Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

EXCLUSIVE: ଭାରତ ନିକଟସ୍ଥ ‘ପାନଗଂଗ ସୋ’ ଅଞ୍ଚଳରେ ଚୀନ କରୁଛି ବହୁ ଗୁପ୍ତ ନିର୍ମାଣ

ଆରତୀ ଟିକୋ ସିଂ

ନୂଆଦିଲ୍ଲୀ, ଦୀର୍ଘ ଦେଢମାସ ଧରି ଭାରତ ଚୀନ ମଧ୍ୟରେ ସଂର୍ଘଷ ଏବଂ ଚୀନ ଶେଷରେ ପଛକୁ ହଟିବା ପରେ ଏବେ ସ୍ଥିତି ଶାନ୍ତ ପଡିଛି। ଜୁନ 15 ତାରିଖରେ ହୋଇଥିବା ଏହି ସଂଘର୍ଷରେ ଭାରତର 20 ଜଣ ଯବାନ ସହୀଦ ହୋଇଥିଲେ। ସମସ୍ତେ ଭାବେ ନେଲେ ଯେ ଚୀନ ପଛକୁ ହଟିଯାଇ ଚୁପ ବସିରହିଛି। ହେଲେ ତାହା ମିଛ କଥା। ଚୀନ ଭିତରେ ଭିତରେ ଭାରତକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଉଥିବାର ପ୍ରମାଣ ମିଳିଛି। ତାହା ହେଉଛି ଭାରତ ଓ ଚୀନ ଭିତରେ ଥିବା ପାନଗଂଗ ହ୍ରଦକୁ ଘେରି ରହିଥିବା ପାହଡ ଉପରେ ଚୀନ ବହୁ ନିର୍ମାଣ।

ମାକ୍ସର ସାଟାଲାଇଟ ମ୍ୟାପରୁ ଜଣାପଡିଛି ଯେ, ଏହି ପାନଗଂଗ ଅଞ୍ଚଳର ଘାଟିର ଶୀର୍ଷରେ ଏହି ନିର୍ମାଣ କରାଯାଇଛି। ଏହା ହେଉଛି ନାଲି ରଂଗର ତାର୍ପିଲିନ ଟେଣ୍ଟ। ଏହି ଟେଣ୍ଟଗୁଡିକ ଚୀନର ବୋଲି ଜଣାପଡିଛି। କାରଣ ଜଣେ ସାମରିକ ବିଶେଷଜ୍ଞଙ୍କ ଅନୁସାରେ PLA ସାଧାରଣତଃ ନାଲି ରଂଗର ତାର୍ପିଲିନ୍ ଟେଣ୍ଟ ବ୍ୟବହାର କରିଥାଏ। ଆଉ ଏହି ଟେଣ୍ଟଗୁଡିକ ଚାରିକୋଣିଆ ବା ସ୍କୋୟାର ପରି ହୋଇଥାଏ। ହେଲେ ଭାରତୀୟ ସୈନିକଙ୍କ ଟେଣ୍ଟଗୁଡିକ ମାଟିଆ ରଂଗର ଏବଂ ଗୋଲାକାର ଭାବେ ନିର୍ମାଣ କରାଯାଇଥାଏ।

ଏହି ପାହଡରେ ଯେଉଁ ନିର୍ମାଣ ହୋଇଛି ତାହା ସ୍ପଷ୍ଟ ଭାବେ ନାଲି ରଂଗର ତାର୍ପିଲିନ୍ ଏବଂ ସ୍କୋୟାର ସାଇଜ ଟେଣ୍ଟ ହୋଇଥିବାରୁ ତାହା ଚୀନର ନିର୍ମାଣ ବୋଲି ଜଣାପଡିଛି। ସେହିପରି ଆହୁରି ଜଣାପଡିଛି ଯେ, ଏହି ନିର୍ମାଣ ଗୁଡିକ LAC ରେ ଥିବା ଘାଟିର ପୁରା ଶୀର୍ଷ ଦେଶରେ ନିର୍ମାଣ କରାଯାଇଛି। ଗୁଗୁଲ ମ୍ୟାପ ଅନୁସାରେ ଯେଉଁଠି LAC ରହିଛି ସେହି ସ୍ଥାନରେ ଏହି ନିର୍ମାଣ ହୋଇଛି। ତେବେ ଏହା ଗୋଟିଏ କିମ୍ବା ଦଶଟି ନୁହେଁ, ବହୁ ସଂଖ୍ୟାରେ ହୋଇଥିବାରୁ ସାମରିକ ବିଶେଷଜ୍ଞଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି।

ପ୍ରକୃତରେ ‘ପାନଗଂଗ ସୋ’ ହ୍ରଦଟି ଉଭୟ ଭାରତ ଏବଂ ତିବ୍ବତୀୟାନ ଅଟୋନମୋସ ଅଞ୍ଚଳ ଚୀନରେ ରହିଛି। ଏହାର ପରିସୀମା ପ୍ରାୟ 134 କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏହା ସମୁଦ୍ର ପତ୍ତନରୁ ପ୍ରାୟ 13 ହଜାର 8 ଶହ 62 ଫୁଟ ଉଚ୍ଚରେ ରହିଛି। ଏହି ହ୍ରଦର ବିଭିନ୍ନ ଦିଗରେ ରହିଛି ଉଚ୍ଚ ପାହଡ। ଏହି ପାହଡର ବିଭିନ୍ନ ଅଂଶ ହାତର ପାପୁଲି ପରି ଭିତରକୁ ମାଡି ଆସି ହ୍ରଦକୁ ଛୁଇଁଛି। ସେଥିପାଇଁ ତାହାକୁ ଫିଙ୍ଗରସ ବା ହ୍ରଦର ଆଙ୍ଗୁଠିମାନ ବୋଲି କୁହାଯାଇଥାଏ। ଏହିପରି ପ୍ରାୟ 8ଟି ସ୍ଥାନରେ ପାହାଡ ହ୍ରଦକୁ ଛୁଇଁଛି। ସେଥିପାଇଁ ଏହି ପାହଡର ଏହି 8ଟି ଅଂଶକୁ 8 ଫିଙ୍ଗରସ ବା 8ଟି ଆଙ୍ଗୁଠି ବୋଲି କୁହାଯାଉଛି। ଗୋଟିଏ ଗୋଟିଏ ଆଙ୍ଗୁଠି ହ୍ରଦରୁ ବାହାରି ବହୁ ଉଚ୍ଚକୁ ଛୁଇଁଛି ଯାହାକି ସେସବୁ ସ୍ଥାନକୁ ସାଧାରଣ ଲୋକେ ଯିବା କେବେ ବି ସମ୍ଭବ ନୁହେଁ। ସେହି ସ୍ଥାନରେ ଚୀନ ଏହି ନିର୍ମାଣ କରିଥିବାର ଗୁଗୁଲ ମ୍ୟାପରୁ ଜଣାପଡିଛି। ( Report, IANS, Photo Credit: Maxar)