ନୂଆଦିଲ୍ଲୀ : ଅଭିନେତ୍ରୀ ପାମେଲା ଏଣ୍ଡରସନ୍ ଓ ନିର୍ମାତା ଜନ୍ ପିଟର୍ସ ନିଜ ବୈବାହିକ ସମ୍ପର୍କର ମାତ୍ର 12 ଦିନ ପରେ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି ।ଅଭିନେତ୍ରୀ ପାମେଲା କିଛି ଦିନ ତଳେ ପଞ୍ଚମ ଥର ପାଇଁ ବିବାହ କରିଥିବାବେଳେ ଏବେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଅଭିନେତ୍ରୀ ପାମେଲା କହିଛନ୍ତି ଯେ, ଆମେ ଆମ ଜୀବନରେ ଜଣେ ଅନ୍ୟଜଣଙ୍କଠାରୁ କ’ଣ ଚାହୁଁଛୁ, ତାହାର ପୁର୍ନମୂଲ୍ୟାୟନ ନିମେନ୍ତ କିଛି ସମୟ ଅଲଗା ରହିବାକୁ ଚାହୁଁଛୁ । ଏହା ସହିତ ଅଭିନେତ୍ରୀ ଜଣକ କହିଛନ୍ତି ଯେ, ଜୀବନ ଏକ ଯାତ୍ରା ଅଟେ ଏବଂ ପ୍ରେମ ଏକ ପ୍ରକ୍ରିୟା । ଯଦିଓ ପିଟର୍ସଙ୍କ ବହୁତ ପୂର୍ବରୁ ଜାଣିଛନ୍ତି ,ତେବେ ତାଙ୍କ ସହିତ ସମସ୍ତ ସମୟ କାଟିବା ପାଇଁ ଆଉ ଟିକେ ଭାବିବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ଅଭିନେତ୍ରୀ ଜଣକ । 52 ବର୍ଷୀୟା ଏହି ଅଭିନେତ୍ରୀଜଣକ ନିଜଠାରୁ 20 ବର୍ଷ ବଡ 72 ବର୍ଷୀୟ ପିଟର୍ସଙ୍କୁ ବିବାହ କରିଥିଲେ । ପିଟର୍ସ ଏହା ପୂର୍ବରୁ ଅଭିନେତ୍ରୀ ଲେସ୍ଲୀ ଏନ୍ ବୋରେନ୍ଙ୍କ ସହିତ ବିବାହ କରିଥିଲେ, ମାତ୍ର ଅଭିନେତ୍ରୀ ବାରବାର୍ ଙ୍କ ପାଇଁ ତାଙ୍କୁ ଛାଡି ଦେଇଥିଲେ । ପିଟର୍ସ ଏବେ ପାମେଲାଙ୍କ ପୂରତନ ସାଥୀଙ୍କ ସୂଚୀରେ ସାମିଲ୍ ହୋଇଛନ୍ତି । ଯେଉଁଥିରେ ଟମି ଲୀଙ୍କ ସହିତ ପାମେଲାଙ୍କ ଦୁଇ ସନ୍ତାନ ରକ୍ ଓ ରିକ୍ ସୋଲେମନ୍ ରହିଛନ୍ତି। (ଏଜେନ୍ସି)