Categories
ଅପରାଧ ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବରଗଡରେ ବିପୁଳ ପରିମାଣର କଫ ସିରାପ୍, ଟାବଲେଟ ଏବଂ ଇଂଜେକ୍ସେନ ଜବତ, ଆଠ ଜଣ ଗିରଫ

ପଦ୍ମପୁର, ବରଗଡ ଜିଲ୍ଲାର ପଦ୍ମପୁର ପୋଲିସ ବିପୁଳ ପରିମାଣର ଔଷଧ, କଫ ସିରାପ୍ , ଇଂଜେକ୍ସନ ଏବଂ ଟାବଲେଟ ଜବତ କରିଛି। ଏଥିରେ 5ଶହ ବୋତଲ କୋରେକ୍ସ, 4 ହଜାର ପ୍ୟାକେଟ ନିଟ୍ରୋସନ ଟାବେଲଟ ଏବଂ ଦୁଇ ହଜାରଟି ପେଣ୍ଟାଜୋସିନ ଇଂଜେକସନ ଅଛି। ଖବର ଅନୁସାରେ ଦୁଇଟି ଗାଡିରେ ବିପୁଳ ପରିମାଣର କଫ ସିରାପ ବିକ୍ରି ପାଇଁ ଯାଉଥିବାର ପୋଲିସ ପାଖକୁ ସୂଚାନା ଆସିଥିଲା। ସେହି ସୂଚନା ଆଧାରରେ ପଦ୍ମପୁର ପୋଲିସ ରାସ୍ତା ବ୍ଲକ କରି ଯାଞ୍ଚ କରି ଏହି ଗାଡିକୁ ଜବତ କରିଥିଲା। ଏହି ମାମଲାରେ ପୋଲିସ 8 ଜଣଙ୍କୁ ଗିରଫ କରିବା ସହିତ ଦୁଇଟି ଗାଡି ଜବତ କରିଛି।