Categories
ଆଜିର ଖବର ଜାତୀୟ ଖବର

ରାହୁଲଙ୍କୁ ପପ୍ପୁ ବୋଲି ସମ୍ବୋଧନ କଲେ ବିଜେପି ବିଧାୟକ : ଝାଡଖଣ୍ଡ ବିଧାନସଭାରେ ହଙ୍ଗାମା

ରାଞ୍ଚି : ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ପପ୍ପୁ ବୋଲି ସମ୍ବୋଧନ କରିଛନ୍ତି ବିଜେପି ବିଧାୟକ । ଝାଡଖଣ୍ଡ ବିଜେପି ବିଧାୟକ ସିପି ସିଂ ରାହୁଲ ଗାନ୍ଧୀଙ୍କୁ ପପ୍ପୁ ବୋଲି ସମ୍ବୋଧନ କରିବା ପରେ ବିଧାନସଭାରେ ହଙ୍ଗାମା ହୋଇଛି । ଦିନ 11ଟାରେ ବିଧାନସଭା ଅଧିବେଶନ ଆରମ୍ଭ ହେବା ପରେ କଂଗ୍ରେସ ବିଧାୟକ ଇର୍ଫାନ୍‌ ଅନ୍‌ସାରୀ ସିଜେଆଇ ରଞ୍ଜନ ଗୋଗୋଇଙ୍କ ରାଜ୍ୟସଭା ମନୋନୟନକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହା ରାଜ୍ୟର ପରିସୀମା ମଧ୍ୟରେ ଆସୁନଥିବା କାରଣରୁ ଅଲଗା ପ୍ରଶ୍ନ କରିବା ପାଇଁ ଉଲ୍ଲେଖ କରିଥିଲେ ବାଚସ୍ପତି ରବୀନ୍ଦ୍ର ନାଥ ମାହେତୋ । ଏହାପରେ ସିପି ସିଂ ରାହୁଲଙ୍କୁ ପପ୍ପୁ ବୋଲି ସମ୍ବୋଧନ କରିଥିଲେ । ସିଂଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଥିଲେ ଏବଂ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲେ । (ଏଜେନ୍ସି)