Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର: ଜାଣନ୍ତୁ ଓଡିଶାବାସୀଙ୍କୁ କ’ଣ ଦେଲା ପ୍ରତିଶ୍ରୁତି?

ଭୁବନେଶ୍ଵର: ୨୦୨୪ ସାଧାରଣ ନିର୍ବାଚନ ମାତ୍ର ଆଉ କିଛି ଦିନ ବାକି ଥିବା ବେଳେ ଆସନ୍ତାକାଲି ଏନେଇ ତାରିଖ ଘୋଷଣା କରାଯିବ। ଆସନ୍ତାକାଲି ତାରିଖ ଘୋଷଣା ପରେ ସମଗ୍ର ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁହେବ। ଏଥିପାଇଁ ସମସ୍ତ ରାଜନୈତିକ ଦଳଗୁଡିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହିକ୍ରମରେ ଓଡିଶା ପାଇଁ ଆଜି ଓଡିଶା ପ୍ରଦେଶ କଂଗ୍ରେସ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ତେବେ ଓଡିଶାବାସୀଙ୍କ ପାଇଁ କଂଗ୍ରେସ ୯ ଟି ପ୍ରତିଶ୍ରୁତି ଦେଇଛି। ଆସନ୍ତୁ ଜାଣିବା କଂଗ୍ରେସର ଇସ୍ତାହାରରେ ଓଡିଶାବାସୀଙ୍କ ପାଇଁ କ’ଣ ରହିଛି ପ୍ରତିଶ୍ରୁତି?

୧- କୃଷକଙ୍କ ପାଇଁ କୃଷିଋଣ ଛାଡ, ଧାନ କ୍ଵିଣ୍ଟାଲ ପିଛା ୩ ହଜାର ଟଙ୍କା ଏବଂ ଚାଷୀଙ୍କୁ ୨ ହଜାର ଟଙ୍କା ଭତ୍ତା।

୨- ବିଜୁଳି ଉପଭୋକ୍ତାଙ୍କୁ ୨ ଶହ ୟୁନିଟ ବିଜୁଳି ଦେୟ ଛାଡ

୩- ୫ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି

୪- ବେକାରୀ ଭତ୍ତା ମାସିକ ୩ ହଜାର ଟଙ୍କା

୫- ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ

୬- ବାର୍ଦ୍ଧକ୍ୟ/ ବିଧବା ଭତ୍ତା ମାସିକ ୨ ହଜାର

୭- ପ୍ରତ୍ୟେକ ପରିବାରକୁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସର ରାଜ୍ୟ ନିର୍ବାଚନ କକ୍ଷ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ଲଲାଟେନ୍ଦୁ ଶତପଥୀ

ଭୁବନେଶ୍ଵର: ଆଜି ଓଡିଶା ପ୍ରଦେଶ କଂଗ୍ରେସ ପାଇଁ ନିର୍ବାଚନ କକ୍ଷ ଘୋଷଣା କରାଯାଇଛି। ଏଆଇସିସି ତରଫରୁ ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିବା ବେଳେ ଲଲାଟେନ୍ଦୁ ଶତପଥୀ (ଚିକୁ) ଙ୍କୁ ରାଜ୍ୟ କଂଗ୍ରେସ ନିର୍ବାଚନ ଉପାଧ୍ୟକ୍ଷ ଦାଇତ୍ୱ ଦିଆଯାଇଛି।

ସେହିଭଳି ତରୁଣକାନ୍ତ ମିଶ୍ର, ଜିନେଶ ଦାସ, ପ୍ରକାଶ ମିଶ୍ର, ସଞ୍ଜୟ ତ୍ରିପାଠୀ ଓ ଦିଗନ୍ତ ଦେଙ୍କୁ ସଂଯୋଜକ ଦାୟିତ୍ଵ ମିଳିଛି। ଏନେଇ ଓଡିଶା ପ୍ରଭାରୀ ଡା. ଅଜୟ କୁମାର ଘୋଷଣା କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟ କଂଗ୍ରେସ ନିର୍ବାଚନ ଉପାଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ଲଲାଟେନ୍ଦୁ ଶତପଥୀ ଗତକାଲି କଂଗ୍ରେସରେ ସାମିଲ ହୋଇଥିଲେ। ଏହା ପୂର୍ବରୁ ଲଲାଟେନ୍ଦୁ ଭାରତୀୟ ଜନତା ପାର୍ଟିର ଆଇଟି ଓ ସୋସିଆଲ ମିଡ଼ିଆ କନଭେନର, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ଓ ମେଡ଼ିଆ ପ୍ୟାନେଲିଷ୍ଟ ଭଳି ଗୁରୁ ଦାଇତ୍ୱ ନିର୍ବାହ କରୁଥିଲେ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ଦଳ ଉପରେ ଅସନ୍ତୋଷ ହୋଇ ସ୍ଵାଧୀନ ପ୍ରାର୍ଥୀ ଭାବେ ସେ ବିଧାନସଭା ନିର୍ବାଚନ ଲଢିଥିଲେ।

