Categories
ଆଜିର ଖବର ଖେଳ ଜାତୀୟ ଖବର

ପରୀକ୍ଷା ପେ ଚର୍ଚ୍ଚା ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅନୀଲ କୁମ୍ବଲେ

ନୂଆଦିଲ୍ଲୀ : ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅନୀଲ କୁମ୍ବଲେ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ଦୁଇ ଦିନ ପରେ କୁମ୍ବଲେ ମୋଦିଙ୍କୁ ଟ୍ବିଟ୍ଟର ଜରିଆରେ ଧନ୍ୟବାଦ ଜଣାଇଛନ୍ତି । ମୋଦି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ସମୟରେ ହନୁହାଡ ଭାଙ୍ଗିଥିବା ସତ୍ତ୍ବେ କୁମ୍ବଲେ ବୋଲିଂ କରିଥିବା ଘଟଣାର ଉଦାହରଣ ଦେଇଥିଲେ । ଏକ ଟ୍ବିଟ୍‌ କରି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପରୀକ୍ଷା ପେ ଚର୍ଚ୍ଚାରେ ତାଙ୍କ ନାମ ନେଇଥିବାରୁ କୁମ୍ବଲେ ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, 2002ରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଆଣ୍ଟିଗୁଆ ଟେଷ୍ଟରେ କୁମ୍ବଲେ ମୁଣ୍ଡରେ ପଟି ବାନ୍ଧି 14 ଓଭର ବୋଲିଂ କରିବା ସହିତ ବ୍ରାଏନ୍‌ ଲାରାଙ୍କ ଓ୍ବିକେଟ ଦଖଲ କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ତାଲକୋଟରା ଷ୍ଟାଡିୟମରେ ପରୀକ୍ଷା ପେ ଚର୍ଚ୍ଚା : ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଲେ ମୋଦି

ନୂଆଦିଲ୍ଲୀ : ପରୀକ୍ଷା ଋତୁ ନିକଟତର ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମ୍ବନ୍ଧୀୟ ଟିପ୍ସ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀର ତଲାକୋଟରା ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନର ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଅନେକ ଛାତ୍ରଛାତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ବିଫଳତା ଜୀବନର ଏକ ଅଂଶବିଶେଷ, ଏହା ଦ୍ବାରା ଭାଙ୍ଗିନପଡି ସଫଳତା ପାଇଁ ପ୍ରେରଣା ହାସଲ କରିବା ଉଚିତ୍‌ ବୋଲି ମୋଦି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ ।

ଯୁବପିଢିଙ୍କ ସହିତ ଆଲୋଚନା ଦ୍ବାରା ତାଙ୍କୁ ଅନେକ ନୂତନ ଅଭିଜ୍ଞତା ମିଳିଥାଏ ଏବଂ ସେ ପିଲାମାନଙ୍କ ବନ୍ଧୁ ଭାବରେ ଏହି କାର୍ଯ୍ୟକ୍ରମକୁ ଆସିଛନ୍ତି ବୋଲି ପ୍ରାରମ୍ଭରୁ ପ୍ରକାଶ କରିଥିଲେ ମୋଦି । ଛାତ୍ରଛାତ୍ରୀଙ୍କ ପାଠପଢା ଏବଂ ପରୀକ୍ଷାକୁ ନେଇ ଅଭିଭାବକଙ୍କ ଚାପକୁ ନାପସନ୍ଦ କରିଥିଲେ ମୋଦି । ଏହା ସଠିକ୍‌ ନୁହେଁ । ଅଭିଭାବକ ମାନେ ପିଲାମାନଙ୍କ ଉପରେ ପରୀକ୍ଷା ଫଳକୁ ନେଇ ଚାପ ପକାଇବା ବନ୍ଦ କରିବା ଉଚିତ ବୋଲି ମୋଦି କହିଥିଲେ । ଆଗକୁ ବଢିବା ପାଇଁ ପରୀକ୍ଷା ଫଳ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ପାହାଚ, ମାତ୍ର ଏହା ସବୁକିଛି ନୁହେଁ ତେଣୁ ପାଠ ବ୍ୟତୀତ ଖେଳକୁଦ, ସଙ୍ଗୀତ ଇତ୍ୟାଦିକୁ ମଧ୍ୟ ଗୁରୁତ୍ବ ପ୍ରଦାନ କରିବା ଉଚିତ୍‌ ବୋଲି ମୋଦି ମତ ଦେଇଥିଲେ । (ଏଜେନ୍ସୀ)