ନୂଆଦିଲ୍ଲୀ, 26/12 : ବାରମୁଳାର ନିୟନ୍ତ୍ରଣ ରେଖା ନିକଟରେ ଦୁଇ ପାକ୍ ସୈନ୍ୟ ନିହତ ହୋଇଛନ୍ତି । ଉରିରେ ପାକିସ୍ତାନ ଆକ୍ରମଣରେ ଜଣେ ଭାରତୀୟ ଯବାନ ପ୍ରାଣ ହରାଇବା ପରେ ପ୍ରତିଆକ୍ରମଣରେ ପାକ୍ ଯବାନ ପ୍ରାଣ ହରାଇଛନ୍ତି । ଗୁରୁବାର ଭାରତୀୟ ସେନା ପକ୍ଷରୁ ଏହି ବକ୍ରମଣ କରାଯାଇଥିବା ବେଳେ ପାକ୍ ସେନାର 2ରୁ 3ଟି ଶିବିର ନଷ୍ଟ କରିଦିଆଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବୁଧବାର ପାକ୍ ସେନା ପକ୍ଷରୁ ସିଲିକୁଟ, ହଥଲଙ୍ଗା, ମୋଥଲ, ସୋୱରା, ବାଲାକୋଟ ଏବଂ ଚୁରଣ୍ଡା ଅଞ୍ଚଳରେ ଗୁଳିମାଡ କରାଯାଇଥିବା ବେଳେ ଜଣେ ଯବାନଙ୍କ ସମେତ ଜଣେ 23 ବର୍ଷୀୟ ଯୁବତୀ ପ୍ରାଣ ହରାଇଥିଲେ । (ଏଜେନ୍ସୀ)
Categories
ନିୟନ୍ତ୍ରଣ ରେଖାରେ ଦୁଇ ପାକ୍ ସୈନ୍ୟ ନିହତ
