Categories
ଆଜିର ଖବର ଜାତୀୟ ଖବର

ସାଧାରଣ ନିର୍ବାଚନ ୨୦୨୪ ସମ୍ପର୍କିତ ଗଣମାଧ୍ୟମ ସୁବିଧା ପୋର୍ଟାଲର ଶୁଭାରମ୍ଭ କଲା ପିଆଇବି

ଭୁବନେଶ୍ଵର: ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ୨୦୨୪ ସାଧାରଣ ନିର୍ବାଚନ ପାଇଁ ରିପୋର୍ଟିଂ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ୱାନ୍ ଷ୍ଟପ୍ ଫେସିଲିଟେସନ୍ ପୋର୍ଟାଲ ଭାବରେ ଅନେକ ବୈଶିଷ୍ଟ୍ୟ ଥିବା ଏକ ମାଇକ୍ରୋସାଇଟ୍ https://pib.gov.in/elect2024/index.aspx ଆରମ୍ଭ କରିଛି। ପୋର୍ଟାଲର ନିମ୍ନଲିଖିତ ବୈଶିଷ୍ଟ୍ୟ ରହିଛି।

୧. ଏକ ଡିଜିଟାଲ ଫ୍ଲିପ୍ ବୁକ୍: ଏଥିରେ ବିଭିନ୍ନ ଆକର୍ଷଣୀୟ ବିଶ୍ଳେଷଣ ଏବଂ ଡାଟା ସମୃଦ୍ଧ ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ। ଗଣମାଧ୍ୟମ ପ୍ରତିନିଧିମାନେ ଏହି ସୂଚନାକୁ ସେମାନଙ୍କ ଲେଖାରେ ବ୍ୟବହାର କରିପାରିବେ।

୨. ଉପଯୋଗୀ ଲିଙ୍କ ପ୍ରଦାନ କରାଯାଇଛି ଯାହା ମାଧ୍ୟମରେ ସାମ୍ବାଦିକମାନେ ଇସିଆଇ ୱେବସାଇଟର ପ୍ରାସଙ୍ଗିକ ଅଂଶକୁ ନେଭିଗେଟ୍ କରିପାରିବେ।

୩. ରେଫରେନ୍ସ ଭାବେ ଏବଂ ସହଜରେ ହାସଲ କରାଯାଇପାରୁଥିବା ତଥ୍ୟ ରୂପରେ ବିଭିନ୍ନ ପ୍ରକାର ସୂଚନା ବା ଇନଫୋଗ୍ରାଫିକ୍ସ ଦିଆଯାଇଛି।

୪. ସାଧାରଣ ନିର୍ବାଚନ ୨୦୨୪ର ବିଭିନ୍ନ ପର୍ଯ୍ୟାୟର କାର୍ଯ୍ୟସୂଚୀ ସମ୍ପର୍କରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଏକ ରେକନର୍ (ଗଣନା ତଥ୍ୟ) ପ୍ରଦାନ କରାଯାଇଛି।

୫. ଇସିଆଇ ବିଜ୍ଞପ୍ତି ବିଷୟରେ ଅପଡେଟ୍ ରିୟଲ୍ ଟାଇମ୍ ଆଧାରରେ ଅପଲୋଡ୍ କରାଯାଇଛି।

୬. ସହଜରେ ଯୋଗାଯୋଗ କରିବା ପାଇଁ ଜାତୀୟ ଓ ରାଜ୍ୟସ୍ତରୀୟ ଭାରତୀୟ ନିର୍ବାଚନ ଅଧିକାରୀଙ୍କ ବିଷୟରେ ବିଭିନ୍ନ ସୂଚନା ଦିଆଯାଇଛି।

