Categories
PanchayatElection ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଶେଷ ହେବ ପଞ୍ଚାୟତ ନିର୍ବାଚନ ମତଦାନ, ୨୬ରୁ ଆରମ୍ଭ ହେବ ଗଣତି

ଭୁବନେଶ୍ବର: ଆସନ୍ତାକାଲି ହେଉଛି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ। ଆସନ୍ତାକାଲି ୨୫ଟି ଜିଲ୍ଲାର ୪୮ଟି ବ୍ଲକରେ ହେବ ଏହି ମତଦାନ। ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ୧୩୫୧୪ଟି ବୁଥ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।

ଶେଷ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ କରାଯିବ। ଏଥିପାଇଁ ମୋଟ ୫୨୦ ଜଣ ପ୍ରାର୍ଥୀ ପ୍ରତିଦ୍ବିନ୍ଦିତା କରୁଛନ୍ତି। ସେହିପରି ୯୭୫ଟି ଗ୍ରାମ ପଞ୍ଚାୟତରେ ଏହି ଭୋଟ ଗ୍ରହଣ ହେବ। ଶେଷ ପର୍ଯ୍ୟାୟରେ ୪୧ଲକ୍ଷ ୮୮ ହଜାର ୩୮୨ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏହି ଭୋଟ ଗ୍ରହଣ ସରିବା ପରେ ଆସନ୍ତା ୨୬ ତାରିଖରୁ ପର୍ଯ୍ୟାୟ କ୍ରମେ ଗଣତି ଆରମ୍ଭ ହେବ। ଏହି ଗଣତି ୨୮ ତାରିଖ ପର୍ଯ୍ୟନ୍ତ ଚାଲି।

Categories
ଆଜିର ଖବର ରାଜ୍ୟ ଖବର

ଟିଏମ୍‌ସି ସେଣ୍ଟର ଖର୍ଚ୍ଚର ହିସାବ ମାଗିଲେ ସରକାର

ଭୁବନେଶ୍ବର : ରାଜ୍ୟ ବାହାରୁ କିମ୍ବା କରୋନା ଲକ୍ଷଣ ଦେଖାଦେଲେ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ସଙ୍ଗରୋଧ କେନ୍ଦ୍ରର ଖର୍ଚ୍ଚ ହିସାବ ମାଗିଛନ୍ତି ରାଜ୍ୟ ସରକାର । ଏନେଇ ସମସ୍ତ ଜିଲ୍ଲାପାଳ ,ପିଡ଼ି ଓ ବିଡ଼ିଓଙ୍କୁ ଚିଠି ଲେଖି ଖର୍ଚ୍ଚର ହିସାବ ମାଗିଛି ପଞ୍ଚାୟତିରାଜ ବିଭାଗ । ଜୁନ 19 ତାରିଖ ସୁଦ୍ଧା ଖର୍ଚ୍ଚର ହିସାବ ଦେବାକୁ ପଞ୍ଚାୟତିରାଜ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ପଞ୍ଚାୟତସ୍ତରରେ ପ୍ରାୟ 16813ଟି ସଙ୍ଗରୋଧ କେନ୍ଦ୍ର ରହିଥିବା ନେଇ ସୂଚନା ରହିଛି ।

Categories
ଆଜିର ଖବର

ପଞ୍ଚାୟତ ପ୍ରମୁଖଙ୍କ ବୟସ ସୀମା ପରିବର୍ତ୍ତନ କଲେ ଆସାମ ସରକାର

ଆସାମ ସରକାର ପଞ୍ଚାୟତ ମୁଖ୍ୟ ତଥା ସରପଞ୍ଚ ହେବା ପାଇଁ ନିମ୍ନତମ ବୟସ ସୀମା ପରିବର୍ତ୍ତନ କରିଛନ୍ତି। ବୟସ ସୀମା ୩୫ ବର୍ଷରୁ ୨୫ ବର୍ଷକୁ ଖସାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଜାରି ଏକ ବିଜ୍ଞପ୍ତିରେ ସୋମବାର ଦିନ ହୋଇଥିବା ମନ୍ତ୍ରିମଣ୍ଡଳର ବୈଠକ ଏହି ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ଜାରି କରାଯାଥିବା ଏହି ବିଜ୍ଞପ୍ତିରେ ଏହି ପଦବୀ ପାଇଁ ୨ଟି ସନ୍ତାନ ନିୟମକୁ ଅପରିବର୍ତ୍ତିତ ରଖିଛନ୍ତି। ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଯୁବକଙ୍କ ହିତ ତଥା ସୁରକ୍ଷିତ କରିବା ପାଇଁ ଏକ ନୂଆ କାନୁନ୍‌ ଆଣିବାର ନିୟମ କରିଛନ୍ତି। ବିଜ୍ଞପ୍ତିରେ ସାମୁଦ୍ରିକ ଭୂମି ଅତିକ୍ରମଣରୁ ମୁକ୍ତ ଅଭିଯାନ ପାଇଁ ଗୌହ୍ବାଟୀ କୋର୍ଟଙ୍କ ଆଦେଶ ନୁହେଁ ବରଂ ସଂଶୋଧିତ ଆସାମ ଭୂମି ରାଜସ୍ବ ବିନିୟମ ଅଧିନିୟମ ୧୯୮୬ ଅନୁସାରେ ବିହିତ ପଦକ୍ଷେପ ନିଆଯିବ।