Categories
ଜାତୀୟ ଖବର ବିଶେଷ ଖବର

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ, ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମ ଦିନ। ଆଜି ମୋଦୀଙ୍କୁ 71 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ 1950 ମସିହା ସେପ୍ଟେମ୍ବର 17 ତାରିଖରେ ଗୁଜୁରାଟରେ ଜନ୍ମ ଗ୍ରହଣ କରିଥିଲେ। ପିଲାଟି ଦିନରୁ ତାଙ୍କର ଉଦମ୍ୟ ତଥା ପରିଶ୍ରମ ପାଇଁ ଆଜି ସେ ବିଶ୍ବରେ ଜଣେ ପ୍ରତିଷ୍ଠିତ ନେତା ଭାବରେ ପ୍ରତିଷ୍ଠା ହାସଲ କରିଛନ୍ତି।

ତାଙ୍କର ଜନ୍ମଦିନରେ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଶତ୍ରୁମିତ୍ର ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶିବସେନା ନେତା ସଂଜୟ ରାଉତ ତାଙ୍କୁ ଟୁଇଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, “ହାପି ବାର୍ଥ ଡେ ଟୁ ମାଇଁ ଡିଅର ମୋଦିଜୀ।” ଶରଦ ପାୱାର ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲା ମଧ୍ୟ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି।

ସେହିପରି ରାହୁଳ ଗାନ୍ଧୀ ମଧ୍ୟ ତାଙ୍କ ଟୁଇଟରରେ ହାପି ବାର୍ଥ ଡେ ଟୁ ମୋଦୀ ଜୀ ବୋଲି ମଧ୍ୟ ଲେଖିଛନ୍ତି। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରି ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ ଏବଂ ଦଳୀୟ ନେତାମାନେ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି। ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମୋଦୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହିତ ଦୀର୍ଘ ଜୀବନ କାମନା କରିଛନ୍ତି। ସେହିପରି ନିତିନ ଗଡକରୀ, ଅମିତ ସାହା, ରାଜନାଥ ସିଂ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ପାଇଁ ପାର୍ଟି କର୍ମକର୍ତ୍ତମାନେ ପ୍ରାୟ 5 କୋଟି ପୋଷ୍ଟକାର୍ଡ ଶୁଭେଚ୍ଛା ବାର୍ତ୍ତା ଜଣା ତାଙ୍କ ପାଖକୁ ପଠାଇଥିବାର ଜଣାପଡିଛି। ସେହିପରି ବିଭିନ୍ନ ରାଜ୍ୟ ବିଜେପି ତରଫରୁ ରକ୍ତଦାନ ଶିବିର, ମାଗଣା ସ୍ବାସ୍ଥ୍ୟ ସେବା, ରୋଗୀଙ୍କୁ ଫଳ ବଣ୍ଟନ ଏବଂ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ, ୭୦ ବର୍ଷ ବୟସରେ ମଧ୍ୟ ସେ ପୁରା ଫିଟ୍

ଭୁବନେଶ୍ବର, ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ। ୧୯୫୦ ମସିହା ସେପ୍ଟମ୍ବର ୧୭ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ। ଫଳରେ ବର୍ତ୍ତମାନ ମୋଦି ୭୦ ବର୍ଷ ବୟସରେ ପଦାର୍ପଣ କଲେ। ଆଜି ଜନ୍ମଦିନ ହୋଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ପହଞ୍ଚିବାରେ ଲାଗିଛି। ଏପରିକି ବିଦେଶରୁ ମଧ୍ୟ ବହୁ ବିଶିଷ୍ଠ ବ୍ୟକ୍ତି ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ତେବେ ମୋଦିଙ୍କର ଏକ ବଡ ସଫଳତା ହେଲା ସେ ଏହି ବୟସରେ ମଧ୍ୟ ବେଶ୍ ଫିଟ ଅଛନ୍ତି। ମୁଖ୍ୟତଃ ଯୋଗ ଓ ବ୍ୟାୟମ ସହିତ ଖାଦ୍ୟପେୟରେ ନିୟନ୍ତ୍ରଣ ହିଁ ତାଙ୍କୁ ଯୁବକ କରି ରଖିଛି।