୯୭୯) , ରାଜ  (୧୯୮୯), ଏ ରିଭର ସୂତ୍ର ( ୧୯୯୩), ସ୍ନେକ୍ସ ଆଣ୍ଡ ଲାଡ଼ର୍ସ (୧୯୯୭) ଓ ଏଟର୍ନାଲ ଗଣେଶ, ଫ୍ରମ ବାର୍ଥ ଟୁ ରିବାର୍ଥ (୨୦୦୬) ରେ ପ୍ରକାଶ ପାଇ ବେଶ ଚର୍ଚ୍ଚିତ ହୋଇଛି। କର୍ମା କୋଲା ଓ ରାଜଗୋଟେ ସମୟରେ ଭାରତର ସବୁଠୁ ଚର୍ଚ୍ଚିତ ପୁସ୍ତକ ଭାବରେ ପରିଗଣିତ ହୋଇଥିଲା। ତେବେ ଗତ ବର୍ଷ ବର୍ଷ ଧରି ତାଙ୍କୁ ପଦ୍ମ ପୁରଷ୍କାର ଦିଆ ଯାଇନଥିବା ବେଳେ ଚଳିତ ନିର୍ବାଚନ ବର୍ଷରେ ଏ ନିଷ୍ପତ୍ତି କାହିଁକି?

ଯେତେବେଳେ ଓଡିଶାର ମୁଖ୍ୟଧାରାରେ କାମ କରୁଥିବା କବି, ଲେଖକ, କଳାକାର ଓ ସମାଜସେବୀଙ୍କୁ ପଦ୍ମ ପୁରସ୍କାରରୁ ବଞ୍ଚିତ କରାଯାଉଛି ଓ ସାଧାରଣ ମଣିଷଙ୍କ ଭିତରେ କାମ କରୁଥିବା ଲୋକଙ୍କୁ ଏଥିପାଇଁ ବଛାଯାଉଛି, ସେତେବେଳେ ଗୀତା ମେହେଟାଙ୍କ ନାଁ ସହିତ ରାଜନୈତିକ ତୁଷ୍ଟିକରଣର ଗନ୍ଧ ବାରି ହୋଇ ପଡୁଛି। ଚଳିତ ବର୍ଷ ପ୍ରକାଶ ରାଓ, କମଳା ପୂଜାହାରି ଓ ଦୈତାରୀ ନାଏକଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଘୋଷଣା କରା ହୋଇଛି। ଏ ତିନିଜଣ ଯାକ ମୁଖ୍ୟଧାରାର ବାହାରେ ରହି ଲୋକଙ୍କ ପାଇଁ କାମ କରୁଛନ୍ତି। ତେଣୁ ସେମାନେ ଏ ସମ୍ମାନର ସବୁଠୁ ଯୋଗ୍ୟ । କିନ୍ତୁ ତାଙ୍କ ଭିତରେ ଗୀତା ମେହେଟା କାହିଁକି?

ଯଦି ଆସାମ ଓ ପଶ୍ଚିମ ବଙ୍ଗକୁ ସନ୍ତୁଷ୍ଟ କରିବାକୁ ଭୂପେନ ହଜାରିକା ଓ ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ସମ୍ମାନ ଦିଆଗଲା, ବିଜୁ ବାବୁଙ୍କୁ  କାହିଁକି ନୁହେଁ, ଏହାର ଉତ୍ତର ବିଜେପି ସରକାରକୁ ଲୋକ ନିଶ୍ଚୟ ପଚାରିବେ। ସେହିପରି ଗୀତା ମେହେଟାଙ୍କୁ ପଦ୍ମଶ୍ରୀ ଦେବା ତାଙ୍କ ପ୍ରତି ଯଥାର୍ଥ ସମ୍ମାନ ନା କେବଳ ନିର୍ବାଚନ ବର୍ଷରେ ନବୀନ ପଟ୍ଟନାୟକଙ୍କୁ ପରୋକ୍ଷରେ ସନ୍ତୁଷ୍ଟ କରିବାର ଏହା ଏକ ଚତୁର ଉପାୟ? ବର୍ତ୍ତମାନ ପରିସ୍ଥିତିରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ନବୀନ ପଟ୍ଟନାୟକଙ୍କୁ ସନ୍ତୁଷ୍ଟ କରି ରଖିବାକୁ ଚାହୁଛନ୍ତି। ଗୋଟିଏ ପରେ ଗୋଟିଏ ନିର୍ବାଚନୀ ସର୍ଭେ ରିପୋର୍ଟରେ ବିଜେପିର ପରାଜୟ ଜଳ ଜଳ ହୋଇ ଦିଶୁଥିବାରୁ ନବୀନ ଏବେ ବିଜେପିର ତ୍ରାଣକର୍ତ୍ତା ହୋଇ ପାରନ୍ତି। ତେଣୁ ନବୀନଙ୍କୁ ସନ୍ତୁଷ୍ଟ କରିବାକୁ  ଗୀତାଙ୍କୁ ପଦ୍ମଶ୍ରୀ ଦେବାର ଏ ଚତୁର  ପରିକଳ୍ପନା ନୁହେଁ ତ ? ଶେଷ ଖବର ଅନୁଯାୟୀ ଗୀତା ମେହେଟା ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।