ତେବେ ଲଲାଟେନ୍ଦୁଙ୍କୁ ଆଜି କଂଗ୍ରେସ ପକ୍ଷରୁ ଏକ ବଡ ଦାୟିତ୍ଵ ମିଳିଥିବାରୁ ତାଙ୍କର ପ୍ରଶଂସକମାନେ ଖୁସି ବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡକରା, ହେଲେ କାହିଁକି ??

ଭୁବନେଶ୍ୱର: ଆସନ୍ତା ୨୬ ଅକ୍ଟୋବର ସକାଳ ୧୦ ଟା ୩୦ ସମୟରେ ଦିଲ୍ଳୀ ୨୪ ଆକବର ରୋଡ଼ ସ୍ଥିତ ଅଖିଳ ଭାରତ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ଠାରେ ନବନିର୍ବାଚିତ ଅଖିଳ ଭାରତ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କୁ ଦଳୀୟ ନିର୍ବାଚନରେ ଜିତିଥିବାର ପ୍ରମାଣପତ୍ର ମୁଖ୍ୟ ନିର୍ବାଚନ କର୍ତୃପକ୍ଷ ଶ୍ରୀଯୁକ୍ତ ମଧୁସୂଦନ ମିସ୍ତ୍ରୀ ପ୍ରଦାନ କରିବେ ।

ଏହି ଉପଲକ୍ଷେ ନୂଆ ଦିଲ୍ଲୀ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ସଭାର ଆୟୋଜନ କରାଯାଇଅଛି । ଏହି ସଭାକୁ ସିଡବ୍ଳୁସି ମେମ୍ବର, ପ୍ରଦେଶ କଂଗ୍ରେସ ସଭାପତି, ସିଏଲପି ନେତା, ବିଧାନ ପରିଷଦର କଂଗ୍ରେସ ନେତା, ଏଆଇସିସି କର୍ମକର୍ତା, ଅଖିଳ ଭାରତ ଜାତୀୟ କଂଗ୍ରେସ ର ସମସ୍ତ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି

ସେହିପରି ସାଂସଦ, ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, କଂଗ୍ରେସ ଶାସିତ ରାଜ୍ୟର ମନ୍ତ୍ରୀବୃନ୍ଦ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଓ ପୂର୍ବତନ କଂଗ୍ରେସ ବିରୋଧି ଦଳ ନେତା, ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ବୃନ୍ଦଙ୍କୁ ଏହି ସଭାକୁ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରଣ କରାଯାଇଅଛି ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାହୁଳ ଗାନ୍ଧୀଙ୍କୁ ଭେଟିଲେ ଓଡିଶା କଂଗ୍ରେସ ନେତା, ଖୁବଶିଘ୍ର ଘୋଷଣା ହେବ ନୂଆ ସଭାପତିଙ୍କ ନାମ

ନୂଆଦିଲ୍ଲୀ: ଆଜି ଓଡିଶାର୧୭ ଜଣ ନେତା କଂଗ୍ରେସ ମୁଖ୍ୟ ରାହୁଳ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ରାହୁଳ ସେମାନଙ୍କ ସହିତ ୱାନ ଟୁ ୱାନ କଥାବାର୍ତ୍ତା ହୋଇଛନ୍ତି। ସେମାନଙ୍କଠାରୁ ନୂଆ ପିସିସିସ ସଭାପତି କିଏ ହେବ ସେ ନେଇ ମତାମତ ମଧ୍ୟ ନେଇଛନ୍ତି। ସେହିପରି ଆଗାମୀ ନିର୍ବାଚନ ପାଇଁ କଣ ରହିବ ରଣନୀତି ସେ ନେଇ ନେତାଙ୍କ ମତ ସଂଗ୍ରହ କରିଛନ୍ତି।

