Categories
ଆଜିର ଖବର

ପୂର୍ବତନ ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ଲି ଚଙ୍ଗ ଓ୍ବିଙ୍କ ଅବସର

ମାଲେସିଆର ପୂର୍ବତନ ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ଲି ଚଙ୍ଗ ଓ୍ବି ଅବସର ଗ୍ରହଣ କରିଛନ୍ତି। କ୍ୟାନ୍‌ସରରେ ପୀଡିତ ହୋଇ ଲି ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ତିନି ଥର ଅଲମ୍ପିକ୍ସ ରୌପ୍ୟ ପଦକ ବିଜେତା ତଥା ପୂର୍ବତନ ବିଶ୍ବ ଏକ ନମ୍ବର ଖେଳାଳି ଲି ଗୁରୁବାର ନିଜର ଅବସର ଗ୍ରହଣ କରିଛନ୍ତି। ଗତବର୍ଷ ନାକରେ କ୍ୟନ୍‌ସର ଜଣାପଡିବା ପରେ ମଧ୍ୟ ଅଭ୍ୟାସ ଜାରି ରଖିଥିଲେ ଲି। ମାତ୍ର ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ଅବସର ଗ୍ରହଣ କରିଛନ୍ତି। ୨୦୦୬ ମସିହାରେ ପ୍ରଥମ ଥର ଏକ ନମ୍ବର ସ୍ଥାନରେ ପହଞ୍ଚିଥିବା ଲି ୩୪୮ ସପ୍ତାହ ବିଶ୍ବ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିବାର ରେକର୍ଡ ନିଜ ନାମରେ ରଖିଛନ୍ତି। ନିଜ କ୍ୟାରିୟରରେ ୬୯ଟି ଏକକ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି ଲି।

Categories
ଆଜିର ଖବର

ବିଶ୍ବକପ୍‌ ପାଇଁ ଆଫଗାନିସ୍ତାନ ଦଳ ଘୋଷଣା

୨୦୧୯ ବିଶ୍ବକପ୍‌ ପାଇଁ ଆଫଗାନିସ୍ତାନ ଏହାର ଦଳ ଘୋଷଣା କରିଛି। ଗୁଲବଦିନ୍‌ ନାଏବ ଦଳର ଅଧିନାୟକ ରହିଥିବା ବେଳେ ୩୧ ବର୍ଷୀୟ ଦ୍ରୁତ ବୋଲର ହମିଦ୍‌ ହସନ୍‌ ଦଳକୁ ୪ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିକଟରେ ଅଧିନାୟକ ପଦରୁ ହଟା ଯାଇଥିବା ଅସଘର ଆଫଗାନ ନିଜର ସ୍ଥାନ ବଜାୟ ରଖିଛନ୍ତି। ରଶିଦ ଖାନ ଏବଂ ମହମ୍ମଦ ନବି ମଧ୍ୟ ନିଜର ସ୍ଥାନ ବଜାୟ ରଖିଛନ୍ତି।
ଦଳ : ଗୁଲବାଦିନ ନାଏବ (ଅଧିନାୟକ), ମହମ୍ମଦ ଶେହଜାଦ, ନୁର୍‌ ଅଲୀ ଜାର୍ଡାନ, ହଜରତ୍‌ ଉଲ୍ଲା ଜଜାଇ, ରେହମତ ଶାହ, ଅସଘର ଆଫଗାନ, ହସମତୁଲ୍ଲା ଶାହିଦି, ନଜିବୁଲ୍ଲା ଜାର୍ଡାନ, ସମିଉଲ୍ଲା ସେନାଓ୍ବାରୀ, ମହମ୍ମଦ ନବି, ରଶିଦ ଖାନ, ଦଓ୍ବଲତ୍‌ ଜାର୍ଦାନ, ଆଫତାବ ଆଲାମ, ହମିଦ ହାସାନ, ମୁଜିବ ଉର ରେହମାନ ।

Categories
ଆଜିର ଖବର

ବିଶ୍ବକପ୍‌ ପାଇଁ ଏପ୍ରିଲ୍‌ ୧୫ରେ ଭାରତୀୟ ଦଳ ଘୋଷଣା

ବିଶ୍ବକପ୍‌ ନିମନ୍ତେ ଭାରତୀୟ ଦଳ ଆସନ୍ତା ଏପ୍ରିଲ୍‌ ୧୫ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହେବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ମେ ୩୦ରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ବକପ୍‌ ନିମନ୍ତେ ଭାରତୀୟ ଦଳ ବିରାଟ କୋହଲିଙ୍କ ନେତୃତ୍ବରେ ଖେଳିବ। ବିଶ୍ବକପ୍‌ର ଅନ୍ୟତମ ଦାବିଦାର ରହିଥିବା ଭାରତୀୟ ଦଳର ଖେଳାଳିମାନେ ବର୍ତ୍ତମାନ ଆଇପିଏଲ୍‌ରେ ବ୍ୟସ୍ତ ରହିଥିବା ବେଳେ ଆଇପିଏଲ୍‌ର ଦ୍ବିତୀୟ ଚରଣ ପରେ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯିବ ବୋଲି କୁହାଯାଇଛି। ଭାରତୀୟ ଦଳରେ ବିଭିନ୍ନ ଖେଳାଳିଙ୍କ ସ୍ଥାନ ଆପାତତଃ ସ୍ଥିର ରହିଥିବା ବେଳେ କେବଳ ୪ ନମ୍ବର ସ୍ଥାନ ପାଇଁ ଦଳ ଦ୍ବନ୍ଦରେ ରହିଛି। ଏହି ସ୍ଥାନ ପାଇଁ ଅମ୍ବାତି ରାୟୁଡୁ, ବିଜୟ ଶଙ୍କର, ଋଷଭ ପନ୍ତ ଏବଂ ଦୀନେଶ କାର୍ତ୍ତିକ ମୁଖ୍ୟ ଦାବିଦାର ରହିଛନ୍ତି। ଆଇପିଏଲ୍‌ ପ୍ରଦର୍ଶନ ଭାରତୀୟ ଦଳ ଚୟନ ନିମନ୍ତେ ବିଚାରକୁ ନିଆଯିବ ନାହିଁ ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି।