Categories
ଆଜିର ଖବର ରାଜ୍ୟ ଖବର

ପିଏନ୍‌ବି ଦୁର୍ନୀତି ମାମଲା : ଭୁବନେଶ୍ବରରୁ 37 ଲକ୍ଷ ଜବତ କଲା ସିବିଆଇ

ଭୁବନେଶ୍ବର : ପିଏନ୍‌ବି ଦୁର୍ନୀତି ମାମଲାରେ ସିବିଆଇକୁ ବଡ ସଫଳତା । 32 କୋଟିର ଲୋନ୍‌ ଠକେଇ ମାମଲାରେ ସିବିଆଇ ଏକ ଲକର୍‌ରୁ 37.90 ଲକ୍ଷ ଟଙ୍କା ଜବତ କରିଛି । 32 କୋଟି ଟଙ୍କାର ଲୋନ୍‌ ଠକେଇରେ ସାମିଲ ଥିବା ଗ୍ଲୋବାଲ୍‌ ଟ୍ରେଡିଂ ସଲ୍ୟୁସନ୍‌ସର ପୂର୍ବତନ ନିର୍ଦ୍ଦେଶକ କୌଶିକ ମହାନ୍ତିଙ୍କ ଲକରରୁ ସିବିଆଇ ଏହି ଅର୍ଥ ଠାବ କରିଛି । ଏହି ଋଣ ଠକେଇ ମାମଲାରେ ସିବିଆଇ ପକ୍ଷରୁ 9 ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଏହା ମଧ୍ୟରେ ବ୍ୟାଙ୍କକର କିଛି କର୍ମଚାରୀ ଏବଂ ଗ୍ଲୋବାଲ୍‌ ଟ୍ରେଡିଂ ସଲ୍ୟୁସନ୍‌ସର କିଛି କର୍ମଚାରୀ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କାଗଜପତ୍ରରେ ହେରଫେର କରାଯାଇ ଗ୍ଲୋବାଲ୍‌ ଟ୍ରେଡିଂ ସଲ୍ୟୁସନ୍‌ସକୁ 32 କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା ।