Categories
ଆଜିର ଖବର ରାଜ୍ୟ ଖବର

ରାହୁଳ ଗାନ୍ଧୀଙ୍କୁ ଭେଟିଲେ ଓଡିଶା କଂଗ୍ରେସ ନେତା, ଖୁବଶିଘ୍ର ଘୋଷଣା ହେବ ନୂଆ ସଭାପତିଙ୍କ ନାମ

ନୂଆଦିଲ୍ଲୀ: ଆଜି ଓଡିଶାର୧୭ ଜଣ ନେତା କଂଗ୍ରେସ ମୁଖ୍ୟ ରାହୁଳ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ରାହୁଳ ସେମାନଙ୍କ ସହିତ ୱାନ ଟୁ ୱାନ କଥାବାର୍ତ୍ତା ହୋଇଛନ୍ତି। ସେମାନଙ୍କଠାରୁ ନୂଆ ପିସିସିସ ସଭାପତି କିଏ ହେବ ସେ ନେଇ ମତାମତ ମଧ୍ୟ ନେଇଛନ୍ତି। ସେହିପରି ଆଗାମୀ ନିର୍ବାଚନ ପାଇଁ କଣ ରହିବ ରଣନୀତି ସେ ନେଇ ନେତାଙ୍କ ମତ ସଂଗ୍ରହ କରିଛନ୍ତି।

ତେବେ ରାହୁଲଙ୍କୁ ଭେଟିଥିବା ୧୭ ଜଣ ନେତାଙ୍କ ମଧ୍ୟରେ ଅଛନ୍ତି ନିରଂଜନ ପଟ୍ଟନାୟକ, ନରସିଂହ ମିଶ୍ର, ସୁର ରାଉତରାୟ, ମହମ୍ମଦ ମୁକିମ, ଚିରଞ୍ଜିବ ବିଶ୍ବାଳ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ରମେଶ ଜେନା, ଜୟଦେବ ଜେନା, ରାଜନ ଏକା, ସପ୍ତଗିରି ଉଲାକା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଭୁବନେଶ୍ବରରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର, ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତୃବୃନ୍ଦ ଏବଂ କର୍ମୀଗଣ ପେଟ୍ରୋଲ ଏବଂ ଡିଜେଲର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମାଷ୍ଟର କ୍ୟାଂଟିନ ଛକଠାରେ ପ୍ରତିବାଦ କରିଥିଲେ। ୨୦୧୪ ମସିହାରେ ଯେତେବେଳେ ଅଶୋଧିତ ତୈଳର ଦାମ ୧୦୭ ଡଲାରୁ ବଢ଼ି ୧୩୫ ଡଲାର ଥିଲା ବେଳେ ପେଟ୍ରୋଲର ମୂଲ୍ୟ ୪୨ଟଙ୍କା ଥିଲାବେଳେ ଏବଂ ଡିଜେଲର ମୂଲ୍ୟ ୩୫ଟଙ୍କା ପାଖାପାଖି ଥିଲା। କିନ୍ତୁ ଆଜି ବିଶ୍ୱ ବଜାରରେ କଂଚା ତୈଳ୍ୟର ଦାମ ୪୦ ଡଲାରୁ ୩୭ ଡଲାରକୁ ଖସିଥିଲା ବେଳେ ପେଟ୍ରୋଲ ଦାମ ୭୮ଟଙ୍କା ଏବଂ ଡିଜେଲର ଦାମ ୭୫ ଟଙ୍କାରେ ପହଂଚିଛି ।

ଏହି ବିଗତ ଏକ ସପ୍ତାହ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଦାମ ପାଖାପାଖି ୭ଟଙ୍କାରୁ ୮ଟଙ୍କା ବୃଦ୍ଧି ଘଟିଛି। କରେନା ମହାମାରୀ ସମୟରେ ଲୋକଙ୍କ ପାଖରେ ରୋଜଗାର ନାହିଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ଅସର୍ଯ୍ୟ ହୋଇପଡ଼ିଥିଲା ବେଳେ ଏ ଅହେତକୁ ଦରବୃଦ୍ଧି ବୋଝ ଉପରେ ନଳିତାବିଡ଼ା ସଦୃଶ। ଏ ଅହେତୁକ ଦରବୃଦ୍ଧି ଯୋଗୁଁ ଉପଭୋକ୍ତାଙ୍କ ଠାରୁ ଆରମ୍ଭ କରି କୃଷକ ସବୁବର୍ଗର ଲୋକଙ୍କ ବୋଝ ଲଦିଦିଆଗଲା। ଯାତ୍ରୀ ଭଡ଼ା ଚାଲିଛି ଆହୁରି ଆଗକୁ ମଧ୍ୟ ବଢ଼ିବ।

କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣାଟି ହେଉଛି କେନ୍ଦ୍ର ସରକାର ୩୨ଟଙ୍କା ଲିଟର ପିଛା ଏକସାଇଜ ନେଉଥିଲା ବେଳେ ଅର୍ଥକମିଶନଙ୍କ ସୁପାରିଶ ହିସାବରେ ମାତ୍ର ୪୧% ଏକସାଇଜ ଡ୍ୟୁଟିରୁ ରାଜ୍ୟମାନଙ୍କୁ ଭାଗ ମିଳିବ। ଏହି ୪୧%ରୁ ଓଡ଼ିଶାକୁ ମାତ୍ର ୩.୪୬% ଅର୍ଥ ମିଳିବ । କିନ୍ତୁ ୨୦୧୪ ମସିହାରେ ରାଜ୍ୟମାନଙ୍କୁ ୪୨% ହାରରେ ଭାଗ ମିଳୁଥିଲା। ତେଣୁ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ଯୋଗୁଁ କେନ୍ଦ୍ର ସରକାର ଅଧିକରୁ ଅଧିକ ରାଜସ୍ୱ ଆୟ କରିଚାଲିଛନ୍ତି।

ଏଭଳି ଏକ ଦୁଃସ୍ଥିତି ଜନସାଧାରଙ୍କ ହିତକୁ ଧ୍ୟାନ ନଦେବାକୁ କଂଗ୍ରେସ ଦଳ ଦୃଢ଼ ସ୍ୱରରେ ନିନ୍ଦା କରୁଛି । ବିଶେଷ କରି ଓଡ଼ିଶାର ଜନସାଧାରଣ ଆଜି କିଭଳି ବଂଚିବା ପାଇଁ ସଂଗ୍ରାମ କରୁଥିଲା ବେଳେ ତାଙ୍କ ଉପରକୁ ଅଧିକରୁ ଅଧିକ ଆର୍ଥିକ ବୋଝ ଏହା ଅତ୍ୟନ୍ତ ଦୁଃଖ ଏବଂ ଯନ୍ତ୍ରଣାଦାୟକ । ଏଣୁ ଯଥାଶୀଘ୍ର କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରେ ଯେଉଁ କର ଆଦାୟ କରୁଛନ୍ତି ତାହା ଅତିଶୀଘ୍ର କମ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।