Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ଜନ୍ମଦିନରେ ନୂତନ ଫିଲ୍ମ ପୋଷ୍ଟର ଲଞ୍ଚ କଲେ ପାୱାର ଷ୍ଟାର ପଓ୍ବନ କଲ୍ୟାଣ

ହାଇଦ୍ରାବାଦ : ନିଜର ଜନ୍ମଦିନରେ ଅପକମିଙ୍ଗ ଫିଲ୍ମ ୱକିଲ ସାବର ପୋଷ୍ଟର ରିଲିଜ କରିଛନ୍ତି ପାୱାର ଷ୍ଟାର ପୱନ କଲ୍ୟାଣ । ନିଜର 49ତମ ଜନ୍ମ ଦିବସରେ ପୱନ କଲ୍ୟାଣ ପୋଷ୍ଟର ଲଞ୍ଚ କରିଛନ୍ତି । ଫିଲ୍ମଟି ବଲିଉଡ ଫିଲ୍ମ ‘ପିଙ୍କ୍‌’ର ଅଫିସିଆଲ ରିମେକ୍‌ ବୋଲି ସୂଚନା ରହିଛି । ତେବେ ଏହି ଫିଲ୍ମର କାହାଣୀରେ  ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

ପୋଷ୍ଟରରେ ପୱନ କଲ୍ୟାଣ ଓକିଲଙ୍କ କଳା ଧଳା ପୋଷାକରେ ରହିଥିବା ବେଳେ ହାତରେ ଏକ ଓକିଲାତି ବହି ଏବଂ ବେସବଲ ବ୍ୟାଟ ଧରିଛନ୍ତି । ସେହିପରି ଫିଲ୍ମର ପ୍ରଯୋଜକ ବୋନି କପୁର ମଧ୍ୟ ପୱନ କଲ୍ୟାଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଫିଲ୍ମରେ ଅଞ୍ଜଳି, ନିଭେତା ଥୋମାସ ଏବଂ ଅଞ୍ଜଳି ନଗଲ୍ଲା ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଏହା ବ୍ୟତୀତ ଏହି ଫିଲ୍ମରେ ପ୍ରକାଶ ରାଜ ଏବଂ ଶ୍ରୁତି ହସନଙ୍କ କ୍ୟାମିଓ ରୋଲ ରହିଛି । (ଏଜେନ୍ସି)

Categories
ଆଜିର ଖବର

ବିଜୟଙ୍କ ଜନ୍ମଦିନରେ ବିଗିଲ୍‌ର ପୋଷ୍ଟର ରିଲିଜ୍‌

ତାମିଲ୍‌ ସୁପରଷ୍ଟାର ବିଜୟଙ୍କ ଜନ୍ମଦିନରେ ରିଲିଜ୍‌ ହୋଇଛି ବିଜୟଙ୍କ ୬୩ ତମ ଚଳଚିତ୍ର ବିଗିଲ୍‌ର ପୋଷ୍ଟର। ବିଜୟଙ୍କ ଜନ୍ମଦିନ ଅବସରରେ ଫିଲ୍ମର ନିର୍ଦ୍ଦେଶକ ଅଟ୍‌ଲୀ ଫିଲ୍ମର ପୋଷ୍ଟର ରିଲିଜ୍‌ କରାଇଛନ୍ତି। ଏହି ଫିଲ୍ମରେ ବିଜୟଙ୍କୁ ତିନୋଟି ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳିଛି। ପ୍ରଥମଟିରେ ଜଣେ ମାଞ୍ଚେଷ୍ଟର ୟୁନାଇଟେଡ ଫୁଟବଲର ଭୂମିକାରେ ନଜର ଆସିଥିବା ବେଳେ ଅନ୍ୟଟିରେ କୋଟ ସୁ୍‌ଟ ପିନ୍ଧିଛନ୍ତି ଏବଂ ଅନ୍ୟ ଏକ ଭୂମିକାରେ ଲୁଙ୍ଗି ପିନ୍ଧିଥିବା ଜଣେ ବୟସ୍କ ଚରିତ୍ରରେ ନଜର ଆସିଛନ୍ତି। ଥେରୀ ଏବଂ ମର୍ଶାଲ୍‌ ପରେ ଏହା ଅଟ୍‌ଲୀଙ୍କ ସହିତ ବିଜୟଙ୍କ ତୃତୀୟ ଫିଲ୍ମ। ଏହି ଫିଲ୍ମର ପୋଷ୍ଟରକୁ ବିଜୟଙ୍କର ଜନ୍ମଦିନ ଭେଟି ବୋଲି କହିଛନ୍ତି ଅଟ୍‌ଲୀ।

