Categories
ଆଜିର ଖବର ଜାତୀୟ ଖବର

ଏଣିକି ଆୟୁର୍ବେଦ ଡାକ୍ତର ବି କରିପାରିବେ ସର୍ଜରୀ

ନୂଆଦିଲ୍ଲୀ :  ସରକାର ଏବେ ଦେଶର ଡାକ୍ତରଙ୍କ ସମ୍ପର୍କରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ଆଇନସମ୍ମତ ଭାବରେ ଆୟୁର୍ବେଦ ଡାକ୍ତରମାନଙ୍କୁ ଅସ୍ତ୍ରୋପଚାର କରିବାକୁ ଅନୁମତି ମିଳିଛି । ସରକାର ଏନେଇ ଏକ ବିଜ୍ଞପ୍ତି ଜାରି କରି ଆୟୁର୍ବେଦରେ ପିଜି ଛାତ୍ରଙ୍କୁ ସର୍ଜରୀ ପାଇଁ ଅନୁମତି ଦେଇଛନ୍ତି । ଦୀର୍ଘ 25 ବର୍ଷ ଧରି ପୂର୍ବରୁ ଆୟୁର୍ବେଦ ଡାକ୍ତରମାନେ ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର କରୁଥିଲେ ସୁଦ୍ଧା ଏହା ଆଇନ୍ ସମ୍ମତ ନଥିଲା କିନ୍ତୁ ବର୍ତ୍ତମାନ ଏହାକୁ ସେଣ୍ଟ୍ରାଲ କାଉନସିଲ ଅଫ ମେଡିସିନ୍ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଯାହା ଦ୍ୱାରା ବର୍ତ୍ତମାନଠାରୁ ଆୟୁର୍ବେଦ ଡାକ୍ତରମାନେ ଆଇନସମ୍ମତ ଭାବରେ ଅସ୍ତ୍ରୋପଚାର କରିପାରିବେ ।

ଏନେଇ ଇଣ୍ଡିଆନ୍ ସେଣ୍ଟ୍ରାଲ କାଉନସିଲ୍ ଅଫ୍ ମେଡିସିନ୍ ପକ୍ଷରୁ ଗତ ନଭେମ୍ବର 19 ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଯେଉଁଥିରେ ଇଣ୍ଡିଆନ୍ ସେଣ୍ଟ୍ରାଲ କାଉନସିଲ୍ ଅଫ୍ ମେଡିସିନ୍ ରେଗୁଲେସନ୍ 2016 କୁ ସଂଶୋଧନ କରାଯାଇ ଆୟୁର୍ବେଦ ଡାକ୍ତରଙ୍କ ସର୍ଜରୀକୁ ଆଇନସମ୍ମତ ବୋଲି ଉଲ୍ଲେଖ କରାଯାଇଛି ।

କେନ୍ଦ୍ର ସରକାରଙ୍କ ଅନୁମତି ପାଇବା ପରେ ଇଣ୍ଡିଆନ୍ ସେଣ୍ଟ୍ରାଲ କାଉନସିଲ୍ ଅଫ୍ ମେଡିସିନ୍ ଏହା ଘୋଷଣା କରିଛି । ଏବେ ଆୟୁର୍ବେଦ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଅସ୍ତ୍ରୋପଚାର କରିବାର ସ୍ୱତନ୍ତ୍ର ତାଲିମ୍ ଦିଆଯିବ ସ୍ନାତକତ୍ତୋର ଶିକ୍ଷାରେ ତାଲିମ୍ ମାଧ୍ୟମରେ ଏବେଠାରୁ ଆୟୁର୍ବେଦ ଛାତ୍ରଛାତ୍ରୀ ମାନଙ୍କୁ ଶଲ୍ୟତନ୍ତ୍ର ଠାରୁ ଆରମ୍ଭ କରି ଅନ୍ତନଳୀ ପର୍ଯନ୍ତ ସବୁ ପ୍ରକାର ଅସ୍ତ୍ରୋପଚାରର ତାଲିମ ଦିଆଯିବ । ଯାହା ଫଳରେ ବର୍ତମାନ ଠାରୁ ଆୟୁର୍ବେଦ ଡାକ୍ତରମାନେ ନାସା, ଗଳା , ଚକ୍ଷୁ, କର୍ଣ୍ଣ ଓ ଅସ୍ଥିଶଲ୍ୟରେ ବିଭିନ୍ନ ପ୍ରକାର ସାଧାରଣ ସର୍ଜରୀ କରିପାରିବେ । (ଏଜେନ୍ସି)

Categories
ଆଜିର ଖବର

ସିଙ୍ଗାପୁର ଓପନ୍‌ : ଫର୍ମ ଫେରିବା ନେଇ ଆଶାୟୀ ସିନ୍ଧୁ

ଆଜିଠୁ ଆାରମ୍ଭ ହେବାକୁ ଯାଉଛି ସିଙ୍ଗାପୁର ଓପନ ବ୍ୟାଡମିଣ୍ଟନ। ୩ ଲକ୍ଷ ୫୫ହଜାର ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାରେ ନିଜର ଫର୍ମ ନେଇ ଆଶାୟୀ ଅଛନ୍ତି ପିଭି ସିନ୍ଧୁ। ମାଲେସିଆ ଓପନରୁ ଶୀଘ୍ର ବିଦାୟ ନେଇଥିବା ସିନ୍ଧୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଷଷ୍ଠ ସିଡ୍‌ର ମାନ୍ୟତା ପାଇଛନ୍ତି। ଏକମାତ୍ର ଭାରତୀୟ ଭାବରେ ସାଇନା ନେହ୍ବାଲ ଗୋଟିଏ ଥର ଏହି ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି। ସାଇନା ଏବଂ ସିନ୍ଧୁଙ୍କ ବ୍ୟତିତ କିଦାମ୍ବି ଶ୍ରୀକାନ୍ତ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ସଫଳ ପ୍ରଦର୍ଶନ ନେଇ ଆଶାବାଦୀ ରହିବେ। ଏଚ ଏସ୍‌ ପ୍ରଣୟ ଏବଂ ବି ସାଇ ପ୍ରଣୀଥ୍‌ ମଧ୍ୟ ମୁଖ୍ୟ ଡ୍ରରେ ସାମିଲ୍‌ ହୋଇଛନ୍ତି। ସାଇ ପ୍ରଣୀଥ୍‌ ନିଜର ପ୍ରଥମ ରାଉଣ୍ଡ ମୁକାବିଲାରେ ବିଶ୍ବର ଏକ ନମ୍ବର ଖେଳାଳି କେଣ୍ଟୋ ମୋମୋଟାଙ୍କ ମୁକାବିଲା କରିବେ।