Categories
ଆଜିର ଖବର ରାଜ୍ୟ ଖବର

ଜୁଲାଇ 13ରୁ ଆରମ୍ଭ ହେବ କଲେଜ ପିଲାଙ୍କ ଅନ୍‌ଲାଇନ୍‌ କ୍ଲାସ୍‌

ଭୁବନେଶ୍ବର : ଆସନ୍ତା ଜୁଲାଇ 13 ତାରିଖରୁ ୟୁଜି ଏବଂ ପିଜି ପିଲାଙ୍କ ପାଇଁ ଆରମ୍ଭ ହେବ ଅନ୍‌ଲାଇନ୍‌ କ୍ଲାସ୍‌ । ଅନଲାଇନ୍‌ କ୍ଲାସ୍‌ ନେଇ ଗାଇଡଲାଇନ୍‌ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କ ପାଇଁ ଉଚ୍ଚଶିକ୍ଷା ସଚିବ ଗାଇଡଲାଇନ୍‌ ଜାରି କରିଛନ୍ତି । ଜୁଲାଇ 13ରୁ ଅନଲାଇନ କ୍ଳାସ ଆରମ୍ଭ ପାଇଁ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଗୁଗୁଲ୍‌ ମିଟ୍‌/ ଜୁମ୍‌/ ସ୍କାଇପ୍‌ ଜରିଆରେ କଲେଜ ପିଲାଙ୍କ ଅନ୍‌ଲାଇନ୍‌ କ୍ଲାସ ହେବ। ଦିନକୁ 2ରୁ 3 ଘଣ୍ଟା କ୍ଲାସ୍‌ ହେବ । ଅନ୍‌ଲାଇନ୍‌ କ୍ଲାସ କରୁଥିବା ପିଲାଙ୍କ ଉପସ୍ଥାନ ନେବେ ସମ୍ପୃକ୍ତ ଶିକ୍ଷକ । ହ୍ବାଟସ୍‌ଆପ୍‌ରେ ପିଲାଙ୍କ ଗ୍ରୁପ୍ ହେବ, ସର୍ବାଧିକ 32 ପିଲା ରହିବେ । ଘରେ ପଢିବାକୁ ହ୍ବାଟସ୍‌ଆପ୍‌/ ମେଲ୍‌ରେ ନୋଟସ୍‌ ଦେବେ ଶିକ୍ଷକ । ସପ୍ତାହକୁ ତିନି ଦିନ ପାଠ ପଢା ହେବ ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ତଥା ସମସ୍ତ ଶିକ୍ଷାନୁଷ୍ଠାନକୁ  ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର ।

Categories
ଆଜିର ଖବର ରାଜ୍ୟ ଖବର

ସମସ୍ତ ୟୁଜି ଏବଂ ପିଜି ପରୀକ୍ଷା ବାତିଲ କଲେ ଓଡିଶା ସରକାର

ଭୁବନେଶ୍ବର : ସାରା ରାଜ୍ୟରେ କରୋନା ମହାମାରୀର ପ୍ରଭାବ ବଢିବାରେ ଲାଗିଛି । ଏହାକୁ ନେଇ ପିଜି ଏବଂ ୟୁଜି ପରୀକ୍ଷା ବାତିଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବୈଠକ ପରେ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ବୈଠକ ପରେ ପିଜି ଏବଂ ୟୁଜିର ବାକି ରହିଥିବା ଅନ୍ତିମ ସେମିଷ୍ଟାରକୁ ବାତିଲ କରାଯାଇଛି । ସମସ୍ତ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷାକୁ ବାତିଲ କରାଯାଇଥିବା ବେଳେ ଅଗଷ୍ଟ ଶେଷ ସୁଦ୍ଧା ବିକଳ୍ପ ମୂଲ୍ୟାୟନ ଜରିଆରେ ପରୀକ୍ଷା ଫଳ ବାହାରିବ ବୋଲି ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

ସ୍ନାତକ ଏବଂ ସ୍ନାତକୋତ୍ତର ପରୀକ୍ଷା ନେଇ କୁଳପତିଙ୍କ ସହ ଶିକ୍ଷାମନ୍ତ୍ରୀଙ୍କ ଭିଡିଓ କନ୍‌ଫରେନ୍ସିଂ

ଭୁବନେଶ୍ବର : ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନାକୁ ନେଇ ଏକ ଭିଡିଓ କନ୍‌ଫରେନ୍ସିଂ କରିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ସ୍ଥାନୀୟ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର କୁଳପତି ମାନେ ଅଂଶଗ୍ରହଣ କରିଥିଲେ । ଦ୍ବିତୀୟ ଏବଂ ଚତୁର୍ଥ ସେମିଷ୍ଟରର ପରୀକ୍ଷା ଅନୁଷ୍ଠିତ ହେବ ନାହିଁ । ବିକଳ୍ପ ବ୍ୟବସ୍ଥା ଦ୍ବାରା ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସେମିଷ୍ଟରକୁ ଉତ୍ତୀର୍ଣ୍ଣ କରାଯିବ । ସେହିଭଳି ଯୁକ୍ତ ତିନି ଏବଂ ପିଜି ଛାତ୍ର ଛାତ୍ରୀଙ୍କ ସିଲାବସ୍‌ର 25 ପ୍ରତିଶତ ସେଲ୍ଫ ଷ୍ଟଡି ଦ୍ବାରା କଭର୍‌ କରିବା ପାଇଁ ନିୟମ ପ୍ରଣୟନ କରାଯାଇଛି ।