ଉତ୍ତରପ୍ରଦେଶ : ୟୁପିର ଯୋଗୀ ସରକାର ନୋଏଡା ଓ ଲକ୍ଷ୍ନୌଠାରେ ପୁଲିସ୍ କମିଶନର ସିଷ୍ଟମ୍ ଲାଗୁ ହେବା ନେଇ ନିଷ୍ପତ୍ତି ନେଇଛନ୍ତି । ଲୋକଭବନଠରେ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହା ଘୋଷଣା କରିଛନ୍ତି । ଏବେ ନୋଏଡା ଓ ଲକ୍ଷ୍ନୌଠାରେ ଆଇନ୍ ବ୍ୟବସ୍ଥାର ଦାୟିତ୍ବ ପୁଲିସ୍ ଅଫିସରଙ୍କ ଉପରେ ନ୍ୟସ୍ତ ରହିବ । ଏବେ ପୁଲିସ୍ ଅଫିସରଙ୍କୁ ମାଜିଷ୍ଟ୍ରେଟ୍ ପାଓ୍ବାର ମଧ୍ୟ ମିଳିବ। ଏବେ କାନୁନ ବ୍ୟବସ୍ଥାର ସୁଧାର ପାଇଁ ନୋଏଡା ଏବଂ ଲକ୍ଷ୍ନୌରେ କମିଶନରେଟ୍ ବ୍ୟବସ୍ଥା ଆରମ୍ଭ କରାଯିବ । ନାଗରିକତା ଆଇନ୍ ବିରୋଧରେ ହୋଇଥିବା ହିଂସା ପରେ ଯୋଗୀ ଆଦିତ୍ୟନାଥ ଏହାକୁ ନେଇ ବିଚାର କରିଥିଲେ। ବିରୋଧ ପ୍ରଦର୍ଶନ ଅବସରର ଲକ୍ଷ୍ନୌ, ମେରଠ, ବିଜନୌର୍ ଓ ମୁଜାଫରପର୍ନଗର ସମେତ ଆଦି କିଛି ଜିଲ୍ଲାରେ ଡିଏମ୍ ଓ ଏସଏସ୍ପିଙ୍କ ରିପୋର୍ଟ ତାଳମେଳ ରହିନଥିଲା। ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଯୋଗୀ ସରକାର କମିଶନର ପ୍ରଣାଳୀକୁ ଲାଗୁ କରିବା ନେଇ ଚିନ୍ତା କରିଛନ୍ତି। ସହରରେ ତିନି ଜୋନ୍ରେ ଭାଗ ହୋଇ ଡିଏସ୍ପି ପଦର ଦାୟିତ୍ବ ଦିଆଯିବ । ତେବେ ଲକ୍ଷ୍ନୌରେ ଏଡିଜି ଅସୀମ ଅରୁଣ ଏବଂ ନୋଏଡାରେ ଆଲୋକ ସିଂହ ପ୍ରଥମ ପୋଲିସ କମିଶନର ହୋଇ ପାରନ୍ତି। ଚୂଡ଼ାନ୍ତ ନିଷ୍ପତ୍ତି ଯୋଗୀ ସରକାର ଘୋଷଣା କରିବେ। (ଏଜେନ୍ସି)
Tag: policecommissionerate
ଚଳିତ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଘୋଷଣା ପରେ ସାରା ରାଜ୍ୟରେ ନିର୍ବାଚନକୁ ନେଇ ପୋଲିସ୍ ପକ୍ଷରୁ ବ୍ୟାପକ ସଚେତନତା ଗ୍ରହଣ କରାଯାଉଛି। ପୋଲିସ କମିଶନରରେଟ ପକ୍ଷରୁ ପ୍ରାର୍ଥୀମାନଙ୍କ ପାଇଁ ଆଡ଼ଭାଇଜରି ଜାରି କରିଦିଆଯାଇଛି। ଏହି ଆଡ୍ଭାରଇଜାରୀରେ ପ୍ରାର୍ଥୀଙ୍କୁ କିଛି ଗାଇଡ୍ଲାଇନ୍ ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ନିର୍ବାଚନ ରାଲିରେ ରାସ୍ତା ଅବରୋଧ ନ କରିବା, ଶୋଭାଯାତ୍ରା ପାଇଁ ଆଗୁଆ ଅନୁମତି ନେବା, ଶୋଭାଯାତ୍ରାରେ ୧୦ରୁ ଅଧିକ ତିନି କିମ୍ବା ଚାରି ଚକିଆ ଯାନ ଏକାଠି ଯାଇପାରିବନି। ୧୦ରୁ ଅଧିକ ଗାଡ଼ି ଏକାଠି ହେଲେ ଶହେ ମିଟର ବ୍ୟବଧାନ ରଖିବା ପ୍ରତି ଧ୍ୟାନ ଦେବା ସହିତ ଗାଡ଼ିରେ ଲଗାଯାଇଥିବା ଦଳୀୟ ପତାକା ୧ଫୁଟ ମଧ୍ୟରେ ରହିବା ଆବଶ୍ୟକତା ରହିଛି । ତେବେ ରାଲିରେ କେତେ ଲୋକ,କେତେ ଗାଡ଼ି ବ୍ୟବହାର କରାଯିବ, ତାହା ଉପରେ ଆଗୁଆ ତଥ୍ୟ ଦେବାକୁ ପଡ଼ିବ ବୋଲି ସୂଚନା ଦିଆଯାଇଛି। ସେହିପରି ହସ୍ପିଟାଲ୍, ସ୍କୁଲ ତଥା ଗହଳି ରାସ୍ତାରେ ରୋଡ୍ ସୋ’ ପାଇଁ ଅନୁମତି ଦିଆଯିବ ନାହିଁ ଏବଂ ରାତି ୧୦ଟା ପରେ କିମ୍ବା ସକାଳ ୬ଟା ପୂର୍ବରୁ ଡାକବାଜି ଯନ୍ତ୍ର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ନିୟମ ଉଲ୍ଲଂଘନ କଲେ ପ୍ରାର୍ଥୀଙ୍କୁ ବିରୋଧ ମାମଲା ରୁଜୁ କରାଯିବ ବୋଲି ସୂଚନା ଦିଆଯାଇଛି ।