Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆସାମରେ ବ୍ୟାପୁଛି ସ୍ବାଇନ୍‌ ଫ୍ଲୁ : ମାଂସ ଖାଇବା ଉପରେ ସରକାରଙ୍କ କଟକଣା

ଆସାମ : ଦେଶବ୍ୟାପୀ କରୋନାର ସଙ୍କ୍ରମଣ ବ୍ୟାପୁଥିବା ବେଳେ ଆସାମରେ ସ୍ବାଇନ୍‌ ଫ୍ଲୁ ଚିନ୍ତାର କାରଣ ହୋଇଛି । ବିଗତ ଚାରିଦନ ମଧ୍ୟରେ 2 ହଜାରରୁ ଅଧିକ ଘୁଷୁରୀ ପ୍ରାଣ ହରାଇବା ପରେ ରବିବାର ଘୁଷୁରୀ ମାଂସ ଖାଇବା କିମ୍ବା ବିକିବା ଉପରେ ରୋକ୍‌ ଲଗାଇଛନ୍ତି ଆସାମ ସରକାର । ବ୍ରହ୍ମପୁତ୍ର ଗେଷ୍ଟ ହାଉସ୍‌ରେ ସରକାରୀ ଅଧିକାରୀଙ୍କ ସହିତ ବୈଠକ ପରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଏହି ନିଷ୍ପତ୍ତି ନେଇଛନ୍ତି । ରବିବାର ଠାରୁ ଏହି କଟକଣା ଲାଗୁ କରାଯାଇଥିବା ବେଳେ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ମାଂସ ଖାଇବା କିମ୍ବା ବିକିବା ଉପରେ ଏହି କଟକଣା ଲାଗୁ କରାଯାଇଛି । (ଏଜେନ୍ସି)