୭. ମିଡିଆ ଗାଇଡ୍ ସମେତ ଇସିଆଇ ନିର୍ଦ୍ଦେଶାବଳୀର ଏକ ସଂକଳନ ସହଜରେ ଉପଲବ୍ଧ କରା ଯାଇଛି।

୮. ଗଣମାଧ୍ୟମ କର୍ମଚାରୀଙ୍କୁ ସଦ୍ୟତମ ଘଟଣାକ୍ରମ ସମ୍ପର୍କରେ ଅବଗତ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ୟୁଟ୍ୟୁବକୁ ଟକ୍କର ଦେବ ନୂଆ ଭିଡିଓ ପୋର୍ଟାଲ: ମୋଦି ସରକାରଙ୍କ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଅନ୍ ଲାଇନ୍ ପୋର୍ଟାଲ ଉପରେ ସରକାରଙ୍କ ପକ୍ଷରୁ ଯଥେଷ୍ଟ ଧ୍ୟାନ ଦିଆଯାଉଛି। ସମୟ ସମୟରେ ସରକାର ଅନେକ ନୂଆ ୱେବସାଇଟ୍ ଓ ପୋର୍ଟାଲ ଆଣୁଛନ୍ତି। ଏବେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ସମାନ ନିଷ୍ପତ୍ତି ନିଆଯାଇଛି। ଏବେ ମନ୍ତ୍ରାଳୟ ପକ୍ଷରୁ ଚଳିତ ସପ୍ତାହରେ ୪ଟି ଅନଲାଇନ୍ ପୋର୍ଟାଲ ଆରମ୍ଭ କରାଯିବ। ଏ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଭିଡିଓ ଓ ସୂଚନା ପ୍ରଦାନ କରାଯିବ।

ଏହା ପ୍ରଥମ ଥର ନୁହେଁ ଯେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସାଇବର ଅପରାଧ ରୋକିବାଠାରୁ ଆରମ୍ଭ କରି ସୂଚନା ଆଦାନପ୍ରଦାନ ପର୍ଯ୍ୟନ୍ତ ଭାରତ ସରକାରଙ୍କ ପକ୍ଷରୁ ନୂଆ ନୂଆ ପଦକ୍ଷେପ ନିଆଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆକୁ ଦୃଷ୍ଟିରେ ରଖି ଏବେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଉଛି, ଏହା ସରକାରଙ୍କ ନୀତି ସମ୍ପର୍କରେ ଜନସାଧାରଣଙ୍କୁ ସ୍ପଷ୍ଟୀକରଣ ଦେବ। ଦେଖିଲେ ଏହି ଭିଡିଓକୁ ୟୁଟ୍ୟୁବ ଭଳି ଢଙ୍ଗରେ ଏହି ପୋର୍ଟାଲରେ ଅପଲୋଡ଼ କରାଯିବ ଏବଂ ଯେ କୌଣସି ୟୁଜର ଯାଇ ଦେଖିପାରିବେ।

ଏକ ପ୍ରକାରରେ ଏହା ସରକାରଙ୍କ ଏକ ଅନଲାଇନ୍ ଖବରକାଗଜ ହେବ। ଏହା ବ୍ୟତୀତ ଏହା ଏକ ପୋର୍ଟାଲ ହେବ ଯେଉଁଠାରେ ସମସ୍ତ ବିଜ୍ଞାପନକୁ ସରକାର ଗ୍ରହଣ କରିବେ ଏବଂ ସମସ୍ତ ସୂଚନା ଗୋଟିଏ ସ୍ଥାନରେ ଉପଲବ୍ଧ ହେବ। ଏହାର ଆରମ୍ଭକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି। ଏବେ ଏହାର ସିଧା ପ୍ରସାରଣ କରିବେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, ଅର୍ଥାତ୍ ଏହାର ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଛି।

ନ୍ୟାସନାଲ ଭିଡିଓ ଗେଟୱେ ଅଫ୍ ଇଣ୍ଡିଆରେ ଆପଣଙ୍କୁ ସବୁ ପ୍ରକାରର ଭିଡିଓ ଦେଖିବାକୁ ମିଳିବ। ଏଠାରେ ସରକାର ଯେଉଁ ଭିଡିଓ ତିଆରି କରିଛନ୍ତି ତାହାକୁ ଲାଇଭ୍ କରାଯିବ। ଏଭଳି ସ୍ଥିତିରେ ଏହା ସରକାରଙ୍କ ଏକ ବଡ଼ ପ୍ଲାଟଫର୍ମ। ଏଥିରେ ପ୍ରାୟ ୨୫୦୦ ଭିଡିଓ ରହିଛି ଯାହାକୁ ସରକାରଙ୍କ ତରଫରୁ ସୂଚନା ଦେବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଏଠାରେ ଆପଣଙ୍କୁ ସମସ୍ତ ସୂଚନା ମିଳିଥାଏ।