Categories
ଆଜିର ଖବର ମନୋରଂଜନ ସିନେମା

ଫିଲ୍ମି ଫ୍ରାଇଡେ’ରେ ‘ପଙ୍ଗା’ ଭର୍ସେସ୍‌ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ଥ୍ରୀଡି’

ମୁମ୍ବାଇ: ଫିଲ୍ମି ଫ୍ରାଇଡେ’ରେ ଆଜି ପରଦାକୁ ଆସିଛି ଦୁଇଟି ଚଳଚ୍ଚିତ୍ର । କଙ୍ଗନା ରଣାଓ୍ବତଙ୍କ ‘ପଙ୍ଗା’ ଓ ବରୁଣ-ଶ୍ରଦ୍ଧା ଅଭିନୀତ ଡ୍ୟାନ୍ସ ଆଧାରିତ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ଥ୍ରିଡି’ ।

2013ରେ ପରଦାକୁ ଆସିଥିବା ‘ଏବିସିଡି’ର ତୃତୀୟ ସଂସ୍କରଣ ହେଉଛି ‘ଷ୍ଟ୍ରିଟ୍‌ ଡ୍ୟାନ୍ସର୍‌ ଥ୍ରୀଡି’ । ଏହି ଫିଲ୍ମକୁ ରେମୋ ଡି’ସୁଜା ନିର୍ଦ୍ଦେଶନା ଦେଇଥିବାବେଳେ ଏହି ଫିଲ୍ମରେ ବରୁଣ – ଶ୍ରଦ୍ଧାଙ୍କ ବ୍ୟତୀତ ପ୍ରଭୁଦେବା, ନୋରା ଫତେହୀ, ଅପାରଶକ୍ତି ଖୁରାନା, ରାଘବ, ଧର୍ମେଶ, ପୁନୀତ୍‌ ସମେତ ବହୁ ଡ୍ୟାନ୍ସରମାନେ ଏହି ଫିଲ୍ମରେ ଅଭିନୟ କରିଛନ୍ତି । 70ରୁ 80କୋଟି ବଜେଟ୍‌ରେ ନିର୍ମିତ ଏହି ଫିଲ୍ମର ନିର୍ମାଣ କରିଛନ୍ତି ଭୂଷଣ କୁମାର । ଏଥିରେ ମୋଟ 11ଟି ଗୀତ ରହିଥିବାବେଳେ ଗୀତ ପାଇଁ 5 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

ସେହିପରି ଆଜି ରିଲିଜ ହୋଇଥିବା ଅନ୍ୟ ଏକ ଫିଲ୍ମ ହେଉଛି ପଙ୍ଗା । ଏହି ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ ଋଚା ଚଢା ଓ ଜସ୍ସୀ ଗିଲ୍‌ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଭାର ଅଶ୍ବିନୀ ତିଓ୍ବାରୀ ଗ୍ରହଣ କରିଥିବାବେଳେ ଏହି ଫିଲ୍ମଟି କବାଡି ଖେଳକୁ ନେଇ ଆଧାରିତ । ସମାଜର ବନ୍ଧନରେ ବାନ୍ଧି ହୋଇ ରହିଥିବା ଜଣେ ମଧ୍ୟବର୍ଗୀୟ ଭାରତୀୟ ମହିଳାର ଭାବନାତ୍ମକ କାହାଣୀକୁ ନେଇ ‘ପଙ୍ଗାର’ର କାହାଣୀ ଗତିଶୀଳ ।

ତେବେ ଦୁଇଟିଯାକ ଫିଲ୍ମ ନିଜ ନିଜ କ୍ଷେତ୍ରରେ ବେଶ୍‌ ଉନ୍ନତ । ‘ପଙ୍ଗା’ରେ କଙ୍ଗନାଙ୍କ ପ୍ରଭାବଶାଳୀ ଅଭିନୟ ରହିଥିବାବେଳେ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ଥ୍ରୀଡି’ରେ ଡ୍ୟାନ୍ସର୍‌ ଜଲ୍‌ଓ୍ବା ରହିଛି । ତେବେ ବକ୍ସ ଅଫିସ୍‌ରେ ଏହି ଦୁଇଟି ଫିଲ୍ମ ମଧ୍ୟରେ କିଏ ବାଜି ମାରୁଛି, ତାହା ଦେଖିବାକୁ ବାକି ରହିଲା ।  (ଏଜେନ୍ସି)

Categories
ଫଟୋ ଖବର

ନୂଆଦିଲ୍ଲୀରେ ନିଜ ଫିଲ୍ମ ପଙ୍ଗାର ପ୍ରମୋସନ୍‌ ଅବସରରେ କଙ୍ଗନା ରଣାଓ୍ବତ୍‌

New Delhi: Actress Kangana Ranaut at a press conference to promote her upcoming film “Panga” in New Delhi on Jan 20, 2020. (Photo: IANS)

Categories
ଫଟୋ ଖବର

ଅପ୍‌କମିଙ୍ଗ୍‌ ଫିଲ୍ମ ‘ପଙ୍ଗା’ର ପ୍ରମୋସନ ଅବସରରେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ

Mumbai: Actress Kangana Ranaut during the promotions of her upcoming film “Panga” in Mumbai on Jan 14, 2020. (Photo: IANS)

Categories
ଫଟୋ ଖବର

ଅପ୍‌କମିଙ୍ଗ ଫିଲ୍ମ ପଙ୍ଗାର ଗୀତ ଲଞ୍ଚ ଅବସରରେ କଙ୍ଗନା ରଣାଓ୍ବତ

Mumbai: Actress Kangana Ranaut during the launch of the first song of film “Panga” in Mumbai on Jan 7, 2020. (Photo: IANS)

Categories
ଫଟୋ ଖବର

ପଙ୍ଗାର ପ୍ରମୋସନ୍‌ ଅବସରରେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ

Mumbai: Actress Kangana Ranaut during the promotions of her upcoming film “Panga” in Mumbai on Jan 4, 2020. (Photo: IANS)

Categories
ଭିଡ଼ିଓ

Varun on Street Dancer 3D clash with Panga || ‘ଷ୍ଟ୍ରୀଟ ଡାନ୍ସର ଥ୍ରୀଡି’ ଓ ପଙ୍ଗା ଦୁଇଟି ଫିଲ୍ମ ଭିନ୍ନ |

Categories
ଫଟୋ ଖବର

ଅପ୍‌କମିଙ୍ଗ ଫିଲ୍ମ ‘ପଙ୍ଗା’ର ଟ୍ରେଲର୍‌ ଲଞ୍ଚ ଅବସରରେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ

Mumbai: Actress Kangana Ranaut at the trailer launch of her upcoming film “Panga” in Mumbai on Dec 23, 2019. (Photo: IANS)

Categories
ଭିଡ଼ିଓ

ପୁଣି ଥରେ ମା’ ଚରିତ୍ରରେ ନଜର ଆସିବେ କଙ୍ଗନା : Panga First look Kangana all set to play mother again