ତେବେ ରାହୁଲଙ୍କୁ ଭେଟିଥିବା ୧୭ ଜଣ ନେତାଙ୍କ ମଧ୍ୟରେ ଅଛନ୍ତି ନିରଂଜନ ପଟ୍ଟନାୟକ, ନରସିଂହ ମିଶ୍ର, ସୁର ରାଉତରାୟ, ମହମ୍ମଦ ମୁକିମ, ଚିରଞ୍ଜିବ ବିଶ୍ବାଳ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ରମେଶ ଜେନା, ଜୟଦେବ ଜେନା, ରାଜନ ଏକା, ସପ୍ତଗିରି ଉଲାକା।

Categories
ଆଜିର ଖବର ରାଜ୍ୟ ଖବର

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଖୋଜିବାକୁ ପିସିସି ପକ୍ଷରୁ ଗଠିତ ହେଲା କମିଟି

ଭୁବନେଶ୍ୱର: ଚଳିତ ମାସ ୩୧ ତାରିଖ ଦିନ ବ୍ରଜରାଜନଗର ବିଧାୟକ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ।ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ବିଧାୟକ ପାର୍ଥି ଚୟନ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି।

ଉକ୍ତ କମିଟି ରେ ପିସିସି ଉପସଭାପତି ଯଜ୍ଞଶ୍ୱର ବାବୁ ଅଧ୍ୟକ୍ଷ ରହି ଥିବାବେଳେ ଝାରସୁଗୁଡା ଜିଲ୍ଲା ସଭାପତି ଭରତ ଅବସ୍ତି ଆବାହକ ରହିଛନ୍ତି। ସେହିପରି ଉକ୍ତ କମିଟିରେ ସମ୍ବଲପୁର ଜିଲ୍ଲା ସଭାପତି ଅଶ୍ବିନୀ ଗୁରୁ,ସୁନ୍ଦରଗଡ଼ ଜିଲ୍ଲା ସଭାପତି ବେଣୁ ମାଧବ ତ୍ରିପାଠୀ,ବରଗଡ଼ ସାଂସଦ ପାର୍ଥି ପ୍ରଦୀପ ଦେବତା ସଭ୍ୟ ଭାବେ ରହିଛନ୍ତି। ଉକ୍ତ କମିଟି ଆଜି ବ୍ରଜରାଜନଗର ଗସ୍ତ କରି ବିଭିନ୍ନ ନେତୃବୃନ୍ଦଙ୍କୁ ଭେଟି ଆଲୋଚନା କରି ଆସନ୍ତା ୮ ତାରିଖ ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି।

Categories
ଆଜିର ଖବର

ଜାମିନ ପରେ ପୁଣି ଥରେ ଗିରଫ ହେଲେ ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ

ଲକ୍ଷ୍ନୌ : ପୁଣି ଥରେ କଂଗ୍ରେସର ମିଛ ଧରାପଡିଛି । 1000 ବସ୍‌ ପ୍ରେରଣକୁ ନେଇ ମିଥ୍ୟା ଖବର କାରଣରୁ ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ କୁମାର ଲାଲୁଙ୍କୁ ଗିରଫ କରାଯାଇଛି । ବୁଧବାର ଲାଲୁଙ୍କୁ ଜାମିନ ମିଳିବା ପରେ ପୁନର୍ବାର ଗିରଫ କରାଯାଇଛି । ଏଡି ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ତାଙ୍କର ବ୍ୟକ୍ତିଗତ ସଚିବ ସନ୍ଦୀପ ସିଂଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଲାଲୁଙ୍କୁ ଜାମିନ ମିଳିବା ପରେ ତାଙ୍କ ଲକ୍ଷ୍ନୌ ପୋଲିସ୍‌ ପକ୍ଷରୁ ପୁନର୍ବାର ଗିରଫ କରାଯାଇଛି । ଲାଲୁଙ୍କୁ 20 ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଜରିଆରେ ଜାମିନ ମିଳିଥିବା ବେଳେ ଆଗ୍ରାରେ ମଙ୍ଗଳବାର ସନ୍ଧ୍ୟାରେ ଦିଆଯାଇଥିବା ଧାରଣା କାରଣରୁ ଅଜୟ ଲାଲୁଙ୍କୁ ଗିରଫ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମରେ କୋଭିଡ୍‌ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ନିରଞ୍ଜନଙ୍କ ନିବେଦନ