Categories
ଆଜିର ଖବର

ସୁପର ୩୦ର ନୂତନ ପୋଷ୍ଟର ରିଲିଜ୍‌ : ଆସନ୍ତା କାଲି ଟ୍ରେଲର ରିଲିଜ୍‌

ନିଜର ଅପ୍‌କମିଙ୍ଗ ଫିଲ୍ମ ସୁପର୍‌ -୩୦ର ଏକ ନୂତନ ପୋଷ୍ଟର ରିଲିଜ୍‌ କରିଛନ୍ତି ହ୍ରିତିକ୍‌ ରୋଶନ୍‌। ନିକଟରେ ଚୀନ୍‌ରେ କାବିଲ୍‌ର ପ୍ରଚାରରେ ବ୍ୟସ୍ତଥିବା ହ୍ରିତିକ୍‌ ସୋସିଆଲ ମିଡିଆରେ ନିଜ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟର ରିଲିଜ୍‌ ସହିତ ହ୍ରିତିକ୍‌ ଫିଲ୍ମର ଟ୍ରେଲର ରିଲିଜ୍‌ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଆସନ୍ତା କାଲି ଫିଲ୍ମର ଟ୍ରେଲର ରିଲିଜ୍‌ ହେବ। ଏହି ନୂଆ ପୋଷ୍ଟରରେ ଯୋଗ୍ୟ ବନନ୍ତୁ ବୋଲି ଲେଖାଯିବା ସହିତ ହ୍ରିତିକ ବର୍ଷାରେ ଭିଜୁଥିବା ଦେଖାଦେଇଛି। ଫିଲ୍ମଟିରେ ହ୍ରିତିକ୍‌ ଆନନ୍ଦ କୁମାରଙ୍କ ଚରିତ୍ରରେ ନଜର ଆସିବେ। ହ୍ରିତିକଙ୍କ ସହିତ ପଙ୍କଜ ତ୍ରୀପାଠୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବେ। ଆସନ୍ତା ଜୁନ୍‌ ୧୨ ତାରିଖରେ ଏହି ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି।

Categories
ଆଜିର ଖବର

‘ଭାରତ’ର ପୋଷ୍ଟରକୁ ସେୟାର୍‌ କଲେ ଭାଇଜାନ୍‌

ବଲିଉଡ୍‌ ସୁଲ୍‌ତାନ୍‌ ସଲମନ୍‌ ଖାନ୍‌ଙ୍କ ରିଲିଜ୍‌ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ ଏବେ ବେଶ୍‌ ଚର୍ଚ୍ଚାରେ। ସଲମାନ୍‌ ଖାନ୍‌ ‘ଭାରତ’ ଫିଲ୍ମର ପୋଷ୍ଟର୍‌କୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି। ରିଲିଜ୍‌ ହୋଇଥିବା ଏହି ପୋଷ୍ଟର୍‌ରେ ସଲମାନ୍‌ଙ୍କ ଲୁକ୍‌ ବେଶ୍‌ ଶାନ୍‌ଦାର ରହିଛି। ଏହି ପୋଷ୍ଟରରେ ସଲମାନ୍‌ ଧଳା ଚୁଟି ସହ ଦାଢିରେ ନଜର ଆସିଛନ୍ତି। ଏହି ପୋଷ୍ଟରରେ ଏହି ଫିଲ୍ମର ଏକ ଡାଇଲଗ୍‌ ମଧ୍ୟ ରହିଛି – ‘ମୋ’ ମୁଣ୍ଡ ଓ ଦାଢିରେ ଯେତିକି ଧଳା ବାଳ ଅଛି, ତା’ଠାରୁ ଅଧିକ ମୋ ଜୀବନ ରଙ୍ଗୀନ୍‌ ରହିଛି।’ ଏହି ଫିଲ୍ମକୁ ନେଇ ଦର୍ଶକେ ବେଶ୍‌ ଉତ୍ସାହିତ ରହିଛନ୍ତି। ଏହି ଫିଲ୍ମରେ ସଲମାନ୍‌ଙ୍କୁ ଭିନ୍ନ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିବ। ସଲ୍‌ମନ୍‌ ଖାନ୍‌ ଫିଲ୍ମସ୍‌ ଓ ଅତୁଲ୍‌ ଅଗ୍ନିହୋତ୍ରୀଙ୍କ ପ୍ରଯୋଜିତ ଏହି ଫିଲ୍ମରେ କ୍ୟାଟ୍ରିନା କୈଫ୍‌, ତବୁ, ଦିଶା ପଟ୍ଟାନୀ ଓ ସୁନୀଲ୍‌ ଗ୍ରୋଭର୍‌ ପ୍ରମୁଖ ଅଭିନୟ କରିଛନ୍ତି। କୋରିଆନ୍‌ ମୁଭି ‘ଦ ଅଡ୍‌ ଟୁ ମାଇ ଫାଦର୍‌’ର ଆଧାରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଲ୍ଲୀ ଆବାସ ଜାଫର୍‌। ଫିଲ୍ମଟି ଜୁନ୍‌ ୫ ତାରିଖ ଇଦ୍‌ ଅବସରରେ ମୁକ୍ତିଲାଭ କରିବ।