Categories
ଆଞ୍ଚଳିକ

ଗମ୍ଭାରୀମୁଣ୍ଡା ପଞ୍ଚାୟତର ମହିଳା ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ ଏବଂ ପିଏମ୍‌ କେୟାର ଫଣ୍ଡକୁ ସହାୟତା

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ସ୍ଥିତ ଓଡିଶା ଜୀବିକା ମିଶନର ପଞ୍ଚାୟତ ସ୍ତରୀୟ ମହିଳା ସଙ୍ଗଠନ ପକ୍ଷରୁ କରୋନା ମୁକାବିଲା ପାଇଁ ସହାୟତା କରାଯାଇଛି। ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ ଏବଂ ପିଏମ୍‌ କେୟାର ଫଣ୍ଡକୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ସଂଘର ସଭାପତି କନକ ବରାଳ, ସମ୍ପାଦିକା ଜାନକୀ ରାଉତ, ଏନ୍‌ବିକେ ମନପ୍ରିୟା ପଲେଇ ଏବଂ ସମସ୍ତ ପଞ୍ଚାୟତ ସିଆରପିଙ୍କ ପକ୍ଷରୁ ଏହି ଅର୍ଥରାଶି ପ୍ରଦାନ କରାଯାଇଥିଲା। ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ 20 ହଜାର ଟଙ୍କା ଏବଂ ପିଏମ୍‌ କେୟାର ଫଣ୍ଡକୁ 15 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। କରୋନା ସହାୟତା ନିମନ୍ତେ ଏହି ଅର୍ଥ ରାଶି ଓଡିଶା ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜରଙ୍କୁ ଡିଡି ଜରିଆରେ ପ୍ରଦାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପିଏମ୍ କେୟାର ଫଣ୍ଡକୁ ୩୩ କୋଟି ଟଙ୍କା ପ୍ରଦାନ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ : ପିଏମ୍ କେୟାର ଫଣ୍ଡକୁ ୩୩ କୋଟି ଟଙ୍କା ପ୍ରଦାନ କରିଛି ସଶସ୍ତ୍ର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) । କରୋନା ଭାଇରସ୍ ମୁକାବିଲା ପାଇଁ ବିଏସ୍‌ଏଫ୍ ପକ୍ଷରୁ ୩୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ସମସ୍ତ ସଶସ୍ତ୍ର ସୀମା ସୁରକ୍ଷା ବଳର ଅଧିକାରୀଙ୍କ ଗୋଟିଏ ଦିନର ବେତନକୁ ପିଏମ୍ କେୟାର ଫଣ୍ଡକୁ ପ୍ରଦାନ କରାଯାଇଛି । ବିଏସ୍‌ଏଫ୍ ପକ୍ଷରୁ ୩୩,୨୮,୫୭,୫୦୪ ଟଙ୍କାର ଏକ ଚେକ୍ ପିଏମ୍ କେୟାର ଫଣ୍ଡକୁ ପ୍ରଦାନ କରାଯାଇଥିବା ନେଇ ବିଏସ୍‌ଏଫ୍ ମୁଖପାତ୍ର ଶୁଭେନ୍ଦୁ ଭରଦ୍ୱାଜ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସମଗ୍ର ଦେଶରେ ବର୍ତ୍ତମାନ କରୋନା ମୃତ୍ୟୁ ସଂଖ୍ୟା ୫୩ ଛୁଇଁଥିବା ବେଳେ ୨୦୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ।

Categories
ଆଜିର ଖବର ଖେଳ ଜାତୀୟ ଖବର

ନିଜର ଦୁଇ ବର୍ଷର ବେତନ ପିଏମ୍ କେୟାର ଫଣ୍ଡକୁ ପ୍ରଦାନ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ : ନିଜର ଦୁଇବର୍ଷର ବେତନ ପ୍ରଦାନ କରିବାକୁ ଯାଉଛନ୍ତି କ୍ରିକେଟର ଗୌତମ ଗମ୍ଭୀର । ଗୁରୁବାର ଗମ୍ଭୀର ଏହି ଘୋଷଣା କରିଛନ୍ତି । କରୋନା ମୁକାବିଲା ପାଇଁ ପୂର୍ବତନ କ୍ରିକେଟର ଏବଂ ସାଂସଦ ଗମ୍ଭୀର ପୂର୍ବରୁ ୧ କୋଟି ଟଙ୍କା ଏବଂ ଏକ ମାସର ବେତନ ପ୍ରଦାନ କରି ସାରିଥିବା ବେଳେ ଗୁରୁବାର ଏହି ଘୋଷଣା କରିଛନ୍ତି । ଦିଲ୍ଲୀରୁ ବିଜେପିର ସାଂସଦ ରହିଥିବା ଗମ୍ଭୀର ନିଜର ବେତନ ଦାନ କରିବା ନେଇ ଟ୍ୱିଟ୍ଟର ଜରିଆରେ ଘୋଷଣା କରିଛନ୍ତି । ଏହା ସହିତ ଦେଶବାସୀଙ୍କୁ ଅଧିକରୁ ଅଧିକ ପରିମାଣରେ ସହାୟତା କରିବା ପାଇଁ ଗମ୍ଭୀର ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି ।