Categories
ଆଜିର ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ନୂଆ ସାଙ୍ଗ, ସଂସଦ ଭବନରେ ସାଙ୍ଗକୁ ଧରି ଖୁସି ହେଲେ ମୋଦୀ

ଆଜି ସଂସଦ ଭବନରେ ଥିବା ପ୍ରଧାନମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏକ ନୂଆ କଥା ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଛୁଆ ଧରି ବେଶ୍ କିଛି ସମୟ ଖେଳିବାକୁ ଲାଗିଲେ। ତାଙ୍କ ଖାତାପତ୍ର ଘାଣ୍ଟିବା ସହିତ ପିଲାଟି ବେଶ୍ କିଛି ସମୟ ମୋଦୀଙ୍କ ସହିତ ବିତାଇଥିଲା। ଆଉ ମୋଦୀ ମଧ୍ୟ ପିଲାକୁ ଧରି ବେଶ୍ ଗେଲ ମଧ୍ୟ କଲେ। ସେତିକି ନୁହେଁ ପ୍ରଧାନମନ୍ତ୍ରୀ ପିଲାଟି ପାଇ କିପିର ଖୁସି ହେଲେ ତାହାର ଫଟୋ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କଲେ। ଏହାକୁ ନେଇ ବର୍ତ୍ତମାନ ସାରା ଦେଶରେ ଚାଲିଛି ଚର୍ଚ୍ଚା। ପ୍ରଶ୍ନ ଉଠିଛି ସେହି ପିଲାଟି କିଏ। ଯିଏ କି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଭାଙ୍ଗି ଭିତରକୁ ପଶିପାରିଲା। ସେପିଲାଟି ଆଉ କେହି ନୁହେଁ, ସେ ହେଉଛି ବିଜେପି ସାଂସଦ ସତ୍ୟନାରାୟଣ ଜାଟିୟାଙ୍କ ନାତି। ସତ୍ୟନାରାୟଣ ଉଜ୍ଜୟନ ଲୋକସଭା ଆସନର ସାଂସଦ ଅଛନ୍ତି। ତାଙ୍କ ପରିବାର ମୋଦୀଙ୍କୁ ସାକ୍ଷାତ କରିବା ପାଇଁ ସମୟ ନେଇଥିଲେ। ମୋଦୀ ସଂସଦ ଭବନକୁ ଆସିବା ପାଇଁ ସମୟ ଦେଇଥିଲେ। ସେମାନଙ୍କ ସହିତ ତାଙ୍କର 3 ବର୍ଷର ନାତି ମଧ୍ୟ ଅତିଥୀ ତାଲିକାରେ ଥିଲା।