Categories
ଆଜିର ଖବର

ସୀମାବିରତି ଉଲଂଘନ କଲା ପାକ୍‌ : ବିଏସଏଫ୍‌ ଯବାନଙ୍କ ସମେତ ୫ ବର୍ଷୀୟ ବାଳିକା ମୃତ

ପାକିସ୍ତାନ ପକ୍ଷରୁ ସୋମବାର ପୁଣିଥରେ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି। ପାକ୍‌ ସେନାର ଘନଘନ ମୋର୍ଟାର ଓ ଗୁଳିମାଡ଼ରେ ବିଏସ୍‌ଏଫ୍‌ର ଜଣେ ଇନ୍‌ସପେକ୍ଟର ସହିଦ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାର ମୃତ୍ୟୁ ଘଟିଛି। ସେହିପରି ୫ ବିଏସ୍‌ଏଫ୍‌ ଯବାନଙ୍କ ସହ ୧୪ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶାହାପୁର ସେକ୍ଟରର ୫ କିମି ପରିଧି ମଧ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦିଆଯାଇଛି। ସୋମବାର ସକାଳ ପ୍ରାୟ ୭.୪୫ରୁ ପାକିସ୍ତାନ ସେନା ସ୍ୱୟଂଚାଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ପୁଞ୍ଚ ଜିଲ୍ଲାର ଶାହାପୁର ଓ କେରିନ୍‌ ସେକ୍ଟର ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା। ପାକ୍‌ ସେନା ଟାର୍ଗେଟରେ ସେନା ଆଉଟ୍‌ ପୋଷ୍ଟ ଓ ସୀମାନ୍ତ ଗାଁ ଗୁଡ଼ିକ ରହିଥିଲା। ପାକ୍‌ ସେନାର ଏଭଳି ଗୁଳିମାଡ଼ର ଜବାବ ମଧ୍ୟ ଭାରତ ପକ୍ଷରୁ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳିମାଡ଼ରେ ପ୍ରଥମେ ଜଣେ ୫ ବର୍ଷ ବୟସର ବାଳିକା ପ୍ରାଣ ହରାଇଥିଲେ। ଏହାପରେ ବିଏସ୍‌ଏଫ୍‌ର ଇନ୍‌ସପେକ୍ଟରଙ୍କ ଦେହର ମଧ୍ୟ ଗୁଳିମାଡ଼ ହୋଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଆହତମାନେ ଏବେ ହସ୍ପିଟାଲ୍‌ରେ ରହିଛନ୍ତି। ପାକିସ୍ତାନ ମାଡ଼ କରିଥିବା ମୋର୍ଟାର ଶାହାପୁର, ମେନ୍ଧେର, କେରିନ, ଦାବାରଜ, ମାନକୋଟ ପଡ଼ିଥିଲା। ଏଥିପାଇଁ ଗାଁ ଲୋକଙ୍କୁ ଘରୁ ନ ବାହରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର

ପାକିସ୍ତାନକୁ ପୁଣି ଥରେ ଚେତାବନୀ ଦେଲା ଆମେରିକା : ଭାରତରେ ଆଉ ଥରେ ଆକ୍ରମଣ ହେଲେ, ପରିସ୍ଥିତି ଭୟାନକ ହେବ

ପୁଲ୍‌ଓ୍ବାମା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନକୁ ଆତଙ୍କୀ କାର୍ଯ୍ୟକଳାପ ପାଇଁ କଠୋର ନିନ୍ଦା କରାଯାଉଛି। ପାକିସ୍ତାନକୁ ଆମେରିକା ପୁଣି ଥରେ ଚେତାବନୀ ଦେଇଛି। ନିଜ ଦେଶରେ ଥିବା ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ପାକିସ୍ତାନକୁ ଆମେରିକା ତାଗିଦ୍‌ ମଧ୍ୟ କରିବା ସହିତ ଭାରତରେ ଯଦି ଆଉ କୌଣସି ଆତଙ୍କୀ କାର୍ଯ୍ୟକଳାପ ହୁଏ, ତେବେ ପାକିସ୍ତାନ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହେବ ବୋଲି ଆମେରିକା କଡ଼ା ଚେତାବନୀ ଦେଇଛି। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି ଯେ, ଭାରତ ଉପରେ ପାକିସ୍ତାନରେ ରହୁଥିବା ଆତଙ୍କବାଦୀଙ୍କ ପକ୍ଷରୁ ପୁଣି ଥରେ ଆକ୍ରମଣ କଲେ ଏଥର ପାକିସ୍ତାନର ଅବସ୍ଥା ଗୁରୁତର ହେବ।  ତେଣୁ ପାକିସ୍ତାନ ଆତଙ୍କବାଦୀ ସଂଗଠନଗୁଡ଼ିକର ଆତଙ୍କୀ କାର୍ଯ୍ୟକ୍ରମରେ ଅଙ୍କୁଶ ଲଗାଇବାର ଆବଶ୍ୟକତା ରହିଛି। ବିଶ୍ୱଶାନ୍ତି ବ୍ୟାହତ ହେବାଭଳି କାର୍ଯ୍ୟଠାରୁ ପାକିସ୍ତାନ ଦୂରେଇ ରହିବା ସହ ଜୈସ୍‌-ଏ- ମହମ୍ମଦ ଓ ଲଶ୍କର-ଏ – ତୋଏବା ପରି ଆତଙ୍କୀ ସଂଗଠନ ପ୍ରତି ନିରନ୍ତର କାର୍ଯ୍ୟାନୁଷ୍ଠାନ କରିବାର ଆବଶ୍ୟକତା ରହିଛି। ଦୁଇ ଦେଶ ମଧ୍ୟରେ ଜଟିଳ ପରିସ୍ଥିତି ସୃଷ୍ଟି ନହେବ, ସେଥିପ୍ରତି ଧ୍ୟାନ ଦେବା ଉଚିତ୍‌ ବୋଲି ଆମେରିକା କହିଛି ।