ଭୁବନେଶ୍ବର : ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରେସବାର୍ତ୍ତା ଜରିଆରେ କହିଛନ୍ତି ଯେ ଓଡିଶାରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି । ବିଶେଷକରି ଗଞ୍ଜାମ ଜିଲ୍ଲାରେ 40 ହଜାରରୁ ଅଧିକ ଲୋକ ଆସି ପହଂଚିଲେଣି । ଆହୁରି ମଧ୍ୟ ଆସିବେ । ସେମାନଙ୍କର ସଂପୂର୍ଣ୍ଣ ବ୍ୟବସ୍ଥା ଖାଲି 3 ଜଣ ପ୍ରଶାସନିକ ଅଧିକାରୀଙ୍କୁ ଦେଇଦେଲେ ହେବନାହିଁ । ଅନ୍ୟାନ୍ୟ ସହଯୋଗୀ କାର୍ଯ୍ୟକ୍ରମ ସେଠାରେ ଆରମ୍ଭ କରିବାର ଆବଶ୍ୟକତା ରହିଛି । ବାଚସ୍ପତି ମହାଶୟ ନିଜେ କାଲି ଗଣମାଧ୍ୟମ ଜରିଆରେ କହିଥିଲେ ଯେ ଗାଁ ମଝିରେ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲାଯାଇଛି । ରାତିରେ କେହି ରହୁନାହାନ୍ତି, ଘରକୁ ପଳାଉଛନ୍ତି । ତେଣୁ ଏ ସବୁ କାର୍ଯ୍ୟକ୍ରମକୁ ଆହୁରି ସୂଚାରୁ ରୂପେ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ସେ ଆହୁରି କହିଛନ୍ତି ଯେ ଆମେ ଯାହା ସରକାରଙ୍କୁ ପ୍ରସ୍ତାବ ଦେଲୁ ସରକାର ଆମ କଥା ଶୁଣିଲେ ନାହିଁ । ସେଠାକାର ବିଭିନ୍ନ ରାଜନୈତିକ ଲୋକ, ସେବାକାରୀ ସଂସ୍ଥା, ନାଗରିକ ସମାଜକୁ ନେଇ ଲୋକଙ୍କ ମନୋବଳ କରାଯାଉ । ଅନ୍ୟାନ୍ୟ ଜିଲ୍ଲାର ଯେଉଁମାନେ ଦାଦନ ଶ୍ରମିକ ଖଟିବାକୁ ରାଜ୍ୟ ବାହାରକୁ ଯାଇଛନ୍ତି, ସେମାନେ ଫେରି ନାହାନ୍ତି । ଫେରିଲେ ଗଞ୍ଜାମ ଭଳି ଭୟାବହ ସ୍ଥିତି ଦେଖାଯାଇପାରେ । ଏହାଛଡା ଗଞ୍ଜାମ ଜିଲ୍ଲାରେ ମାତ୍ର 200 ବେଡ୍ ଥିବା ହସ୍‌ପିଟାଲ ବ୍ୟବସ୍ଥାକୁ ନେଇ ନିରାଶା ଜାହିର କରିଛନ୍ତି ନିରଞ୍ଜନ । ଯେଉଁଠି ଆବଶ୍ୟକତା ନାହିଁ, ସେଠରେ ଅଧିକ ବେଡ୍‌ର କୋଭିଡ୍ ବ୍ୟବସ୍ଥା କରିଛନ୍ତି ସରକାର । ଗରିବ ଓଡିଆକୁ ବଞ୍ଚାଇବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ନିରଞ୍ଜନ କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ କଂଗ୍ରେସ ଭବନରେ ଗୋଷ୍ଠୀ ସଂଘର୍ଷ : 3 ଗୁରୁତର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ପୁରୀ କଂଗ୍ରସ ଭବନରେ କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏହି ସଂଘର୍ଷରେ 3 ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶ୍ରୀମନ୍ଦିର ଦର୍ଶନ ସାରି ଓଡ଼ିଶା ପ୍ରଭାରୀଙ୍କ ସହ ନେତାମାନେ ଫେରିବା ବେଳେ ପିସିସି ସଭାପତି ଏବଂ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଥିଲା ।